BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍
ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍ଟି ବିଶେଷ କରି ବ୍ୟବସାୟିକ ତଥା ଜରୁରୀକାଳୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ତେବେ ଦୂରସଞ୍ଚାର ବିଭାଗ (DoT) ର ନିୟମ ଅନୁଯାୟୀ, କୌଣସି ବି ବ୍ୟକ୍ତି ବା ସଂସ୍ଥା ବିନା ଅନୁମତିରେ ଏହାର ବ୍ୟବହାର କରିପାରିବେ ନାହିଁ। ଆବଶ୍ୟକୀୟ ଅନୁମତି ମିଳିବା ପରେ ହିଁ ଏହାକୁ ବ୍ୟବହାର କରାଯାଇପାରିବ।
ଏହି ଫୋନ୍ ସାହାଯ୍ୟରେ ଉପଭୋକ୍ତାମାନେ ମୋବାଇଲ୍ ନେଟୱର୍କ ନ ଥିବା ଦୁର୍ଗମ ଅଞ୍ଚଳରେ ମଧ୍ୟ ସହଜରେ କଥାବାର୍ତ୍ତା କରିପାରିବେ ଏବଂ ଜରୁରୀକାଳୀନ ସେବା ପାଇପାରିବେ। ଏଥିରେ ଶକ୍ତିଶାଳୀ ତଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଥିବା ବ୍ୟାଟେରୀ ମିଳିଥାଏ। ଏହା ପ୍ରତିରକ୍ଷା ବାହିନୀ, ସାମୁଦ୍ରିକ କାର୍ଯ୍ୟ, ବିପର୍ଯ୍ୟୟ ପରିଚାଳନା, ମାଇନିଂ (ଖଣି କାର୍ଯ୍ୟ), ଦୁର୍ଗମ ଅଞ୍ଚଳରେ ଚାଲିଥିବା ପ୍ରକଳ୍ପ, ତୀର୍ଥଯାତ୍ରୀ ଏବଂ ଆଡଭେଞ୍ଚର ଟ୍ରାଭେଲ୍ କରୁଥିବା ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ହେବ।
ବିଏସଏନଏଲ୍ର ଏହି ନୂଆ ସାଟେଲାଇଟ୍ ଫୋନ୍ର ମୂଲ୍ୟ ଟ୍ୟାକ୍ସ (କର) ସହିତ ୧,୩୪,୧୬୬ ଟଙ୍କା ରଖାଯାଇଛି। ଏହି ଦାମ୍ ଆପଲ୍ର ଆଇଫୋନ୍ ୧୭, ଆଇଫୋନ୍ ୧୭ ପ୍ରୋ ଏବଂ ସାମସଙ୍ଗ ଗାଲାକ୍ସି ଏସ୍୨୬ ଅଲ୍ଟ୍ରା ଭଳି ପ୍ରିମିୟମ୍ ସ୍ମାର୍ଟଫୋନ୍ ଠାରୁ ମଧ୍ୟ ଅଧିକ।
When conventional mobile networks can’t reach, the BSNL Satellite Phone keeps you connected.
Designed for challenging environments, making it an ideal solution for Defence, Maritime, Disaster Response, Mining, Remote Operations and Adventure Travel.
Why Choose BSNL Satellite… pic.twitter.com/Fc6vsahxRn
— BSNL India (@BSNLCorporate) July 9, 2026
ଏହି ଫୋନ୍ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଗ୍ରାହକମାନେ ସେମାନଙ୍କର ନିକଟସ୍ଥ ବିଏସଏନଏଲ୍ ଅଫିସ୍କୁ ଯାଇପାରିବେ କିମ୍ବା ୯୭୬୮୮୬୬୬୫୨ (9768866652) ନମ୍ବରରେ କଲ୍ କରି ବୁଝିପାରିବେ। ସୂଚନାଯୋଗ୍ୟ, ଦେଶରେ ଉପଭୋକ୍ତାମାନଙ୍କୁ ଉନ୍ନତ ୪ଜି ସେବା ଯୋଗାଇବା ପାଇଁ ବିଏସଏନଏଲ୍ ପ୍ରାୟ ୯୯,୦୦୦ ସାଇଟ୍ସ ମଧ୍ୟ କାର୍ଯ୍ୟକ୍ଷମ କରିସାରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।