05 AUGUST 2026

Welcome!

Unlock your personalized experience.
Sign Up

BRICS Education Summit : ଆଜିଠୁ ଭୁବନେଶ୍ୱରରେ ୧୩ତମ 'ବ୍ରିକ୍ସ' ଶିକ୍ଷା ମନ୍ତ୍ରୀ ସମ୍ମିଳନୀ, ଜାଣନ୍ତୁ କ'ଣ ରହିଛି ଏଜେଣ୍ଡା

Aug 05, 2026 - 11:13
BRICS  Education Summit : ଆଜିଠୁ ଭୁବନେଶ୍ୱରରେ ୧୩ତମ 'ବ୍ରିକ୍ସ' ଶିକ୍ଷା ମନ୍ତ୍ରୀ ସମ୍ମିଳନୀ, ଜାଣନ୍ତୁ କ'ଣ ରହିଛି ଏଜେଣ୍ଡା

ଭୁବନେଶ୍ୱର,୦୫/୦୮; ଆଜିଠାରୁ ୭ ତାରିଖ ଯାଏ ଭୁବନେଶ୍ଵରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷା ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ ଗ୍ରହଣ କରିବେ । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୦ରୁ  ଅଧିକ ଦେଶର ଶିକ୍ଷା ମନ୍ତ୍ରୀ ଏବଂ ପ୍ରତିନିଧି ସମ୍ମିଳନୀରେ ସାମିଲ ହେବେ ।

ବିଶେଷ କରି ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା, BRICS TCA ଅଧୀନରେ ଦକ୍ଷତା ବିକାଶ ଏବଂ ସହଯୋଗକୁ ବିସ୍ତାର କରିବା, ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା, ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତିକୁ ସୁଦୃଢ଼ କରିବା, ଶିକ୍ଷାନୁଷ୍ଠାନର ନେତୃତ୍ୱ କ୍ଷମତା ବିକାଶକୁ ପ୍ରୋତ୍ସାହନ ଦେବା ଉପରେ ଆଲୋଚନା ହେବ । ଭାରତ -୨୦୨୬ BRICS ସମ୍ମିଳନୀକୁ ଅଧ୍ୟକ୍ଷତା କରୁଛି । ଯାହାର ଥିମ୍ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶର ନିର୍ମାଣ ।

ଅଧିକ ପଢନ୍ତୁ...No Insurance, No Fuel : ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ, ଗାଡ଼ିର ବୀମା ନଥିଲେ ମିଳିବନି ତେଲ  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।