Car Returning from Jagannath Temple Crashes: ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା, କାର୍-ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା
ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା। ବୌଦ୍ଧ ଜିଲ୍ଲା NH-୫୭ ଆଡେଣୀଗଡ ବଦଲା ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଘଟିଛି ଅଘଟଣ । କାର୍ ଟି ବିପରୀତ ଦିଗରୁ ଆସୁଥିବା ତେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। କାର୍ ରେ ଥିବା ୫ଜଣ ଯାତ୍ରୀ ଆହତ ହୋଇଥିଲା ବେଳେ ୨ଜଣ ଗୁରୁତର ଅଛନ୍ତି । ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୁଣାକଟକ ମେଡିକାଲ ସ୍ଥାନାନ୍ତର କରିଛନ୍ତି ।
ଅନ୍ୟ ଏକ ଘଟଣାରେ ଘର ଭିତରେ ପଶିଲା ବାଲି ବୋଝେଇ ହାଇୱା। ଡ୍ରାଇଭର ଆହତ ହୋଇଥିବା ବେଳେ ଅଳ୍ପକେ ବଞ୍ଚିଲେ ଘର ଲୋକ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରେଡି ଦାମୋଦର ପଲ୍ଲୀ ଗାଁରେ ଘଟିଛି ଏହି ଦୁର୍ଘଟଣା। ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଘର ଭିତରକୁ ମାଡି ଯାଇଥିଲା ବାଲି ବୋଝେଇ ହାଇୱା। ଘରର ପାଚେରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ହାଇୱାର ସାମ୍ନା ପଟ ମଧ୍ୟ ଭାଙ୍ଗି ଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।