Cloudburst: ବାଦଲ ଫଟା ବର୍ଷା: ଏକାଧିକ ମୃତ, ଅନେକ ଘର କ୍ଷତିଗ୍ରସ୍ତ
ଅଚାନକ ବାଦଲ ଫଟା ବର୍ଷା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଅଚାନକ ବାଦଲ ଫଟା ବର୍ଷା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
କାଠୁଆ ଏବଂ କିସ୍ତୱାର ପରେ ମଙ୍ଗଳବାର ଜମ୍ମୁ ଏବଂ କାଶ୍ମୀରର ଦୋଡା ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହଠାତ୍ ବନ୍ୟା ପାଣି ମାଡି ଆସିବାରୁ ୧୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଏହା ସହ କାଠୁଆ, ସାମ୍ବା, ଦୋଡା, ଜମ୍ମୁ, ରାମବାନ ଏବଂ କିସ୍ତୱାର ଜିଲ୍ଲା ସମେତ ଜମ୍ମୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ସତର୍କ କରିଛି ପାଣିପାଗ ବିଭାଗ। ଅତ୍ୟନ୍ତ ଖରାପ ପାଗକୁ ଦୃଷ୍ଟିରେ ରଖି ଜମ୍ମୁ ଡିଭିଜନରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିଛି।
ଏହା ସହ ଭୂ-ସ୍ଖଳନ ଏବଂ ପଥର ଖସିବା ଆଶଙ୍କା କରି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରାଯାଇଥିଲା। ଦୋଡାରେ ନଦୀର ଜଳ ସ୍ତର ବୃଦ୍ଧି ପାଇବା ଫଳରେ ରାସ୍ତା ଭାସି ଯାଇଥିଲା। ତାୱି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ନଦୀ ଏବଂ ଝରଣାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇସାରିଛି। ତେଣୁ ବନ୍ୟା ସତର୍କତା ଜାରି କରାଯାଇଛି ଏବଂ ଲୋକଙ୍କୁ ଜଳାଶୟ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୋମବାର ସକାଳ ୮ଟା ୩୦ ସୁଦ୍ଧା କାଠୁଆ ଜିଲ୍ଲାରେ ୧୫୫.୬ ମିମି ବର୍ଷା ରେକର୍ଡ କରାଯାଇଛି। ଦୋଡାର ଭାଦରୱାହରେ ୯୯.୮ ମିମି, ଜମ୍ମୁରେ ୮୧.୫ ମିମି ଏବଂ କଟରାରେ ୬୮.୮ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବାଦଲ ଫଟା ବର୍ଷା ସହ ବନ୍ୟା ଏବଂ ଭୂସ୍ଖଳନ ହେବାର ଆଶଙ୍କ ରହିଛି। ତେଣୁ ଉଦ୍ଧାରକାରୀ ଟିମକୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
