Bribes Before Treatment: ସରକାରୀ ଡାକ୍ତରଖାନାରେ ଚାଲିଛି ଲାଞ୍ଚ କାରବାର, ଶୋଷଣ ହେଉଛନ୍ତି ଗରିବ-ଗୁରୁବା
ରୋଗୀଙ୍କୁ ଆଶାଦିଦି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ତାହା ପୁଣି ସେ ହିସାବ ଦେଇ ଟଙ୍କା ମାଗୁଛନ୍ତି। ଡାକ୍ତରଙ୍କ ସମେତ, ଆଉ କିଏ କେତେ ଟଙ୍କା ନେବେ, ତାହା ବି କହୁଛନ୍ତି।
ରୋଗୀଙ୍କୁ ଆଶାଦିଦି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ତାହା ପୁଣି ସେ ହିସାବ ଦେଇ ଟଙ୍କା ମାଗୁଛନ୍ତି। ଡାକ୍ତରଙ୍କ ସମେତ, ଆଉ କିଏ କେତେ ଟଙ୍କା ନେବେ, ତାହା ବି କହୁଛନ୍ତି।
କଣ୍ଟାବାଂଜି ସରକାରୀ ଡାକ୍ତରଖାନା। ଚକାଚକ ବିଲଡିଂ। କୌଣସି ସୁବିଧା ସୁଯୋଗର ଅଭାବ ନାହିଁ। କିନ୍ତୁ ଅଭାବ ରହିଛି, ଚିକିତ୍ସା ଯୋଗାଉଥିବା କର୍ମଚାରୀଙ୍କ ମାନସିକତା। ଡାକ୍ତରଖାନା ସିନା ସରକାରୀ, କିନ୍ତୁ ବ୍ୟବହାର ଏଠି ବେସରକାରୀ। ଏଠି କଥା କଥାରେ ମଗାଯାଉଛି ଟଙ୍କା।
ରୋଗୀଙ୍କୁ ଆଶାଦିଦି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ତାହା ପୁଣି ସେ ହିସାବ ଦେଇ ଟଙ୍କା ମାଗୁଛନ୍ତି। ଡାକ୍ତରଙ୍କ ସମେତ, ଆଉ କିଏ କେତେ ଟଙ୍କା ନେବେ, ତାହା ବି କହୁଛନ୍ତି। ତଦନ୍ତ ସମୟରେ ଆଶାଦିଦି ସ୍ୱୀକାର କରିଛନ୍ତି ଯେ, ସେ ଟଙ୍କା ନେଇ ଡାକ୍ତର ଆଉ ନର୍ସଙ୍କୁ ଦେଇଥିଲେ।
କେବଳ କଣ୍ଟାବାଂଜି ନୁହେଁ, ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଠାରୁ ଟଙ୍କା ନେବା ସାଧାରଣ କଥା ହୋଇଯାଇଛି। କେବଳ ରୋଗୀଙ୍କ ଠାରୁ ନୁହେଁ, ଆଶା ଦିଦିଙ୍କୁ ବି ଶୋଷଣ କରୁଛନ୍ତି ଉପରିସ୍ଥ ଅଧିକାରୀ ଓ ଡାକ୍ତର। କେଉଁଠି ଆଶାଦିଦିଙ୍କ ମାଧ୍ୟମରେ ଡାକ୍ତରଙ୍କ ଲାଂଚ କାରବାର ତ ଆଉ କେଉଁଠି ଆଶା ଚାକିରୀ କରେଇଦେବା ପାଇଁ ନର୍ସ ଦିଦିଙ୍କ ଟଙ୍କା ନେବା ଘଟଣା।
ଭିଡିଓ ଦେଖିବା ପାଇଁ କ୍ଲିକ କରନ୍ତୁ
ପାଟଣାଗଡ ଉପଖଣ୍ଡ ବନେଇମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର ନର୍ସ ଦିଦି ଝରଣା ଧୁବଳ, ଆଶା ଚାକିରି କରେଇଦେବା ପାଇଁ ଟଙ୍କା ମାଗୁଛନ୍ତି। ଝରଣା ଧୁବଳଙ୍କ ବିରୋଧରେ ଟଙ୍କା ମାଗିବାର ଇଏ ପ୍ରଥମ ଅଭିଯୋଗ ନୁହେଁ, ଆଗରୁ ଟଙ୍କା ନେବା ବେଳେ, କ୍ୟାମେରାରେ କଏଦ ହେବାରୁ ଦିଦିଙ୍କ ବଦଳି ହୋଇଥିଲା। ଏଥର ବି ଘଟଣାର ତଦନ୍ତ ହେବାର ମାସେ ବିତିଗଲାଣି। ସି.ଡି.ଏମ.ଓଙ୍କୁ ରିପୋର୍ଟ ବି ଦିଆସରିଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
