Businessman Shot Dead: ବ୍ୟବସାୟୀଙ୍କୁ ହତ୍ୟା, ଗୁଳିମାଡ଼ ସମୟର ଦୃଶ୍ୟ ସିସିଟିଭିରେ କଏଦ୍
ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଡର ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି । ତାଙ୍କର ମୃତ୍ୟୁ ଘଟିଛି । ଦୁର୍ବୃତ୍ତମାନେ ତାଙ୍କୁ ପଛପଟୁ ଅତର୍କିତ ଭାବେ ଗୁଳିମାଡ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ସେ ଚାଲି ଚାଲି ଯାଉଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡିଛି । ତାଙ୍କ ଉପରକୁ ୮ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ।
ଗୁରୁତର ଅବସ୍ଥାରେ ଏହି ବ୍ୟବସାୟୀଙ୍କୁ ବାଲେଶ୍ବର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ଶରୀରର ବିଭଇନ୍ନ ସ୍ଥାନରେ ଏପରିକି ମୁଣ୍ଡରେ ମଧ୍ୟ ଗୁଳି ବାଜିଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । କିଏ ଓ କାହିଁକି ଗୁଳିମାଡ଼ କଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ । ତାଙ୍କର କାର୍ ଆସେସୋରିଜ୍ ଓ ପାର୍ଲର ବ୍ୟବସାୟ ଥିବାର ଜଣାପଡିଛି । ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବାଲେଶ୍ୱର ସହରରେ ଏହି ଅପରଧ ଘଟାଇଛନ୍ତି ଦୁର୍ବୃତ୍ତ । ଗୁଳିମାଡ଼ ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।