Cabinet: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢ଼ାଇଲେ ବିଡିଓଙ୍କ ଆର୍ଥିକ କ୍ଷମତା

ଏଣିକି ମନରେଗା ବ୍ୟତୀତ ଅନ୍ୟ ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଦେଇପାରିବେ ବିଡିଓ । ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ୨ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇ

11 September 2025 02:15 PM IST
Cabinet: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢ଼ାଇଲେ ବିଡିଓଙ୍କ ଆର୍ଥିକ କ୍ଷମତା

ଏଣିକି ମନରେଗା ବ୍ୟତୀତ ଅନ୍ୟ ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଦେଇପାରିବେ ବିଡିଓ । ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ୨ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ବଢିଲା ବିଡିଓଙ୍କ କ୍ଷମତା । ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢାଇଛନ୍ତି ରାଜ୍ୟ ସରକାର । ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ବାଜିଛି କ୍ୟାବିନେଟ୍ ମୋହର । ଏଣିକି ମନରେଗା ବ୍ୟତୀତ ଅନ୍ୟ ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଦେଇପାରିବେ ବିଡିଓ । ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ୨ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରେ ଆଉ ଅଧ୍ୟକ୍ଷଙ୍କ ପ୍ରତିସ୍ବାକ୍ଷର ରହିବା ଆବଶ୍ୟକ ନାହିଁ ।

ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୦ରୁ ୫୦ ଲକ୍ଷ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ୫୦ ଲକ୍ଷ ଟଙ୍କାରୁ ଅଧିକ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କରିପାରିବେ । ମନରେଗା ଅଧୀନ ବିକାଶମୂଳକ ପ୍ରକଳ୍ପ ପାଇଁ ଅଧ୍ୟକ୍ଷ ୨୦ରୁ ୫୦ ଲକ୍ଷ ଏବଂ ଜିଲ୍ଲାପାଳ ୫୦ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ଅନୁମୋଦନ କରିପାରିବେ । ସେହିଭଳି ଯନ୍ତ୍ରୀଙ୍କ ଆର୍ଥିକ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି । ସାଧାରଣ ବିକାଶମୂଳକ ଯୋଜନା ପାଇଁ କନିଷ୍ଠ ଓ ସହକାରୀ ଯନ୍ତ୍ରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ଦେଇପାରିବେ । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କ୍ଷମତା ଦିଆଯାଇଛି । ନିର୍ବାହୀ ଯନ୍ତ୍ରୀମାନେ ୨୦ ଲକ୍ଷରୁ ୧ କୋଟି, ଅଧୀକ୍ଷଣ ଯନ୍ତ୍ରୀ ୧କୋଟିରୁ ୪ କୋଟି ଏବଂ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ୪କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ବୈଷୟିକ ମଞ୍ଜୁରୀ କରିପାରିବେ । ମନରେଗା ଅଧୀନ ବିକାଶମୂଳକ କାମ ପାଇଁ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ପଞ୍ଚାୟତ ବୈଷୟିକ ସହାୟକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ଦେଇପାରିବେ ।

ଗତକାଲି (ବୁଧବାର) ବସିଥିବା କ୍ୟାବିନେଟ୍ ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିଛି ମୋହର। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଆଉ ୪୨୮ଟି ନୂଆ ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର। ଏଥିପାଇଁ ୧୧୮.୯୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ୧୧୮.୦୬ କୋଟି ଟଙ୍କା ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ। ବଳକା ୯୨  ଲକ୍ଷ ଟଙ୍କା ଏମସିଏଲ୍  ଯୋଗାଇବ। ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସଡ଼କ ସୁରକ୍ଷା, ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଗାଡ଼ି ଉପରେ କଟାଯାଇଥିବା ଅନାଦେୟ ଜରିମାନାକୁ ଆଦାୟ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକକାଳୀନ ସମାଧାନ ଓଟିଏସ୍ ଘୋଷଣା କରାଯାଇଛି। ଜୁଲାଇ ୩୧, ୨୦୨୫ ସୁଦ୍ଧା ବକେୟା ଥିବା ଇ-ଚାଲାଣ ପାଇଁ ଲାଗୁ ହେବ। ଅନ୍ୟପଟେ ଏଣିକି ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନକାରୀଙ୍କୁ ଫି ଦେବାକୁ ପଡ଼ିବ। ତେବେ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ବର୍ଗ ଏଥିରୁ ବାଦ୍ ପଡ଼ିବେ। ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେଉଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସଂସ୍ଥାଗୁଡ଼ିକ ମାଧ୍ୟମରେ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ ।

Disclaimer: This content has been automatically aggregated from television for informational purposes. To read the original article, please visit television.