Burn Injuries:ମଣିଷ ଶରୀରର କେତେ ଭାଗ ଜଳିଗଲେ ବଂଚିବା ଅସମ୍ଭବ...ଜାଣନ୍ତୁ ଏହି ରିପୋର୍ଟରେ

ମଣିଷ ଶରୀରର କେତେ ଭାଗ ଜଳିଗଲେ ବଂଚିବା ଅସମ୍ଭବ, କିପରି ହିସାବ ହୁଏ ପୋଡ଼ାଜଳାର ପ୍ରତିଶତ, ଜଳାପୋଡ଼ାକୁ କେତେ ଭାଗରେ ବିଭକ୍ତ କରେ ଡାକ୍ତରୀ ବିଦ୍ୟା ? ଏସବୁର ଉତ୍ତର ଜାଣିବା ପାଇଁ ପ‍ଢ଼ନ୍ତୁ ଏହି ରିପୋର୍ଟ

20 August 2025 04:20 PM IST
Burn Injuries:ମଣିଷ ଶରୀରର କେତେ ଭାଗ ଜଳିଗଲେ ବଂଚିବା ଅସମ୍ଭବ...ଜାଣନ୍ତୁ ଏହି ରିପୋର୍ଟରେ

ମଣିଷ ଶରୀରର କେତେ ଭାଗ ଜଳିଗଲେ ବଂଚିବା ଅସମ୍ଭବ, କିପରି ହିସାବ ହୁଏ ପୋଡ଼ାଜଳାର ପ୍ରତିଶତ, ଜଳାପୋଡ଼ାକୁ କେତେ ଭାଗରେ ବିଭକ୍ତ କରେ ଡାକ୍ତରୀ ବିଦ୍ୟା ? ଏସବୁର ଉତ୍ତର ଜାଣିବା ପାଇଁ ପ‍ଢ଼ନ୍ତୁ ଏହି ରିପୋର୍ଟ

ମଣିଷ ଶରୀରର କେତେ ଭାଗ ଜଳିଗଲେ ବଂଚିବା ଅସମ୍ଭବ, କିପରି ହିସାବ ହୁଏ ପୋଡ଼ାଜଳାର ପ୍ରତିଶତ, ଜଳାପୋଡ଼ାକୁ କେତେ ଭାଗରେ ବିଭକ୍ତ କରେ ଡାକ୍ତରୀ ବିଦ୍ୟା, ଏସବୁ ପ୍ରଶ୍ନ ବର୍ତ୍ତମାନ ପରିସ୍ଥିତିରେ ଆପଣଙ୍କ ମନକୁ ଆସିବା ସ୍ୱାଭାବିକ । ଆଜି ସେସବୁର ଉତ୍ତର ଆମେ ଆପଣଙ୍କୁ ଜଣାଇବୁ, କାରଣ ସେ ଅଘଟଣ ହେଉ ବା ଆତ୍ମଦାହ ଅବା ଆକ୍ରୋଶମୂଳକ ଭାବେ ନିଆଁଲଗାଇବା ହେଉ, ଏଠି ପ୍ରତ୍ୟେକ ଦିନ ଅନାୟସରେ ଚାଲିଯାଉଛି ଅନେକ ମୂଲ୍ୟବାନ୍ ଜୀବନ ।

ମଣିଷ ଶରୀରର ଜଳାପୋଡ଼ାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଫାର୍ଷ୍ଟ ଡିଗ୍ରୀ, ସେକେଣ୍ଡ୍ ଡିଗ୍ରୀ ଓ ଥାର୍ଡ ଡିଗ୍ରୀ । ତେବେ ଫାର୍ଷ୍ଟ ଡିଗ୍ରୀ କଣ, ଯେଉଁଥିରେ ସନ୍‌ବର୍ଣ୍ଣ୍ ଅବା ଗରମପାଣି ଓ ମହମବତୀ ଦ୍ୱାରା କେବଳ ଚର୍ମର ଉପର ଭାଗ ପ୍ରଭାବିତ ହୋଇଥାଏ । ସେକେଣ୍ଡ ଡିଗ୍ରୀରେ ଚର୍ମର ଦ୍ୱିତୀୟ ଲେୟାର ପ୍ରଭାବିତ ହୋଇଥାଏ ଏବଂ ଥାର୍ଡ ଡିଗ୍ରୀରେ ସାଂଘାତିକ ଭାବେ ଚର୍ମର ଭିତର ପାର୍ଶ୍ୱ ସମେତ କିଛି ଅଙ୍ଗପ୍ରତ୍ୟଙ୍ଗ ଓ ଟିସ୍ୟୁ ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ ଆତ୍ମଦାହ ଅବା ପେଟ୍ରୋଲ ଡିଜେଲ୍ ଭଳି ପଦାର୍ଥରେ ଜଳାପୋଡ଼ାକୁ ଥାର୍ଡ ଡିଗ୍ରୀରେ ଅନ୍ତର୍ଭୁକ୍ତ କରେ ଡାକ୍ତରୀ ବିଦ୍ୟା । ଏହାବାଦ୍ ଅତି ଗୁରୁତର କେସ୍ ଏବେ ଫୋର୍ଥ ଡିଗ୍ରୀ ବର୍ଣ୍ଣ ଭାବେ ଉଭା ହେଲାଣି ।

ସେହିପରି ପ୍ରକାର ଭେଦ ଅନୁସାରେ ମଧ୍ୟ ଜଳାପୋଡ଼ାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଥର୍ମାଲ୍ ବର୍ଣ୍ଣ, ଇଲେକ୍ଟ୍ରିକାଲ୍ ବର୍ଣ୍ଣ ଏବଂ ଛୋଟ ପିଲାଙ୍କ ଠାରେ ଦେଖାଦେଉଥିବା ସ୍କାଲ୍ଡ୍ସ୍ ବର୍ଣ୍ଣ ଯାହା ଗରମ ପଦାର୍ଥ ଅବା କ୍ଷୀର ପଡ଼ିବା ଦ୍ୱାରା ଦେଖାଦେଇଥାଏ । ତେବେ ଥର୍ମାଲ୍ ବର୍ଣ୍ଣ ଓ ଇଲେକ୍ଟ୍ରିକାଲ୍ ବର୍ଣ୍ଣକୁ ଥାର୍ଡ ଡିଗ୍ରୀ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଥାଏ, ଯେଉଁଥିରେ ରୋଗୀର କଣ୍ଡିସନ୍ ଗୁରୁତର ଅଛି ବୋଲି ଧରିନିଆଯାଏ ।

ତେବେ କିପରି ହିସାବ ହୁଏ ଜଳାପୋଡ଼ାର ପ୍ରତିଶତ ଆସନ୍ତୁ ଜାଣିବା । ୱାଲେସ୍ ରୁଲ୍ ଅଫ୍ ନାଇନ୍ସ ଅନୁସାରେ ଶରୀରର ସମ୍ମୁଖ ଓ ପଛପାଖର ୧୧ଟି ଭାଗକୁ ୯ ପ୍ରତିଶତ ଲେଖାଏଁ ମୋଟ ୯୯ ପ୍ରତିଶତ ଏବଂ ପେରିନିୟମ୍ ବା ମଣିଷର ପ୍ରାଇଭେଟ୍ ପାର୍ଟକୁ ୧ ପ୍ରତିଶତ ଭାବେ ହିସାବ କରି ସମୁଦାୟ ୧୦୦ ପ୍ରତିଶତ ବୋଲି ବିବେଚନା କରାଯାଏ । ଯେତେବେଳେ କୌଣସି ବ୍ୟକ୍ତି ପୋଡ଼ିଯାଆନ୍ତି, ଏହି ନିୟମ ଆଧାରରେ ଡାକ୍ତର ପୋଡ଼ାଜଳାର ହାରାହାରି ପ୍ରତିଶତ ନିର୍ଣ୍ଣୟ କରନ୍ତି ।

Disclaimer: This content has been automatically aggregated from television for informational purposes. To read the original article, please visit television.