Climate Panchayat: ପରିବେଶକୁ ସୁରକ୍ଷିତ ନ ରଖିଲେ ଆଗାମୀ ପିଢ଼g ନିକଟରେ ଦୋଷୀ ହୋଇଯିବା
"ନବରଙ୍ଗପୁର (ସୁରେଶ ନାଇଡୁ): ପୁନଶ୍ଚ ପୃଥିବୀ ସାରା ବିଶ୍ବ ପାଇଁ ପ୍ରୟୋଜନ।
ଆମେ ଯେଉଁ ପୃଥିବୀରେ ୫୦ବର୍ଷ ତଳେ ଥିଲେ ସେହି ପୃଥିବୀକୁ ଫେରିବାକୁ ପଡ଼ିବ।
ନଚେତ ଆମ ପରବର୍ତ୍ତୀ ପିଢ଼ି ଆମକୁ ଦୋଷ ଦେବେ।
ତେଣୁ ଦୋଷମୁକ୍ତ ହେବା ପାଇଁ ଆମେ ଆମ ପରିବେଶକୁ ବଂଚାଇବାକୁ ପଡ଼ିବ।
ସ୍ଥାନୀୟ ମୋଡେଲ ଡିଗ୍ରି କଲେଜ ପରିସରରେ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ।
Advertisment ପରିବେଶ ସୁରକ୍ଷା ପାଇଁ ଛୋଟ ଛୋଟ ବିଷୟ ପ୍ରତି ମଧ୍ୟ ଆମେ ଧ୍ୟାନ ଦେବାକୁ ପଡ଼ିବ।
ଅନାବଶ୍ୟକ ଭାବେ ଜଳଅପଚୟ ରୋକିବାର ଆବଶ୍ୟକତା ବି ରହିଛି।
ଆମ ପୂର୍ବ ପୁରୁଷ ପରିବେଶର ଜଳ, ଜମି , ଜଙ୍ଗଲ ଓ ବୃକ୍ଷକୁ ମଧ୍ୟ ପୂଜା କରି ଆସୁଥିଲେ।
ବୃକ୍ଷକୁ ମା" ଭାବେ ଯେ କୌଣସି ଜାନିଯାତ୍ରା ଓ ପୂଜାଅର୍ଚ୍ଚନା ଆରମ୍ଭ ହେବା ପୂର୍ବରୁ ପୂଜା କରୁଥିଲୁ।
ସେହି ଅଭ୍ୟାସକୁ ଜାରୀ ରଖିବାକୁ ପଡ଼ିବ।
ଯଥା ସମ୍ଭବ ଆମେ ଗୋପାଳନ, ବୃକ୍ଷରୋପଣ କରିବା ଏବଂ ମାଁଙ୍କ ନାମରେ ବୃକ୍ଷରୋପଣ କରିବାକୁ ଅନୁରୋଧ କରିଥିଲେ।
ପରିବେଶ ଆଜି ସଂପୁର୍ଣ୍ଣ ରୁପେ ବିଗଡ଼ିଯାଇଛି।
ଆମେ ସବୁ ବିଗାଡ଼ିଛୁ ତାକୁ ସଜାଡିବାକୁ ପଡ଼ିବ।
ନିଜ ଜନ୍ମଦାତ୍ରୀ ମା"ଙ୍କ ନାଁରେ ଗୋଟିଏ ଗଛ ଲଗାଇ ସେହି ମା"ଙ୍କ ନାଁରେ ବଂଚାନ୍ତୁ ବୋଲି କହିଥିଲେ ବିଧାୟକ।
ବ୍ୟାପକ ସାର ପ୍ରୟୋଗ ଯୋଗୁଁ ଜିଲ୍ଲାରେ କ୍ୟାସନର ରୋଗୀ ବଢ଼ୁଥିବାରୁ ଚିନ୍ତା ପ୍ରକଟ କରିଥିଲେ।
ପୂର୍ବରୁ ୪୬ପ୍ରତିଶତ ଜଙ୍ଗଲ ଥିଲା, ଏବେ୨୨ପ୍ରତିଶତ ଅଛି।
ତାହା ପୁଣି କାଗଜକଲମରେ।
ଚିନ୍ତାଜନକସ୍ଥିତି।
ଆମେ ଜଣେ ଜଣେ ୪୬ଟି ଗଛ ଲଗାଇ ବଂଚାଇବାକୁ ପଡ଼ିବ। ଆଗାମୀ ଦିନରେ ବୃକ୍ଷ ରୋପଣ କରି ଛାତ୍ରଛାତ୍ରୀ ଓ ଅନ୍ୟ କଲେଜର କର୍ମଚାରୀ ମାନେ ସେଲଫି ନେଇ ଫଟୋ ତାଙ୍କୁ ପଠାଇଲେ ସେ ସ୍ବତନ୍ତ୍ର ଭାବେ ପୁରସ୍କୃତ କରିବେ ବୋଲି ବିଧାୟକ ଘୋଷଣା କରିଥିଲେ।
ପୂର୍ବରୁ ବହୁ ବର୍ଷା ହେଉଥିଲା।
କଳାହାଣ୍ଡିଆ ମେଘ ଆସିକି ବର୍ଷା ହେଉଥିଲା।
ଆଜି ସେଭଳି ବର୍ଷା ହେଉନି।
ଛଅ ଋତୁ ଅନୁଭବ କରୁଥିଲୁ।
ଏବେ କରୁଛୁ କି ବୋଲି ପ୍ରଶ୍ନ କରିଥିଲେ ଶିକ୍ଷାବିତ୍ ବିଜୟ ଚୌଧୁରୀ, ପ୍ରକୃତିମିତ୍ର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।
ପ୍ଲାଷ୍ଟିକ ମୁକ୍ତ, ଜୈବିକ ସାର ପ୍ରୟୋଗ ସହ କଲେଜକୁ ସବୁଜ କ୍ୟାମ୍ପସ୍ କରିବା ପାଇଁ ଅଧ୍ୟକ୍ଷ ବିନୋଦ ବିହାରୀ ବେହେରା, ବଟନୀ ବିଭାଗ ମୁଖ୍ୟ ଡ.ଅନୁରାଧା ପ୍ରଧାନ, ଅଧ୍ୟାପକ ଜି.ଜୟପ୍ରକାଶ ଓ ଅଧ୍ୟାପିକା ସଂଜୁକ୍ତା ନାୟକ ପ୍ରମୁଖ ଆହ୍ବାନ ଦେଇଥିଲେ।
Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ ନବରଙ୍ଗପୁର ରେଞର ଗୋପିନାଥ ସାହୁ, ଫରେଷ୍ଟର ଅନିରୁଦ୍ଧ ବିଶ୍ବାଳ ଯୋଗ ଦେଇ ଆମେ ନିଜେ ସଚେତନ ହେବା ସହ ଆମେ ପରିବେଶର ସମ୍ପୁର୍ଣ୍ଣ ସୁରକ୍ଷା ପାଇଁ କଣ ପଦକ୍ଷେପ ନେଉଛୁ ତାହାକୁ ଚିନ୍ତା କରିବାକୁ ପଡ଼ିବ ବୋଲି କହିଥିଲେ।
ନଚେତ ଆଗାମୀ ଦିନରେ ପିଠିର ପଛରେ ପାଣିବୋତଲ ଓ ଆଗରେ ଓକ୍ସିଜେନ୍ ବ୍ୟାଗ ଧରି ବୁଲିବାକୁ ପଡିବ ବୋଲି କହିଥିଲେ।
ସମ୍ବାଦର ନବରଙ୍ଗପୁର ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ ସଂଯୋଜନା କରିବା ସହ ପରିଚାଳନା କରିଥିଲେ।
ଅଧ୍ୟାପିକା ରଂଞୁଲତା କଁହର ଧନ୍ୟବାଦ ଦେଇଥିଲେ।
କନକ ଟିଭି ପ୍ରତିନିଧି ଅମ୍ବିକା ଦାଶ, ସମ୍ବାଦ ସାହିତ୍ୟଘରର ଜଗନ୍ନାଥ ବେହେରା ଓ କଲେଜର ଅଧ୍ୟାପକ, ଓ ଅଧ୍ୟାପିକା ମାନେ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଉପସ୍ଥିତ ଅତିଥିଙ୍କୁ ବୃକ୍ଷ ଉପହାରରେ ଦିଆଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।