Bus Accident Leaves Over 15 Passengers Injured: ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ

Jul 23, 2026 - 17:13
Bus Accident Leaves Over 15 Passengers Injured: ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ

ଭାରସାମ୍ୟ ହରାଇ କ୍ଷେତକୁ ଓଲଟିଲା ବସ୍। ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଆଉଁଳି ଗାଁ ନିକଟରେ। ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ଗୁଣୁପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ବିଳମ୍ବ ହୋଇଥିବାରୁ ଦ୍ରୁତ ଗତିରେ ଯାଉଥିଲା।

ଆଉଁଳି ଗାଁ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତା କଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇ କ୍ଷେତକୁ ଓଲଟି ପଡ଼ିଥିଲା। କ୍ଷେତରେ କାମ କରୁଥିବା ଚାଷୀମାନେ ତୁରନ୍ତ ଆସି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତ ଯାତ୍ରୀଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଓ ବୋରିଗୁମ୍ମା ମେଡିକାଲକୁ ପଠାଯାଇଛି। ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

କୋରାପୁଟ ଜିଲ୍ଳା ଆଉଁଳି ଗାଁ ନିକଟରେ ବସ୍ ଦୁର୍ଘଟଣା
ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନେଇ ଅଭିଯୋଗ
ବୋରିଗୁମ୍ମା ପୋଲିସର ତଦନ୍ତ ଆରମ୍ଭ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।