Cabinet Reshuffle Buzz Intensifies: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ମନ୍ତ୍ରୀମଣ୍ଡଳରେ ହେବ ବଡ଼ଧରଣର ଅଦଳବଦଳ!

Jun 24, 2026 - 12:42
Cabinet Reshuffle Buzz Intensifies: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ମନ୍ତ୍ରୀମଣ୍ଡଳରେ ହେବ ବଡ଼ଧରଣର ଅଦଳବଦଳ!

ଜୋର ଧରିଲା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ଚର୍ଚ୍ଚା। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବା ପରେ ଚର୍ଚ୍ଚା ତୀବ୍ର ହୋଇଛି। ଏହି ସାକ୍ଷାତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏବଂ କେରଳ ବିଜେପିର ବରିଷ୍ଠ ନେତା ଜର୍ଜ କୁରିଆନ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବାରୁ ରାଜନୈତିକ ମହଲରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଲାଗି ରହିଛି। 

ଗତକାଲି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ। ଗତ ମାସରେ ଏନଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ କାର୍ଯ୍ୟଦକ୍ଷତାର ସମୀକ୍ଷା କରିଥିଲେ। ସେବେଠାରୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଲାଗି ରହିଛି। 

କିଛି ଦିନ ମଧ୍ୟରେ ଆଉ ୩ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା, ପଙ୍କଜ ଚୌଧୁରୀ ଏବଂ ରବନୀତ ସିଂହ ବିଟ୍ଟୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ହର୍ଷ ମାଲହୋତ୍ରାଙ୍କୁ ପୂର୍ବରୁ ଦିଲ୍ଲୀର ବିଜେପି ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିବାବେଳେ, ପଙ୍କଜ  ଚୌଧୁରୀଙ୍କୁ ବିଜେପିର ଉତ୍ତର ପ୍ରଦେଶ ୟୁନିଟର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ତେବେ ମନ୍ତ୍ରିମଣ୍ଡଳରେ କେଉଁ ନୂଆ ମୁହଁ ସାମିଲ ହେବେ ଓ କିଏ ବାଦ ପଡିବେ ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।