CCTV Captures Theft at Hanuman Temple: ପୁଣି ମନ୍ଦିରରୁ ଚୋରି ଅଭିଯୋଗ; ନବରଙ୍ଗପୁର ଭଗବତୀ ସାହିର ହନୁମାନ ମନ୍ଦିରରୁ ଲୁଟ୍

Jul 04, 2026 - 17:32
CCTV Captures Theft at Hanuman Temple: ପୁଣି ମନ୍ଦିରରୁ ଚୋରି ଅଭିଯୋଗ; ନବରଙ୍ଗପୁର ଭଗବତୀ ସାହିର ହନୁମାନ ମନ୍ଦିରରୁ ଲୁଟ୍

ନବରଙ୍ଗପୁର ସହରରେ ପୁଣି ମନ୍ଦିରରୁ ଚୋରୀ ଅଭିଯୋଗ। ଭଗବତୀ ସାହି ସ୍ଥିତ ହନୁମାନ ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଠାକୁରଙ୍କ ଅଳଙ୍କା ସହିତ ମନ୍ଦିର ହୁଣ୍ଡିରୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। 

ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୋଲିସ ଏହାକୁ ଯାଞ୍ଚ କରି ତଦନ୍ତ କରୁଛି। ୫ଜଣ ଦୁର୍ବୃତ୍ତ ମନ୍ଦିରରେ ପଶି ଚୋରୀ କରିଥିବା ଜଣାପଡିଛି। ଘଟଣାର ତଦନ୍ତ ଚାଲିଛି ଖୁବ ଶୀଘ୍ର ଚୋର ଧରାପଡିବେ ବୋଲି କହିଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା।

  • ପୁଣି ମନ୍ଦିରରୁ ଚୋରି ଅଭିଯୋଗ
  • ନବରଙ୍ଗପୁର ଭଗବତୀ ସାହିର ହନୁମାନ ମନ୍ଦିରରୁ ଲୁଟ୍
  • ଠାକୁରଙ୍କ ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ