Caspian Sea: ମାଡି ଆସୁଛି ବିପଦ; ଶୁଖିଯିବ ସମୁଦ୍ର! ବିଶେଷଜ୍ଞଙ୍କ ବଡ ଆକଳନ
କାସ୍ପିଆନ ସାଗର ଦ୍ରୁତ ଗତିରେ ସଙ୍କୁଚିତ ହେଉଛି। ଯାହା ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ମାନବୀୟ କାର୍ଯ୍ୟକଳାପ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଶୁଖି ଯାଉଛି।
କାସ୍ପିଆନ ସାଗର ଦ୍ରୁତ ଗତିରେ ସଙ୍କୁଚିତ ହେଉଛି। ଯାହା ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ମାନବୀୟ କାର୍ଯ୍ୟକଳାପ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଶୁଖି ଯାଉଛି।
ସଙ୍କଟରେ ଜଳବାୟୁ। ବିପଦରେ ପରିବେଶ। ସମ୍ପ୍ରତି ବିଶ୍ବ ଜଳବାୟୁରେ ସାଙ୍ଘାତିକ ପରିବର୍ତ୍ତନ ଦେଖାଯାଉଛି। ଯାହାର ପ୍ରଭାବ ପରିବେଶ ଉପରେ ସିଧାସଳଖ ପଡୁଛି। ଜଳବାୟୁରେ ବରିବର୍ତ୍ତନ ଯୋଗୁଁ ବିଶ୍ୱର ସର୍ବବୃହତ ଲୁଣାପାଣି ହ୍ରଦ କାସ୍ପିଆନ ସାଗର ମଧ୍ୟ ସଙ୍କୁଚିତ ହେଉଛି। ହ୍ରଦର ଏପରି ଶୁଖିଯିବା ବାଣିଜ୍ୟ, ମାନବ କାର୍ଯ୍ୟକଳାପ ଏବଂ ସାମୁଦ୍ରିକ ପରିସଂସ୍ଥା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି। ଏହାର ସିଧାସଳଖ ପ୍ରଭାବ ପଡିବ ରୁଷିଆ ଓ ଆଜରବୈଜାନ ଉପରେ। ତୈଳ ପରିବହନ, ବନ୍ଦର କାର୍ଯ୍ୟରେ ବାଧା ଏବଂ ଜଳସମ୍ପଦ କ୍ଷତି ଉପରେ ଆଜରବୈଜାନ ଚିନ୍ତା ପ୍ରକାଶ କରିଛି।
ଗତ ପାଞ୍ଚ ବର୍ଷ ମଧ୍ୟରେ ସମୁଦ୍ର ପତନ ୦.୯୩ ମିଟର, ଗତ ଦଶନ୍ଧିରେ ୧.୫ ମିଟର ଏବଂ ଗତ ୩୦ ବର୍ଷ ମଧ୍ୟରେ ୨.୫ ମିଟର ହ୍ରାସ ପାଇଛି। ବର୍ତ୍ତମାନ, ପ୍ରତିବର୍ଷ ୨୦ ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ସମୁଦ୍ର ପତନ ହ୍ରାସ ପାଇବ ହେବ ବୋଲି ଆକଳନ କରାଯାଇଛି। ଯାହା ଦୀର୍ଘକାଳୀନ ପରିବେଶୀୟ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଆଶଙ୍କା ସୃଷ୍ଟି କରୁଛି।
ଆଜରବୈଜାନ, ଇରାନ, କାଜାଖସ୍ତାନ, ରୁଷ ଏବଂ ତୁର୍କମେନିସ୍ତାନ ସୀମାରେ ଅବସ୍ଥିତ କାସ୍ପିଆନ ସାଗର ତେଲ, ଗ୍ୟାସ ଏବଂ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ମାଛ ଧରିବା, ବାଣିଜ୍ୟ ଏବଂ କୃଷି ପାଇଁ ୧୦ ନିୟୁତରୁ ଅଧିକ ଲୋକ ଏହା ଉପରେ ନିର୍ଭର କରନ୍ତି, ପ୍ରାୟ ୪ ନିୟୁତ ଆଜରବୈଜାନର ଉପକୂଳରେ ଏବଂ ୧୫ ନିୟୁତ ଲୋକ ସମଗ୍ର ଅଞ୍ଚଳରେ ବାସ କରନ୍ତି।
ଆର୍ଥିକ କ୍ଷତି ଦେଖିବାକୁ ଗଲେ, ୨୦୨୫ର ପ୍ରଥମାର୍ଦ୍ଧରେ ତୈଳ ମାଲ ପରିବହନ ୮,୧୦,୦୦୦ ଟନକୁ ହ୍ରାସ ପାଇଛି, ଯାହା ଗତ ବର୍ଷ ଏହି ସମୟରେ ୮,୮୦,୦୦୦ ଟନ ଥିଲା। ପରିବେଶୀୟ କ୍ଷତି ମଧ୍ୟ ସମାନ ଭାବରେ ଭୟଙ୍କର। ଜଳ ସଙ୍କୁଚିତ ହେବା ଯୋଗୁଁ ବିଶ୍ୱର ସର୍ବବୃହତ ଜୀବନ୍ତ ଜୀବାଶ୍ମ ମାଛ ଷ୍ଟର୍ଜନ ୪୫% ବାସସ୍ଥାନ ହରାଇବାରେ ଲାଗିଛି।
କାହିଁକି ସଙ୍କୁଚିତ ବା ଶୁଖି ଯାଉଛି ସମୁଦ୍ର
ରୁଷିଆ ଜଳବାୟୁ ପରିବର୍ତ୍ତନକୁ ଏହି ସଙ୍କଟ ପାଇଁ ଦାୟୀ କରୁଛି। କିନ୍ତୁ ଆଜରବୈଜାନ ମସ୍କୋକୁ ଦାୟୀ କରୁଛି। ଆଜରବୈଜାନ କହିଛି ଯେ, ଭୋଲଗା ନଦୀ ଉପରେ ଅନେକ ବଡ଼ ବଡ଼ ଡ୍ୟାମ୍ ଏବଂ ଜଳଭଣ୍ଡାର ନିର୍ମାଣ କରିଛି। ଭୋଲଗା ନଦୀରେ ବନ୍ଧ ନିର୍ମାଣ କରି ସମସ୍ୟାକୁ ଆହୁରି ଖରାପ କରୁଛି। କାସ୍ପିଆନ ସାଗରକୁ ୧୩୦ଟି ନଦୀର ଜଳ ଏଥିରେ ମିଶିଥାଏ। ସେଥିମଧ୍ୟରୁ ଭୋଲଗା ନଦୀର ୮୦% ଜଳ କାସ୍ପିଆନ ସାଗରକୁ ଯାଇଥାଏ। ରୁଷ ଏହି ପ୍ରକଳ୍ପ ଦ୍ବାରା ନିଜର କୃଷି କାର୍ଯ୍ୟଠାରୁ ଆରମ୍ଭ କରି ଶିଳ୍ପ ଓ ଶକ୍ତି କ୍ଷେତ୍ରରେ ଜଳ ବିନିଯୋଗ କରୁଛି। ଯାହା ଦ୍ବାରା ହ୍ରଦର ଜଳସ୍ତର କମି କମି ଯାଉଛି।
ଏଭଳି ହ୍ରଦ ଶୁଖିଯିବା ଫଳରେ ତାପମାତ୍ରା ବୃଦ୍ଧି ପାଉଛି। ଆଗକୁ ଜୀବଜଗତ ଲୋପ ପାଇବାର ଆଶଙ୍କା ରହିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏବେଠାରୁ ଜରୁରୀ ପଦକ୍ଷେପ ନିଆ ନ ଗଲେ କାସ୍ପିୟାନ ସାଗର ଅରାଲ ସାଗର ଭଳି ଲୋପ ପାଇଯିବାର ଆଶଙ୍କ ରହିଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
