Building collapse: ଭିୱାଣ୍ଡିରେ ଭୟଙ୍କର ଦୁର୍ଘଟଣା; ୪ ମହଲା କୋଠା ଭୁଶୁଡ଼ି ୭ ମୃତ, ଚାପି ହୋଇଛନ୍ତି ଅନେକ
ନୂଆଦିଲ୍ଲୀ,୩୧/୦୭; ମହାରାଷ୍ଟ୍ରର ଭିୱାଣ୍ଡିରେ ବଡ଼ ଅଘଟଣ ଘଟିଛି । ଏକ ଚାରି ମହଲା କୋଠାର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ ଦଳଗୁଡ଼ିକ ଭଗ୍ନାବଶେଷରୁ ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । କୋଠାର ମରାମତି କାର୍ଯ୍ୟ ଚାଲିଛି । ଭିତରେ ଅତି କମରେ ତିନିରୁ ଚାରି ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି ।
ଏହା ବି ପଢନ୍ତୁ...Anti-paper leak bill : 'ପେପର ଲିକ୍ ଗ୍ୟାଙ୍ଗକୁ ଛଡ଼ାଯିବ ନାହିଁ ', ସଂସଦରେ ବିଲ୍ ପାସ୍ ହେବା ପରେ PM ମୋଦିଙ୍କ ଇନଷ୍ଟା ମେସେଜ୍
ଦୁର୍ଘଟଣା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ । ଉଦ୍ଧାର କାର୍ଯ୍ୟରେ କୌଣସି ବାଧା ନ ଆସିବାକୁ ପ୍ରଶାସନ ନାଗରିକମାନଙ୍କୁ ସେହି ଅଞ୍ଚଳରେ ଏକାଠି ନ ହେବାକୁ ଏବଂ ଗୁଜବକୁ ଅଣଦେଖା କରିବାକୁ ନିବେଦନ କରିଛି । ଘଟଣାରେ ଆହତ କିମ୍ବା ମୃତକଙ୍କ ସଠିକ୍ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।