Breastfeeding room : ଶ୍ରୀମନ୍ଦିର ପରିସରରେ ଖୋଲିଲା ସ୍ତନ୍ୟପାନ କକ୍ଷ

Breastfeeding room : ଶ୍ରୀମନ୍ଦିର ପରିସରରେ ଖୋଲିଲା ସ୍ତନ୍ୟପାନ କକ୍ଷ

01 September 2025 07:20 PM IST
Breastfeeding room : ଶ୍ରୀମନ୍ଦିର ପରିସରରେ ଖୋଲିଲା ସ୍ତନ୍ୟପାନ କକ୍ଷ

Breastfeeding room : ଶ୍ରୀମନ୍ଦିର ପରିସରରେ ଖୋଲିଲା ସ୍ତନ୍ୟପାନ କକ୍ଷ

ପୁରୀ: ଶ୍ରୀମନ୍ଦିର ପରିସରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମାଆ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ଶାଖା କାର୍ଯ୍ୟାଳୟ ନିକଟସ୍ଥ ଏକ ଶୀତତାପ ନିୟନ୍ତ୍ରିତ ଗୃହରେ ଏକକାଳୀନ ୪ ଜଣ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଦୁଇ ଜଣ ଲେଖାଏଁ ମହିଳା ଜେଟିପିଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି।

ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଆସୁଥିବା ବେଳେ ଅନେକ ମା' ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି। ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା' ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯାଇଛି। ଏହି ସ୍ତନ୍ୟପାନ କକ୍ଷରେ ମେଡିକାଲ ଟିମ୍ ମଧ୍ୟ ମୁତୟନ ହୋଇଥିବା ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭକ୍ତ।

Disclaimer: This content has been automatically aggregated from television for informational purposes. To read the original article, please visit television.