Border Gavaskar Trophy: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳିବନି ଅଷ୍ଟ୍ରେଲିଆ

Aug 05, 2026 - 14:43
Border Gavaskar Trophy: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳିବନି ଅଷ୍ଟ୍ରେଲିଆ

"ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ୨୧ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳାଯିବ ବର୍ଡର-ଗାଭାସ୍କର ଟ୍ରଫି।

ଭାରତ ବିପକ୍ଷ ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ଅଭ୍ୟାସ ମ୍ୟାଚ୍‌ ନ ଖେଳିବାକୁ ଚିନ୍ତା କରୁଛି।

ଏହା ବଦଳରେ ଏକ ଲମ୍ବା ତାଲିମ ଶିବିର କରି ଭାରତୀୟ ପରିବେଶକୁ ପରଖିବାର ଯୋଜନା ରହିଛି ବୋଲି ଅଷ୍ଟ୍ରେଲିଆର ମୁଖ୍ୟପ୍ରଶିକ୍ଷକ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡ ସୂଚନା ଦେଇଛନ୍ତି।Advertisment ନୂଆ ଯୋଜନା ସହ ଭାରତକୁ ଆସିବ ଅଷ୍ଟ୍ରେଲିଆ ୫୭ ବର୍ଷ ପରେ ପ୍ରଥମ ଥର ଲାଗି ଭାରତରେ ଅଷ୍ଟ୍ରେଲିଆ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଯାଉଛି।

ଅନ୍ୟପକ୍ଷରେ ଭାରତ ମାଟିରେ ୨୦୦୪-୦୫ ଋତୁରୁ ଅଷ୍ଟ୍ରେଲିଆ ଟେଷ୍ଟ୍‌ ଶୃଙ୍ଖଳା ଜିତି ପାରିନି।

ତେଣୁ ନୂଆ ଯୋଜନା ସହ ଭାରତ ଆସିବାକୁ ଅଷ୍ଟ୍ରେଲିଆ ଚିନ୍ତା କରିଛି। ""ଆମକୁ ଲାଗୁଛି ଯେ ଭାରତୀୟ ପରିବେଶ ସହ ଖାପ ଖୁଆଇବା ଲାଗି ପର୍ଯ୍ୟାପ୍ତ ସମୟ ଅଛି।

ଆମେ ଅଭ୍ୟାସ ମ୍ୟାଚ୍‌ ଖେଳିବୁ ନାହିଁ।

କେବଳ ସେହି ସ୍ଥାନ ବିଷୟରେ ଜାଣିବାକୁ ଚେଷ୍ଟା କରିବୁ।

ଆମ ପାଖରେ କିଛି ବିକଳ୍ପ ଅଛି।

Messi donation: ମେସିଙ୍କ ମହାନତା: ମାଡ୍ରିଡ୍‌ ଅଗ୍ନିବିପନ୍ନଙ୍କୁ ସହାୟତା କଲେ ଆମେ ପୂର୍ବରୁ ୟୁଏଇ ଓ ବେଙ୍ଗାଲୁରୁ ଅଭ୍ୟାସ ଶିବିର କରିଛୁ।

ତେଣୁ ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କୁ କିପରି ପରିଚାଳନା କରାଯିବ ତାହା ଉପରେ କାମ କରୁଛୁ।

ଶୃଙ୍ଖଳା ପୂର୍ବରୁ ଆମକୁ ତାଲିମ ଲାଗି ଏମତି ସ୍ଥାନ ମିଳୁ, ଯାହା କେବଳ ପ୍ରଥମ ଟେଷ୍ଟ୍‌ ନୁହେଁ ପୂରା ଶୃଙ୍ଖଳାରେ ସହଯୋଗ କରିବ"" ବୋଲି ମ୍ୟାକ୍‌ଡୋନାଲ୍ଡ କହିଛନ୍ତି।

ପୂର୍ବରୁ ୟୁଏଇ ଓ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ପ୍ରି-ଶିବିର କରିଥିଲା।

ଭାରତ ଗସ୍ତ ପୂର୍ବରୁ ଏହି ରଣନୀତି ପୁଣି ଥରେ କରିବାକୁ ଅଷ୍ଟ୍ରେଲିଆ କ୍ରିକେଟ୍‌ ଚିନ୍ତା କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।