06 AUGUST 2026

Welcome!

Unlock your personalized experience.
Sign Up

Chandra Gochar 2026 : ଆଜିଠୁ ବୃଷ ରାଶିରେ ଚନ୍ଦ୍ର ଗୋଚର, ଏହି ରାଶି ଗୁଡ଼ିକୁ ମିଳିବ ଶୁଭ ଫଳ...

Aug 06, 2026 - 11:14
Chandra Gochar 2026 : ଆଜିଠୁ ବୃଷ ରାଶିରେ ଚନ୍ଦ୍ର ଗୋଚର, ଏହି ରାଶି ଗୁଡ଼ିକୁ ମିଳିବ ଶୁଭ ଫଳ...

ଭୁବନେଶ୍ଵର, ୬/୮ : ଗ୍ରହ ରାଜା ସୂର୍ଯ୍ୟ ଏବଂ ରାଣୀ ଚନ୍ଦ୍ରମାଙ୍କ ଚଳନ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଏ। ଯେତେବେଳେ ଚନ୍ଦ୍ରମା ନିଜ ସ୍ଥିତି ବଦଳାନ୍ତି ଏହାର ସିଧା ପ୍ରଭାବ ଆମ ମନ, ଭାବନା, ଆର୍ଥିକ ସ୍ଥିତି, ଏବଂ ନିର୍ଣ୍ଣୟ ନେବାର କ୍ଷମତା ଉପରେ ପଡିଥାଏ। ଆଜି ଚନ୍ଦ୍ରମାଙ୍କର ପ୍ରଭାବଶାଳୀ ଗୋଚର ହେବାକୁ ଯାଉଛି। ମେଷ ରାଶି ଦେଇ ଯାତ୍ରା ସମାପ୍ତ କରିବା ପରେ, ଚନ୍ଦ୍ର ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ତେବେ ଚନ୍ଦ୍ରଙ୍କ ଉଚ୍ଚ ରାଶିରେ ଉପସ୍ଥିତି ଅନେକ ରାଶି ପାଇଁ ବରଦାନ ପାଲଟିବ। ଏହି ରାଶି ଗୁଡ଼ିକର ଭାଗ୍ୟ ଖୋଲିଯିବ। ସେମାନଙ୍କ ଗୋଲ୍ଡେନ୍ ପିରିୟଡ୍ ଆରମ୍ଭ ହେବ। ତେବେ ଜାଣନ୍ତୁ ଚନ୍ଦ୍ର ଗୋଚର ଯୋଗୁଁ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। 

୧- ବୃଷ ରାଶି
ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଫିଟିଯିବ, ଆତ୍ମବିଶ୍ଵାସ ବଢିବ। ଦୀର୍ଘଦିନ ଧରି ଅଟକିଥିବା କାମ ସୁରୁଖୁରୁରେ ହୋଇଯିବ। ଚାକିରି ମିଳିପାରେ। କର୍ମକ୍ଷ୩ତ୍ରରେ ନୂଆ ଦାୟିତ୍ଵ ମିଳିପାରେ। ବାଣିଜ୍ୟ ସହ ଜଡ଼ିତ କୌଣସି ଡିଲ୍ ହେବାର ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ ଘର-ପରିବାରରେ ମାଙ୍ଗଳିକ କାମ ହୋଇପାରେ। ନିଜ ଲୋକଙ୍କ ସହ କ୍ଵାଲିଟି ଟାଇମ୍ ବିତାଇବେ। 

୨-କର୍କଟ ରାଶି
ଘର ଧନଧାନ୍ୟରେ ପୂରି ଉଠିବ। ଆର୍ଥିକ ସମସ୍ୟା ଦୂର ହେବ। କର୍କଟ ରାଶିର ସ୍ଵାମୀ ସ୍ଵୟଂ ଗ୍ରହରାଜା ଚନ୍ଦ୍ରମା। ତେଣୁ ଚନ୍ଦ୍ରଙ୍କ ଉଚ୍ଚ ରାଶିରେ ଗ୍ରହ ଗୋଚର ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ। ଆକସ୍ମିକ ଧନ ଲାଭ ଯୋଗ ରହିଛି। ବାଣିଜ୍ୟରୁ ଲାଭ ମିଳିବ। ବଡ଼ ଭାଇ-ଭଉଣୀ କିମ୍ଵା ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। 

୩-କୁମ୍ଭ ରାଶି
ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିବ। ନୂଆ ଘର, ଜମି କିମ୍ଵା ଗାଡି କିଣି ପାରନ୍ତି। ପୈତୃକ କିମ୍ଵା ପାରିବାରିକ ବ୍ୟବସାୟରେ ସଫଳତା ମିଳିବ। 

ଯଦି ଆପଣଙ୍କ ରାଶି ଏହା ମଧ୍ୟରେ ନାହିଁ, ତଥାପି ଆପଣ ଚନ୍ଦ୍ରର ଶୁଭ ପ୍ରଭାବକୁ ଆପଣଙ୍କ ଜୀବନରେ ଆକର୍ଷିତ କରିପାରିବେ। ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁସାରେ...

ପୂର୍ଣ୍ଣିମା କିମ୍ବା ଚନ୍ଦ୍ର ଗୋଚର ଭଳି ବିଶେଷ ଦିନଗୁଡ଼ିକରେ, ରାତିରେ ଏକ ରୂପା କିମ୍ବା ତମ୍ବା ପାତ୍ର ବ୍ୟବହାର କରି ଚନ୍ଦ୍ରଙ୍କୁ ଜଳ ଅର୍ପଣ କରନ୍ତୁ। ପାଣିରେ ଟିକେ କଞ୍ଚା କ୍ଷୀର ଏବଂ କିଛି ଚାଉଳ ମିଶାନ୍ତୁ। ଚନ୍ଦ୍ର ଭଗବାନ ଶିବଙ୍କ ଜଟାରେ ସଜ୍ଜିତ, ତେଣୁ ସୋମବାର ଦିନ କ୍ଷୀର ଏବଂ ଜଳରେ ଶିବଲିଙ୍ଗକୁ ଅଭିଷେକ କରିବା ଦ୍ୱାରା ଚନ୍ଦ୍ର ଦୋଷ ଦୂର ହୁଏ ଏବଂ ମାନସିକ ଶକ୍ତି ବୃଦ୍ଧି ପାଏ। ଏତଦ୍ ବ୍ୟତୀତ ଅଭାବୀ ଲୋକଙ୍କୁ କ୍ଷୀର, ଚାଉଳ, ଚିନି, କିମ୍ଵା ଧଳା ବସ୍ତ୍ର ଦାନ କରନ୍ତୁ। ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ। 

ଆହୁରି ପଢନ୍ତୁ- ଏହି ରାଶିର ବ୍ୟକ୍ତି ସାବଧାନ, ଘାତ ନକ୍ଷତ୍ର ଯୋଗୁ ଅପମାନ, ଅପଯଶ, ଅପନିନ୍ଦା ମିଳିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।