Cancer Vaccine: ଶରୀରରେ କେମିତି କାମ କରିବ କ୍ୟାନସର ଭ୍ୟାକସିନ୍ ? ପଢ଼ନ୍ତୁ ଗୋଟିଏ କ୍ଲିକରେ

ଡର ହଟିବ, ଏବେ କ୍ୟାନସର ବି ଭଲ ହେବ । ଋଷିଆ ଆଣିଛି ଗେମଚେଞ୍ଜର ଟୀକା - ଏଣ୍ଟୋରୋମିକ୍ସ । ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ପାସ୍ କରିବା ପରେ ଏବେ ଏ ଟୀକାକୁ ନେଇ ବିଶ୍ୱରେ ବଡ଼ ଚର୍ଚ୍ଚା, ବହୁତ ଉତ୍ସାହ ।

11 September 2025 05:35 PM IST
Cancer Vaccine: ଶରୀରରେ କେମିତି କାମ କରିବ କ୍ୟାନସର ଭ୍ୟାକସିନ୍ ? ପଢ଼ନ୍ତୁ ଗୋଟିଏ କ୍ଲିକରେ

ଡର ହଟିବ, ଏବେ କ୍ୟାନସର ବି ଭଲ ହେବ । ଋଷିଆ ଆଣିଛି ଗେମଚେଞ୍ଜର ଟୀକା - ଏଣ୍ଟୋରୋମିକ୍ସ । ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ପାସ୍ କରିବା ପରେ ଏବେ ଏ ଟୀକାକୁ ନେଇ ବିଶ୍ୱରେ ବଡ଼ ଚର୍ଚ୍ଚା, ବହୁତ ଉତ୍ସାହ ।

ଆସିଯାଇଛି କ୍ୟାନସରର ଭ୍ୟାକସିନ୍ । ଡର ହଟିବ, ଏବେ କ୍ୟାନସର ବି ଭଲ ହେବ । ଋଷିଆ ଆଣିଛି ଗେମଚେଞ୍ଜର ଟୀକା - ଏଣ୍ଟୋରୋମିକ୍ସ । ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ପାସ୍ କରିବା ପରେ ଏବେ ଏ ଟୀକାକୁ ନେଇ ବିଶ୍ୱରେ ବଡ଼ ଚର୍ଚ୍ଚା, ବହୁତ ଉତ୍ସାହ । କୋଭିଡ ବେଳେ ଋଷିଆ ପ୍ରସ୍ତୁତ କରିଥିବା ସ୍ଫୁଟନିକ୍- ଭି ଟୀକା କଥା ଆପଣଙ୍କର ମନେ ଥିବ । ସ୍ପୁଟନିକ୍ - ଭି କୁ ପ୍ରସ୍ତୁତ କରିଥିବା ଋଷିଆର ଗାମେଲିୟା ନ୍ୟାସନାଲ୍ ରିସର୍ଚ୍ଚ ସେଣ୍ଟର ଏବେ ଏହି କ୍ୟାନସରର ଭ୍ୟାକସିନର R & D ବା ରିସର୍ଚ୍ଚ ଓ ଡେଭେଲପମେଣ୍ଟକୁ ଦେଖୁଛି ।

m-RNA, ମାନେ ମେସେଞ୍ଜର୍ RNA । ମଣିଷ ଶରୀରରେ ଦୁଇଟି ବହୁ ଗୁରୁତ୍ୱପୂର୍ଣ୍ଣ ଜେନେଟିକ୍ ମ୍ୟାଟେରିଆଲ୍ ଅଛି । ଗୋଟିଏ DNA ଓ ଅନ୍ୟଟି RNA । ଟିକେ ସରଳ କରି ଯଦି ବୁଝିବା, ତାହେଲେ mRNA ହେଉଛି ଏକ ଜେନେଟିକ୍ ମ୍ୟାଟେରିଆଲ୍ ଯାହା ଗୋଟିଏ ପ୍ରକାରର ମେସେଜ୍ ବା ବାର୍ତ୍ତା । ଏ ମେସେଜ୍ ଶରୀରରେ ଥିବା କୋଷରେ ପହଞ୍ଚେ, କୋଷକୁ ନିଜ ପାଇଁ ପ୍ରୋଟିନ୍ ପ୍ରସ୍ତୁତ କରିବାର ଶୈଳୀ ଜଣାଏ । ଆଉ, ଥରେ ଯେବେ କୋଷ ନିଜର ପ୍ରୋଟିନ୍ ତିଆରି କରିଦିଏ, mRNA ଆପେ ଆପେ ଭାଙ୍ଗି ନଷ୍ଟ ହୋଇଥାଏ । ଏହା ରିିତିମତ ଚାଲୁଥିବା ଗୋଟେ ପ୍ରକ୍ରିୟା ଓ ଏଥିରେ DNAରେ କିଛି ପ୍ରଭାବ ପଡେନି କି DNA ପରିବର୍ତ୍ତନ ବି ହୁଏନି ।


ମଣିଷ ଶରୀରରେ ସାଧାରଣ ସେଲ୍ ଭଳି ଯେବେ କ୍ୟାନସର ସେଲ୍ ଡେଭେଲପ୍ କରିବା ଆରମ୍ଭ କରେ, Cell Division ବା କୋଷ ବିଭାଜନ କରି ସେ ବି ତାର ସଂଖ୍ୟା ବଢ଼ାଏ, ସାଧାରଣ ଅର୍ଥରେ କ୍ୟାନସର ଗ୍ରୋ କରେ । ପ୍ରତି କୋଷ ନିଜ ପାଇଁ ପ୍ରୋଟିନ୍ ତିଆରି କରେ, ସେ ପ୍ରୋଟିନ୍, ସେଲକୁ ବଡ଼ କରେ, ପରେ ଗୋଟିଏ ସେଲ୍ ବିଭାଜନ ବା division ହୋଇ ଦୁଇଟି ସେଲ୍ ହୁଏ, ୨ରୁ ୪ ହୁଏ.. ଆଉ ଏମିତି କୋଷର ସଂଖ୍ୟା ବଢ଼େ । ଆଉ ପ୍ରୋଟିନର କାମ ସେଲକୁ ଡେଭେଲପ୍ କରାଇବା, ଅର୍ଥ ଗ୍ରୋ କରାଇବା । ଆଉ ଯେମିତିକି ମୁଁ ଆପଣଙ୍କୁ କହିଥିଲି, mRNA ହେଉଛି ସେହି ମେସେଜ୍, ଯିଏ କୋଷକୁ ନିଜ ପାଇଁ ପ୍ରୋଟିନ୍ ପ୍ରସ୍ତୁତ କରିବା ଶିଖାଏ ।


ଏବେ ଏଣ୍ଟୋରୋମିକ୍ସ କ୍ୟାନସର ଭ୍ୟାକସିନ୍ ଗୋଟିଏ ପ୍ରକାରର customised mRNA, ଯାହାକୁ ମଣିଷ ଶରୀର ଭିତରେ inject କରାଯିବ, ଯାହା କ୍ୟାନସର ସେଲରେ ପହଞ୍ଚି ସେଲ୍ ଡିଭିଜନକୁ ରୋକିବ । ଏ ଭ୍ୟାକନିସରେ ଥିବା mRNA ଜରିଆରେ କୋଷ ପାଖରେ ଏମିତି ଏକ ମେସେଜ୍ ପହଞ୍ଚାଯିବ, ଯାହା କ୍ୟାନସର ସେଲକୁ ପ୍ରୋଟିନ୍ ପ୍ରସ୍ତୁତ ନକରାଇ ଓଲଟା ତାକୁ ଦୁର୍ବଳ କରାଇବ । ଆଉ ଏ ପ୍ରକ୍ରିୟା ଦ୍ୱାରା କ୍ୟାନସର ସେଲ୍ ନିଜର ସେଲ୍ ଡିଭିଜନ୍ କରି ଗ୍ରୋ କରିବା ପରିବର୍ତ୍ତେ, ଓଲଟା ଦୁର୍ବଳ ହୋଇ ଆପେ ଆପେ ନଷ୍ଟ ହୋଇଯିବ ।


ସେଇଥିପାଇଁ କ୍ୟାନସରର ଏ ଟୀକା ପ୍ରତି ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ ହେବ । ଅର୍ଥାତ୍ customised କରିବାକୁ ପଡ଼ିବ । ଯେହେତୁ ସମସ୍ତଙ୍କ mRNA ସମାନ ନୁହେଁ, ଶରୀରରେ କ୍ୟାନସର ସେଲର Charactiristics ବି ସାମାନ ନୁହେଁ । ତେଣୁ ରୋଗୀର କ୍ୟାନସର ଚିହ୍ନଟ ହେବା ପରେ, ରୋଗୀର ଜେନେଟିକ୍ behaviour ବା profile ହିସାବରେ ତା ପାଇଁ ସ୍ୱତନ୍ତ୍ର ଭାବେ ଏଣ୍ଟୋରୋମିକ୍ସ କ୍ୟାନସର ଭ୍ୟାକସିନ ପ୍ରସ୍ତୁତ କରାଯିବ ।


ସାଧାରଣତଃ ଟୀକା, କୌଣସି ପ୍ରକାର ସଂକ୍ରମଣ ଓ ରୋଗକୁ ରୋକିବା ପାଇଁ ଆମେ ନେଇଥାନ୍ତି, ଏକ Precautionary measure ହିସାବରେ । ଯେମିତି କୋଭିଡ୍ ବେଳେ ଆମେ ସମସ୍ତେ କୋଭିଡ୍ ଭ୍ୟାକସିନ୍ ନେଇଥିଲେ । ଉଦ୍ଦେଶ୍ୟ ଥିଲା, ଶରୀର ଭିତରେ କୋଭିଡର ଆଣ୍ଟିବଡି ପ୍ରସୁତ କରିବା ଆଉ ଯଦି କେବେ କରୋନା ଭାଇସର୍ ଶରୀରକୁ ଆଟାକ୍ କରେ, ତେବେ ତାର ମୁକାବିକା କରିବା । କିନ୍ତୁ କ୍ୟାନସର ଭ୍ୟାକସିନ୍ କ୍ଷେତ୍ରରେ ସେମିତି ବିକବୁଲ୍ ହେଉନି । ଋଷିଆ ପ୍ରସ୍ତୁତ କରିଥିବା ଏଣ୍ଟୋରୋମିକ୍ସ କ୍ୟାନସର ଭ୍ୟାକସିନ୍ ସିଏ ନେବେ, ଯାହା ଶରୀରରେ କ୍ୟାନସର ଚିହ୍ନଟ ହୋଇଥିବ, କ୍ୟାନସର ସେଲ୍ ଥିବ ବା ଟ୍ୟୁମର୍ ଥିବ । ଏଣ୍ଟୋରୋମିକ୍ସ କ୍ୟାନସର ଭ୍ୟାକସିନ୍ ଏକ Precautionary କ୍ୟାନସର ଭ୍ୟାକସିନ୍ ଆଦୌ ନୁହେଁ।


କ୍ୟାନସରର ବହୁ ଭେରାଇଟି ଅଛି । ଏଣୁ ଋଷ ତରଫରୁ ଦାବି କରିଯାଇଛି ଯେ ଫୁସଫୁସ, ସ୍ତନ, ପାନକ୍ରିଏଟିକ୍ କ୍ୟାନସର କ୍ଷେତ୍ରରେ ଏ ଟୀକା ରାମବାଣ ସାବ୍ୟସ୍ତ ହେଉଛି । ଇମ୍ୟୁନୋକମ୍ପ୍ରୋମାଇଜ୍ଡ ରୋଗୀ, କେମୋଥେରାପି-ପ୍ରତିରୋଧୀ କ୍ୟାନସର ଅର୍ଥାତ ଯେଉଁ ରୋଗୀମାନଙ୍କ ପାଇଁ କେମୋଥେରାପି ପ୍ରଭାବହୀନ ହୋଇଛି କିମ୍ବା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସାଧାରଣ ଚିକିତ୍ସା ସେମାନେ ନେଇ ପାରୁନାହାନ୍ତି, ସେମାନଙ୍କ ପାଇଁ ଏଣ୍ଟୋରୋମିକ୍ସ ଏକ ନୂତନ ଓ ସଫଳ ଆଶା ଆଣି ଆସିଛି ।

ଏହି ଟୀକାକୁ ରୁଷିଆର ନ୍ୟାସନାଲ ମେଡିକାଲ ରିସର୍ଚ୍ଚ ରେଡିଓଲୋଜିକାଲ୍ ସେଣ୍ଟର ଏବଂ ରୁଷିଆନ୍ ଏକାଡେମୀ ଅଫ୍ ସାଇନ୍ସର ଏଙ୍ଗେଲହାର୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ମଲିକୁଲାର ବାୟୋଲୋଜି ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି। ଏହାକୁ ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମ୍ 2025ରେ ଉପସ୍ଥାପିତ କରାଯାଇଥିଲା।

ବର୍ତ୍ତମାନ, ଏହି ଟୀକା ଋଷର ମାତ୍ର କେତେକ କ୍ୟାନସର ହସ୍ପିଟାଲରେ ସୀମିତ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ଏବେ ଅପେକ୍ଷା ରହିଛି ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚୂଡ଼ାନ୍ତ ଅନୁମୋଦନକୁ । ଅନୁମୋଦନ ମିଳିବା ମାତ୍ରେ, ଏହାର ବ୍ୟବହାର ବଡ଼ ପରିମାଣରେ ଆରମ୍ଭ ହୋଇପାରିବ ଓ ନା କେବଳ ଋଷ ବରଂ ସାରା ବିଶ୍ୱର କ୍ୟାନସର ରୋଗୀ ଏହା ଦ୍ୱାରା ଲାଭବାନ ହେବେ ।

Disclaimer: This content has been automatically aggregated from television for informational purposes. To read the original article, please visit television.