CJP: ସିଜେପି ଆନ୍ଦୋଳନରେ ବିଦେଶୀ ପାଣ୍ଠି ଅଭିଯୋଗ, ଏନ୍ଆଇଏ ତଦନ୍ତ ଆବେଦନର ଶୁଣାଣି ଆଜି
"ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କକ୍ରୋଚ୍ ଜନତା ପାର୍ଟି(ସିଜେପି) ପକ୍ଷରୁ ଜୁଲାଇ ୨୦ରେ ଆୟୋଜିତ "ସଂସଦ ଚଲୋ" ଶୋଭାଯାତ୍ରାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ଦେବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ଆବେଦନ ଦାଖଲ ହୋଇଛି।
ଏହି ଆନ୍ଦୋଳନ ପଛରେ ବିଦେଶୀ ପାଣ୍ଠିପ୍ରାପ୍ତ ସଂଗଠନ ଓ କେତେକ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଆବେଦନରେ ଅଭିଯୋଗ କରାଯାଇଛି।
ହାଇକୋର୍ଟ ମାମଲାର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି ଏବଂ ଆସନ୍ତାକାଲି ଏହାର ଶୁଣାଣି କରିବେ।Advertisment ଆହୁରି ପଢନ୍ତୁ: Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ରଥ-ପଥ-ଭକ୍ତ ପ୍ରସ୍ତୁତ ଅଖିଳ ଭାରତ ହିନ୍ଦୁ ମହାସଭାର ପୂର୍ବତନ ଉପସଭାପତି ସତୀଶ କୁମାର ଅଗ୍ରୱାଲଙ୍କ ପକ୍ଷରୁ ଓକିଲ ବରୁଣ କୁମାର ସିହ୍ନା ଏହି ଆବେଦନ ଦାଖଲ କରିଛନ୍ତି।
ସେ ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଓ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ନିକଟରେ ମାମଲା ଉଲ୍ଲେଖ କରି ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ।
ଏହି ତଥାକଥିତ ଛାତ୍ର ଆନ୍ଦୋଳନ ଦ୍ବାରା ରାସ୍ତା ବନ୍ଦ କରି ସମଗ୍ର ଦିଲ୍ଲୀକୁ ପଣବନ୍ଦୀ ଭଳି ସ୍ଥିତିରେ ରଖାଯାଇଛି ବୋଲି ସିହ୍ନା କହିଥିଲେ।
ଏହାପରେ ଖଣ୍ଡପୀଠ ଶୁକ୍ରବାର ଆବେଦନର ଶୁଣାଣି ପାଇଁ ସମ୍ମତି ଦେଇଛନ୍ତି।ଆବେଦନରେ କୁହାଯାଇଛି, ଜୁଲାଇ ୨୦ର ଆନ୍ଦୋଳନ କେବଳ ଛାତ୍ରଛାତ୍ରୀଙ୍କ ସ୍ୱତଃସ୍ଫୂର୍ତ୍ତ ବିକ୍ଷୋଭ ନ ଥିଲା।
ଏହା ପଛରେ ଏକ ବୃହତ୍ ଯୋଜନାବଦ୍ଧ ଷଡ଼୍ଯନ୍ତ୍ର ଥିବା ଏବଂ ବିଦେଶୀ ପାଣ୍ଠି ପାଉଥିବା ସଂଗଠନ ଓ ରାଜନୈତିକ ବ୍ୟକ୍ତିମାନେ ଏଥିରେ ଭୂମିକା ନେଇଥିବା ଆବେଦନକାରୀ ଦାବି କରିଛନ୍ତି।
ଆନ୍ଦୋଳନକାରୀମାନେ ସଂସଦ ଭବନର ସୁରକ୍ଷା ବଳୟ ଭାଙ୍ଗିବାକୁ ଉଦ୍ୟମ କରିବା ସହ ପଥରମାଡ଼, ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଜରୁରିକାଳୀନ ସେବାରେ ବାଧା ଏବଂ ସରକାରୀ ଓ ଘରୋଇ ସମ୍ପତ୍ତି ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଆହୁରି ପଢନ୍ତୁ: India: ରାହୁଲ ଗାନ୍ଧୀଙ୍କ ବାସଭବନରେ ଇଣ୍ଡିମେଣ୍ଟ ନେତାଙ୍କ ବୈଠକ ଆବେଦନକାରୀ କହିଛନ୍ତି, ଘଟଣାକୁ ସାଧାରଣ ବିକ୍ଷୋଭ କିମ୍ବା ନିୟମିତ ଏଫ୍ଆଇଆର୍ ମଧ୍ୟରେ ସୀମିତ ରଖା ନ ଯାଉ।
ବୃହତ୍ ଷଡ଼୍ଯନ୍ତ୍ର ଏବଂ ସଂଗଠିତ କିମ୍ବା ବାହ୍ୟ ଶକ୍ତିଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଜାଣିବା ପାଇଁ ଏନ୍ଆଇଏ ଦ୍ୱାରା ବ୍ୟାପକ ତଦନ୍ତ କରାଯାଉ।
ଏଥିସହ ଘଟଣା ସମ୍ପର୍କରେ ଦିଲ୍ଲୀ ପୁଲିସ ରୁଜୁ କରିଥିବା ସମସ୍ତ ଏଫ୍ଆଇଆର୍ ସେହି ସଂସ୍ଥାକୁ ହସ୍ତାନ୍ତର, ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି।
ମାମଲାରେ କେନ୍ଦ୍ର ସରକାର, ଏନ୍ଆଇଏ, ସିବିଆଇ, ଦିଲ୍ଲୀ ପୁଲିସ କମିସନର ଏବଂ ଦିଲ୍ଲୀ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।
ତେବେ ହାଇକୋର୍ଟ ବର୍ତ୍ତମାନ କେବଳ ଜରୁରୀ ଶୁଣାଣି ପାଇଁ ଆବେଦନକୁ ତାଲିକାଭୁକ୍ତ କରିଛନ୍ତି; ଏଥିରେ କରାଯାଇଥିବା ଅଭିଯୋଗର ଯଥାର୍ଥତା ସମ୍ପର୍କରେ କୌଣସି ମତ ଦେଇନାହାନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।