Car Accident: ଦ୍ରୁତ ଗତି ନେଲା ପାଞ୍ଚ ଜଣଙ୍କ ଜୀବନ; ଦୁର୍ଘଟଣାଗ୍ରସ୍ତ ହୋଇ ପୋଖରୀରେ ବୁଡ଼ିଗଲା ବରଯାତ୍ରୀ କାର୍
ଢେଙ୍କାନାଳ, ୨୩/୦୭: ଢେଙ୍କାନାଳ ଜିଲ୍ଲା ଛାଟିଆ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ସଦର ଥାନା ଅନ୍ତର୍ଗତ ଇନ୍ଦିପୁରକୁ ବରଯାତ୍ରୀ ନେଇ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତଗତି ଆସି ଅକ୍ସୟୁଭି କାର୍ ଟି ଛାଟିଆ ଗାଁ ପଖରେ ଥିବା ପୋଖରୀ ଭିତରକୁ ଖସି ପଡ଼ିଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କାରରେ ମୋଟ୍ ୭ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଉଦ୍ଧାର ହୋଇଥିବା ଜଣାପଡିଛି ।
ମୃତକ ମାନେ ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରୁସିଂହ ଗାଁର ବୋଲି ଜଣାପଡ଼ିଛି । ସେମାନେ ହେଲେ କାର ଚାଳକ ଚନ୍ଦ୍ରକାନ୍ତ ସ୍ୱାଇଁ, ଅବିନାଶ ସାହୁ, ରାକେଶ ସାହୁ ,ଶ୍ରୀରାମ ସାହୁ ଓ ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ଅଭିଜିତ ସାହୁ । ଉଦ୍ଧାର ଯୁବକ ଦୁଇଜଣ ବାଙ୍ଗୁରୁସିଂହ ଗାଁର ବାବୁଲ ସାହୁ ଓ ସୌମ୍ୟ ରଞ୍ଜନ ସାହୁ ବୋଲି ଜଣାପଡିଛି । ଉଦ୍ଧାର ଦୁଇ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଂଗୁରୁସିଂହ ଗ୍ରାମରୁ ବରଯାତ୍ରୀ ଗାଡ଼ି ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମକୁ ଯାଉଥିଲେ । ଦ୍ରୁତ ବେଗରେ ଯାଉଥିବା ଏକ୍ସୟୁଭି କାର୍ ଟି ବୁଲାଣି ରାସ୍ତା ଯୋଗୁଁ ଭାରସାମ୍ୟ ହରାଇ ପୋଖରୀକୁ ଓଲଟି ପଡିଥିଲା । ଖବର ପାଇ ସ୍ଥାନୀୟ ଛାଟିଆ ଗ୍ରାମର ଲୋକେ ପହଞ୍ଚି ପୋଖରୀରୁ ଯୁବକଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କର ଚିକିତ୍ସା ଚାଲିଛି ।
ଅଧିକ ଫଢ଼ନ୍ତୁ- ମର୍ମନ୍ତୁଦ ଦୁର୍ଘଟଣା : ଆମ୍ବ ଗଛରେ ପିଟି ହେଲା ଥାର୍, ଗୋଟିଏ ପରିବାରର ୩ ମୃତ, ବାଉଁଶୁଣୀରେ ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।