ChaudwarJail: ଚୌଦ୍ବାର ଜେଲ୍, ବେଲଗାମ୍ ନିଶା କାରବାର
"କଟକ: ଚୌଦ୍ବାର ସର୍କଲ ଜେଲ୍ରେ ସଜା କାଟୁଥିବା କେତେକ ପେସାଦାର ଅପରାଧୀ ଏବେ ନିଶା କାରବାରର ମୁଖ୍ୟ କାର୍ପଟଦାର।
ହରି ନାମକ ଜଣେ ବ୍ୟକ୍ତି ଜେଲ୍ରେ ଗଞ୍ଜେଇ ଯୋଗାଉଛି।
ଜେଲ୍ ଗେଟ୍ରେ ସିସି କ୍ୟାମେରା ଲାଗିଥିବା ସତ୍ତ୍ବେ ଏଭଳି କାରବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି।Advertisment Bhawanipatna District: ଭବାନୀପାଟଣା ଜିଲ୍ଲା କାରାଗାର, କାର୍ଯ୍ୟକ୍ଷମ ହେଉନି ୱାଚ୍ ଟାୱାର୍ ୨୦୨୫ ଅକ୍ଟୋବର ୩ ଦଶହରା ଦିନ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ଘଟଣା ପରେ ବି ଜେଲ୍ ସୁରକ୍ଷା ବ୍ୟବସ୍ଥାରେ ସେଭଳି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।
ଚୌଦ୍ବାର ସର୍କଲ ଜେଲ୍ ଏବେ ଚୋରା ଗଞ୍ଜେଇ, ବ୍ରାଉନ୍ସୁଗାର, ମଦ, ଟଙ୍କା କାରବାରର ପ୍ରମୁଖ ଆଡ଼ା ପାଲଟିଛି।
ହରି ନାମକ ଜଣେ ବାହାର ଲୋକ ନିୟମିତ ସକାଳେ ଚୌଦ୍ବାର ଜେଲ୍ ଭିତରକୁ ଅବାଧ ପ୍ରବେଶ କରୁଛି।
ପରିବା ବ୍ୟାଗ୍ରେ ଗଞ୍ଜେଇ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଭର୍ତ୍ତି କରି ଜେଲ୍ କାର୍ଯ୍ୟାଳୟ ନିକଟରେ ଥିବା ସିଡ଼ି ପାହାଚ ତଳେ ରଖୁଛି।
ସେଠୁ ଜେଲ୍ର ତିନି ଜଣ ସର୍ଦ୍ଦାର ଏହି ଗଞ୍ଜେଇକୁ ବିଭିନ୍ନ କଏଦୀଙ୍କୁ ଯୋଗାଉଛନ୍ତି।
ଗଞ୍ଜେଇ ସିଗାରେଟ୍ ୧୦୦ ଟଙ୍କା, ଗଞ୍ଜେଇ ବିଡ଼ି ୫୦ ଟଙ୍କାରେ ବିକ୍ରି ହେଉଛି।
ଏହାବାଦ୍ ଗଞ୍ଜେଇ କଲି ୧୦୦ ଟଙ୍କା, ବିଡ଼ି କଠା ୫୦ ଟଙ୍କା, ସିଗାରେଟ୍ ୫୦୦ ଟଙ୍କାରେ ଜେଲ୍ ଭିତରେ ବିକ୍ରି ହେଉଛି।
Bhawanipatna District: ଭବାନୀପାଟଣା ଜିଲ୍ଲା କାରାଗାର, କାର୍ଯ୍ୟକ୍ଷମ ହେଉନି ୱାଚ୍ ଟାୱାର୍ ଜେଲ୍ ପରିସରରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଥିବା ମାଟିରେ ଗଞ୍ଜେଇ ଚିଲମ ପ୍ରସ୍ତୁତ ହେଉଥିବା ବେଳେ ନିକଟରେ ଏହି ଚିଲମ ଜବତ ହୋଇଥିଲା।
ନିକଟରେ ଜଣେ କଏଦୀ ନିକଟରୁ ୫୦ ହଜାର ଟଙ୍କା ସମେତ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍, ଗଞ୍ଜେଇ ପୁଡ଼ିଆ ଜବତ ହୋଇଥିଲା।
ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳର ଜଣେ କଏଦୀ ନିକଟରୁ ତିନୋଟି ମୋବାଇଲ୍ ଫୋନ୍, ଟଙ୍କା, ଗଞ୍ଜେଇ ଜବତ ହୋଇଥିଲା।
ଏସବୁ ଘଟଣା ଜେଲ୍ ଭିତରେ ଚାଲିଥିବା ନିଶା କାରବାରର ପ୍ରମାଣ ଦେଉଥିଲେ ବି ଏହା ଉପରେ ଅଙ୍କୁଶ ନ ଲାଗିବା ଉଦ୍ବେଗର କାରଣ ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।