Ceiling Fan Falls ଶ୍ରେଣୀ କକ୍ଷରେ ପଙ୍ଖା ପଡ଼ି ଛାତ୍ର ଆହତ
"ପର୍ଜଙ୍ଗ: ପର୍ଜଙ୍ଗ ବ୍ଲକ୍ ଲୋଧଣୀ ପ୍ରାଥମିକ ବିଦ୍ୟାଳୟ ରେ ଆଜି (ଶୁକ୍ରବାର) ଶ୍ରେଣୀ କକ୍ଷ ଛାତରେ ଲାଗିଥିବା ବିଦ୍ୟୁତ୍ ପଙ୍ଖା ଖସିପଡ଼ି ଜଣେ ୪ର୍ଥ ଛାତ୍ରଙ୍କ ମୁଣ୍ଡ ଫାଟିଛି।
ତେବେ ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚପାଇବାକୁ ଉଦ୍ୟମ କରିଥିଲେ ବୋଲି ଆହତ ଛାତ୍ରଙ୍କ ପରିବାର ଅଭିଯୋଗ କରିଛନ୍ତି।
Advertisment ଆହତ ଛାତ୍ରଙ୍କ ମା"ଙ୍କ କହିବାନୁସାରେ, ଅପରାହ୍ଣ ପ୍ରାୟ ୨ଟା ବେଳେ ଶ୍ରେଣୀରେ ଶିକ୍ଷକ ନଥିଲେ।
ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ବସିଥିବା ବେଳେ ହଠାତ୍ ପଙ୍ଖାଟି ଖସିପଡ଼ିଥିଲା।
ଏଥିରେ ଛାତ୍ର ସୂର୍ଯ୍ୟ ବିଶ୍ବାସ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ସୁନାକ୍ଷୀ ସାହୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସୂର୍ଯ୍ୟଙ୍କ ମୁଣ୍ଡ ଫାଟି ପିନ୍ଧିଥିବା ସାର୍ଟିରେ ରକ୍ତ ପଡ଼ିଥିଲା।
ଏହା ଦେଖି ଶିକ୍ଷକଶିକ୍ଷୟିତ୍ରୀମାନେ, ସେହି ସ୍କୁଲରେ ପଢ଼ୁଥିବା ସୂର୍ଯ୍ୟଙ୍କ ବଡ଼ଭାଇଙ୍କୁ ସାର୍ଟ ଧୋଇବାକୁ କହିଥିଲେ।
ନିକଟସ୍ଥ ଏକ ଔଷଧ ଦୋକାନରେ ଆଶୁ ଚିକିତ୍ସା କରି ଛାଡ଼ିଦେଇଥିଲେ।
ଘରେ ପହଞ୍ଚିବା ପରେ ସେମାନେ ସୂର୍ଯ୍ୟଙ୍କୁ ନେଇ ପର୍ଜଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି।
ଛାତ୍ରଛାତ୍ରୀଙ୍କ କହିବା କଥା, ଏହି ପଙ୍ଖାଟି ଅନେକ ଦିନ ଧରି ବୁଲିବା ସମୟରେ ବିକଟାଳ ଶବ୍ଦ କରୁଥିଲା।
ଏ ନେଇ ବ୍ଲକ୍ ଶିକ୍ଷାଧିକାରୀଣୀ ପ୍ରିୟଦର୍ଶିନୀ ନାୟକ କହିଛନ୍ତି, ଘଟଣାର ତଦନ୍ତ କରାଯିବ।
ଏଥିପାଇଁ ଦାୟୀ ଶିକ୍ଷକ, କର୍ମଚାରୀଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ନିଆଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।