Buried: ୨୭ ଘଣ୍ଟା ପରେ ସରକାରୀ ଜମିରେ ପୋତା ହେଲେ, ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନଥିଲା ଶ୍ମଶାନ

Jul 03, 2026 - 15:36
Buried: ୨୭ ଘଣ୍ଟା ପରେ ସରକାରୀ ଜମିରେ ପୋତା ହେଲେ, ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନଥିଲା ଶ୍ମଶାନ

ରାୟଗଡା: ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଘଟଣାରେ ଆଜି ୨୭ ଘଣ୍ଟା ପରେ ସରକାରୀ ଜାଗାରେ ଶେ‌ଷକୃତ୍ୟ ହୋଇଥିବା ଜଣାପଡିଛି । ଗତକାଲି ଧର୍ମ ପରିବର୍ତ୍ତନ କରିଥିବାରୁ ଶ୍ମଶାନ ମିଳିନଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା ।  

ଦାମ ଖ୍ରୀଷ୍ଟଆନ ଧର୍ମ ଗ୍ରହଣ କରିଥିଲେ 

ସୂଚନାରୁ ଜଣାପଡିଛି ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ (୬୫ ବର୍ଷ )୪/୫ ବର୍ଷ ତଳେ ଖ୍ରୀଷ୍ଟଆନ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ସକାଳ ପ୍ରାୟ ୭ଟା ସମୟରେ ସେ ମୃତ୍ୟୁବରଣ କରିଥ‌ିଲେ । ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଦାମଙ୍କୁ ସ୍ଥାନୀୟ ଶ୍ମଶାନରେ କବର ଦେବା ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀମାନେ ବାରଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟଯେ ଗ୍ରାମରେ ୪/୫ ଆଦିବାସୀ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ମୃତ ଦାମଙ୍କ ୩ ପୁଅ ଏବଂ ଅନ୍ୟ ସଂପର୍କୀୟମାନେ ରହିଥିବା ବେଳେ ଏନେଇ କୌଣସି ଅଭିଯୋଗ କାହାରିକୁ କରିନଥିଲେ । ଆଜି ମୃତକଙ୍କ ପରିବାର ଗ୍ରାମବାସୀଙ୍କ ସହ ଆଲୋଚନା କରି ଏକ ସରକାରୀ ଜାଗାରେ ଶେଷକୃତ୍ୟ କରିଥିଲେ । ଗତକାଲି ଠାରୁ  ସ୍ଥାନୀୟ ପରମ୍ପରା ଅନୁଯାୟି ଗ୍ରାମରେ କେହି ମୃତ୍ୟୁବରଣ କରି‌ଲେ ରୋଷେଇ କରାଯାଉନଥିବାରୁ ଦୀର୍ଘ ଘଣ୍ଟା ଧରି ଗ୍ରାମବାସୀମାନେ ଭୋକରେ ରହିଥିଲେ।  ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଶେଷଖାଲ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। 

Delhi High Court: ହାଜତ ମୃତ୍ୟୁ ଆତ୍ମହତ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଦାୟୀ: ଦିଲ୍ଲୀ ହାଇକୋର୍ଟ