CJI Voices Displeasure Over Closed Metro Station: ମେଟ୍ରୋ ଷ୍ଟେସନ ବନ୍ଦ ଯୋଗୁ ସୁପ୍ରମକୋର୍ଟ CJIଙ୍କ ଅସନ୍ତୋଷ, ନ ଖୋଲିଲେ କରିବେ ହସ୍ତକ୍ଷେପ
ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ବନ୍ଦ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ ନ ଖୋଲିଲେ ହସ୍ତକ୍ଷେପ କରିବେ ଉଚ୍ଚତମ ଅଦାଲତ। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଷ୍ଟେସନ ଖୋଲା ନ ଯାଏ, ତେବେ ସୁପ୍ରିମକୋର୍ଟ ନିଜେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ।
ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ କୋର୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ। ମେଟ୍ରୋ ଷ୍ଟେସନ ବନ୍ଦ ରହିବା ଯୋଗୁଁ ଆଇନଜୀବୀ, କୋର୍ଟ କର୍ମଚାରୀ ଏବଂ ସାଧାରଣ ଲୋକ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଥିବା କୋର୍ଟଙ୍କୁ ଜଣାଇଥିଲେ। ସିଜେପି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବି ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଛି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ କଡ଼ା ତାଗିଦ
'ଯଦି ଖୋଲା ନ ଯାଏ, ସର୍ବୋଚ୍ଚ କୋର୍ଟ ହସ୍ତକ୍ଷେପ କରିବେ'
ଷ୍ଟେସନ୍ ବନ୍ଦ ଯୋଗୁଁ ଅସୁବିଧାରେ କୋର୍ଟ କର୍ମଚାରୀ
ଆଜି ବି ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।