Bus Driver's Apology Note: ମାନବିକତା ସବୁଠୁ ଉପରେ, ପ୍ରମାଣ କରିଦେଲେ ବସ ଡ୍ରାଇଭର

Jun 29, 2026 - 11:12
Bus Driver's Apology Note: ମାନବିକତା ସବୁଠୁ ଉପରେ, ପ୍ରମାଣ କରିଦେଲେ ବସ ଡ୍ରାଇଭର

ଗାଡିକୁ ଧକ୍କା ଦେବା ପରେ ଡ୍ରାଇଭର ମାନେ ସାଧାରଣତଃ ସେ ଜାଗାରୁ ପଳେଇ ଯାଆନ୍ତି। ହେଲେ ଏମିତି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ, ଡ୍ରାଇଭର ଜଣକ ଗାଡିକୁ ଭୁଲରେ ଧକ୍କା ଦେବା ପରେ ଏକ ନୋଟ ରଖି ଯାଇଛନ୍ତି।  

ଯେଉଁ ବ୍ୟକ୍ତି ଦୁର୍ଘଟଣା ହେବାର ଦେଖିଲେ ସେ ମଧ୍ୟ ସାହାଯ୍ୟ ପାଇଁ ଏକ ନୋଟ ଲେଖିଛନ୍ତି। ସେ କାର୍ଡବୋଡ ଉପରେ ପୁରା ଘଟଣା ଲେଖିବା ସହ ନିଜ ପରିଚୟ ମଧ୍ୟ ଦେଇଥିଲେ, କାହିଁକି ନା ଆବଶ୍ୟକ ପଡିଲେ ସେ ବୟାନ ଦେବେ। 

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ମଣିଷତ୍ୱ ଉପରେ ଭରସା କରିବା ପାଇଁ ଉତ୍ସାହିତ କରୁଛି। 
ନ୍ୟୁଜଲାଣ୍ଡରେ ରହୁଥିବା ଭାରତୀୟ ମହିଳା ଶ୍ରେୟା ଗୁପ୍ତା ଏକ ଏପରି ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକେ କହୁଛନ୍ତି ଦୁନିଆରେ  ଆଜି ବି ଭଲ ଲୋକଙ୍କର ଅଭାବ ନାହିଁ। କିନ୍ତୁ ଯେତେବେଳେ ସେ ନୋଟ ପଢିଲେ ପୁରା ଘଟଣା ବଦଳି ଗଲା। 

ନିଜ ଭୁଲକୁ ଲୁଚେଇଲେ ନାହିଁ ବସ ଡ୍ରାଇଭର 

ଶ୍ରେୟା କହିଛନ୍ତି ଯେ ସେ ସକାଳେ ୟୁନିଭର୍ସିଟି ପାଖରେ ନିଜ କାର ପାର୍କ କରିଥିଲେ। ସନ୍ଧ୍ୟା ୫ଟାରେ ଫେରିବା ସମୟରେ ସେ କାରର ଗ୍ଲାସରେ ଗୋଟିଏ ନୋଟ ଦେଖିଥିଲେ। ସେଥିରେ ଲେଖାଥିଲା ଭୁଲବଶତଃ କାରକୁ ଧକ୍କା ଲାଗିଯାଇଛି। ବସ ଡ୍ରାଇଭର ନିଜ ନାଁ ଓ ନମ୍ୱର ମଧ୍ୟ ଲେଖିଥିଲେ। ବସ ଡିପୋ ସହ ଯୋଗାଯୋଗ କରିବାକୁ କହିଥିଲେ। ଡ୍ରାଇଭର ଚାହୁଁଥିଲେ କାରର ହୋଇଥିବା କ୍ଷତିର ସଠିକ ଭରଣା ହେଉ। ତାଙ୍କର ଏଭଳି ଭାବନାକୁ ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

ଗୋଟିଏ ଅଜଣା ବ୍ୟକ୍ତି ହୋଇ ମଧ୍ୟ ଦେଖାଇଥିଲେ ମାନବିକତା। ଘଟଣାଟି ସେଠି ସରିନଥିଲା, ଯେଉଁ ବ୍ୟକ୍ତି ଘଟଣାକୁ ଦେଖିଥିଲେ ସେ ମଧ୍ୟ ସାହାଯ୍ୟ ପାଇଁ ଅଲଗା ନୋଟ ଦେଇଥିଲେ। ସେ କାର୍ଡବୋର୍ଡରେ ସମ୍ପୂର୍ଣ୍ଣ ଘଟଣା ଲେଖିବା ସହ ନିଜ ସମ୍ପର୍କରେ ସୂଚନା ଦେଇଥିଲେ, ଯାହାଦ୍ୱାରା ଆବଶ୍ୟକ ପଡିଲେ ସେ ସାକ୍ଷୀ ହୋଇପାରିବେ। 

ଶ୍ରେୟା କହିଛନ୍ତି ଜଣେ ଅଜଣା ବ୍ୟକ୍ତି ନିଜର ମୂଲ୍ୟବାନ ସମୟ କାଢି ସାହାଯ୍ୟ କରିବା ଆଜିର ସମୟରେ ସବୁଠାରୁ ବଡ କଥା। ଏହି ଘଟଣା ପରେ ଲୋକଙ୍କ ଉପରେ ତାଙ୍କର ଭରସା ଅଧିକ ବଢିଯାଇଛି।