Brain-Eating Amoeba: ଘାତକ ହେଉଛି ବ୍ରେନ୍ ଇଟିଂ ଅମିବା, ନେଲାଣି ୩ ଜୀବନ

ବ୍ରେନ୍ ଇଟିଂ ଅମିବା ଯୋଗୁଁ ତିନି ମାସର ଶିଶୁ ସମେତ କେରଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଆଠ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

01 September 2025 02:05 PM IST
Brain-Eating Amoeba: ଘାତକ ହେଉଛି ବ୍ରେନ୍ ଇଟିଂ ଅମିବା, ନେଲାଣି ୩ ଜୀବନ

ବ୍ରେନ୍ ଇଟିଂ ଅମିବା ଯୋଗୁଁ ତିନି ମାସର ଶିଶୁ ସମେତ କେରଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଆଠ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କେରଳରେ ସାଂଘାତିକ ହେଉଛି ସଂକ୍ରାମକ ରୋଗ ଅମୋବିକ ମେନିଙ୍ଗୋଏନସେଫାଲାଇଟିସ୍। କେରଳର କୋଝିକୋଡ ମେଡିକାଲ କଲେଜ ହସ୍ପିଟାଲରେ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁମାନଙ୍କ ମଧ୍ୟରେ ଜଣେ ତିନି ମାସର ଶିଶୁ ଅଛନ୍ତି ବୋଲି ସୋମବାର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଏହା ସହିତ ଅଗଷ୍ଟ ମାସରେ କେରଳରେ ଏହି ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।

କୋଝିକୋଡ ଜିଲ୍ଲାର ଓମାସେରୀର ଆବୁବକର ସିଦ୍ଦିକଙ୍କ ପୁଅ ଗତ ଏକ ମାସ ଧରି ଚିକିତ୍ସା ହେଉଥିଲେ, କିନ୍ତୁ ରବିବାର ଦିନ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ଆଇସିୟୁରେ ତାଙ୍କର ମୃତ୍ୟୁ ହୋଇଛି।

ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ରାମଲା, ମାଲାପୁରମ ଜିଲ୍ଲାର କାପିଲରୁଙ୍କର ମୃତ୍ୟୁ ହୋଇଛି। ତାଙ୍କର ଜୁଲାଇ ୮ରେ ଲକ୍ଷଣ ଦେଖା ଦେଇଥିଲା। ସେ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, କିନ୍ତୁ ଅବସ୍ଥା ବିଗିଡ଼ିବା ପରେ ତାଙ୍କୁ କୋଝିକୋଡ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଏହା ପୂର୍ବରୁ, ଅଗଷ୍ଟ ୧୪ରେ, ଥାମାରାସେରୀର ଜଣେ ନଅ ବର୍ଷୀୟ ଝିଅ ଏହି ରୋଗରେ ଆକ୍ରାନ୍ତ ହୋଇ ଏହି ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ କୋଝିକୋଡ, ମାଲାପୁରମ ଏବଂ ୱାୟନାଡ ଜିଲ୍ଲାରୁ ଆଠ ଜଣ ରୋଗୀ କୋଝିକୋଡ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଅମୋବିକ ମେନିଙ୍ଗୋଏନସେଫାଲାଇଟିସ୍ ମୁଖ୍ୟତଃ ଦୂଷିତ ପାଣିରେ ସନ୍ତରଣ କିମ୍ବା ସ୍ନାନ କରିବା ଦ୍ୱାରା ଏହି ବାକ୍ଟେରିଆ ସଂକ୍ରମିତ ହୁଏ। ଏହା ଏକ ବିରଳ ଓ ମସ୍ତିଷ୍କ ସଂକ୍ରମଣ ରୋଗ। ଏହାକୁ ବ୍ରେନ୍ ଇଟିଂ ଅମିବା ବୋଲି କୁହାଯାଏ। ଏପର୍ଯ୍ୟନ୍ତ ଚଳିତ ବର୍ଷ କେରଳରେ ୪୨ଟି ମାମଲା ରିପୋର୍ଟ ହୋଇଛି। ଏପରି ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ କୋଝିକୋଡ, ୱାୟନାଡ ଏବଂ ମାଲାପୁରମ ଜିଲ୍ଲାରେ କୂଅ ଏବଂ ଜଳ ସଂରକ୍ଷଣ ଟାଙ୍କିଗୁଡ଼ିକରେ କ୍ଲୋରିନେସନ ଆରମ୍ଭ କରିଛି। ଅଧିକାରୀମାନେ ଜଣାଇଛନ୍ତି ଯେ ଆଗକୁ ସଂକ୍ରମଣ ରୋକିବା ପାଇଁ ସଚେତନତା ଅଭିଯାନ ମଧ୍ୟ ଚାଲିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.