Central Cooperative Bank: ୨ ଦିନ ହେଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିଙ୍କ୍ ଫେଲ୍: ୬୬୦ କୋଟିର ଖରିଫ୍ ଋଣ ଅଟକିଛି
"ଜୟପୁର/ରାୟଗଡ଼ା: ରାଜ୍ୟ ସମବାୟ ବ୍ୟାଙ୍କର ଲିଙ୍କ୍ ଫେଲ୍ ଯୋଗୁଁ ୨ ଦିନ ହେଲା ବ୍ୟାଙ୍କ କାର୍ଯ୍ୟ ଠପ୍ ହୋଇଯାଇଛି।
ଅବିଭକ୍ତ କୋରାପୁଟ ଜିଲ୍ଲାର ୨୩ଟି ଶାଖା ସମେତ ସାରା ଓଡ଼ିଶାରେ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି।
ଜୁଲାଇ ୩୧ ସୁଦ୍ଧା ଖରିଫ୍ ଋଣ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମାର ଶେଷ ତାରିଖ।
କିନ୍ତୁ ସୋମବାରରୁ ଲିଙ୍କ୍ ଫେଲ୍ ଥିବାରୁ ଜଣେ ବି ଚାଷୀଙ୍କୁ ଖରିଫ୍ ଋଣ ପ୍ରଦାନରେ ସକ୍ଷମ ହୋଇପାରିନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।
ଦୈନିକ ଦେଣନେଣ ସହିତ ସମବାୟ ବ୍ୟାଙ୍କ ଏଟିଏମ୍ ମଧ୍ୟ କାମ କରୁନଥିବାରୁ ଶତାଧିକ ଗ୍ରାହକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Advertisment Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍ ଅବିଭକ୍ତ କୋରାପୁଟ ସମେତ ସାରା ଓଡ଼ିଶାରେ କାରବାର ଠପ୍ଜୁଲାଇ ୩୧ କୃଷିଋଣ ଓ ଫସଲ ବୀମା ଡେଡଲାଇନ୍, ଚିନ୍ତାରେ ଚାଷୀ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ୨୩ଟି ଶାଖା ଅଧୀନରେ ୨୦୨୬ ଖରିଫ୍ ପାଇଁ ୬୬୦ କୋଟିର ଋଣ ପ୍ରଦାନ ନିଷ୍ପତ୍ତି ହୋଇଛି।
ଜୁଲାଇ ୩୧ ସୁଦ୍ଧା ଚାଷୀଙ୍କୁ ଋଣ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଥିବା ବେଳେ ଏବେ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟରୁ ୨୯୭ କୋଟି ଅର୍ଥାତ୍ ମାତ୍ର ୪୫ ପ୍ରତିଶତ ଋଣ ଦିଆଯାଇଛି।
ଆଉ ୧୦ ଦିନ ମଧ୍ୟରେ ୩୬୩ କୋଟି ଟଙ୍କା ଋଣ ଚାଷୀଙ୍କୁ ଦିଆଯିବାକୁ ଥିବା ବେଳେ ଲିଙ୍କ୍ ଫେଲ୍ କାରଣରୁ ଋଣ ପାଇଁ ବ୍ୟାଙ୍କକୁ ଆସି ଚାଷୀ ଘଣ୍ଟା ଘଣ୍ଟା ଅପେକ୍ଷା କରି ଫେରୁଛନ୍ତି।
ଋଣ ଅଟକିଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲ୍ରେ ମଧ୍ୟ ଚାଷୀଙ୍କ ତଥ୍ୟ ଅପଲୋଡ୍ ହୋଇପାରୁନି।
ଲିଙ୍କ୍ କେବେ ଆସିବ ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ନିରୁତ୍ତର।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ସୂଚନା ମୁତାବକ, ହାଇଦ୍ରାବାଦସ୍ଥିତ ସଫ୍ଟୱେର କମ୍ପାନି ଭି-ସଫ୍ଟ ଟେକ୍ନୋଲୋଜି ଓଡ଼ିଶା ସମବାୟ ବ୍ୟାଙ୍କରେ ଆର୍ଥିକ ଦେଣନେଣ ସୁଗମ କରିବା ପାଇଁ ସଫ୍ଟୱେର୍ ପ୍ରଦାନ କରିଛି।
କମ୍ପାନି ବିରୋଧରେ ଅଭିଯୋଗ ସତ୍ତ୍ବେ ବ୍ୟାଙ୍କର ରାଜ୍ୟସ୍ତରୀୟ ଅଧିକାରୀ ସେହି ସଂସ୍ଥା ସହ ପୁନଃଚୁକ୍ତି କରୁଛନ୍ତି।
ସମବାୟବିତ୍ ରମାକାନ୍ତ ରାଉଳ କହିଛନ୍ତି, ତୁରନ୍ତ ଏହି କମ୍ପାନିକୁ ଦାୟିତ୍ବରୁ ଅନ୍ତର କରାନଗଲେ ସମବାୟ ବ୍ୟାଙ୍କ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ତୁଟିଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।