Blood Moon : ଆଜି ଦେଖାଯିବ ଲାଲ ଜହ୍ନ

Blood Moon : ଆଜି ଦେଖାଯିବ ଲାଲ ଜହ୍ନ

07 September 2025 02:20 PM IST
Blood Moon : ଆଜି ଦେଖାଯିବ ଲାଲ ଜହ୍ନ

Blood Moon : ଆଜି ଦେଖାଯିବ ଲାଲ ଜହ୍ନ

ଭୁବନେଶ୍ବର : ଆଜି ଚନ୍ଦ୍ର ଗ୍ରହଣ। ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣସ୍ପର୍ଶ କରିବ। ରାତି ୧୧ଟା ୧ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ। ଏଣୁ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ମଧ୍ୟାହ୍ନ ୧୨ଟା ୫୭ ମିନିଟଠାରୁ ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ କରାଯାଇଛି। ଆଜି ଦିନ ୧୨ଟା ୫୭ ମିନିଟରୁ ରାତି ୧ଟା ୨୭ ମିନିଟ୍ ମଧ୍ୟରେ କୌଣସି ପ୍ରକାର ଅନ୍ନ ଭୋଜନ କରାଯିବନି ବୋଲି ପଞ୍ଜିକାର ଗଣନାକାର ପରାମର୍ଶ ଦେଇଛନ୍ତି । କିନ୍ତୁ ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ଏହା ଲାଗୁ ହେବ ନାହିଁ । ବ୍ରାହ୍ମମୁହୂର୍ତ୍ତ ରାତି ୪ଟା ପରେ ସ୍ନାନାଦି ସାରି ଦେବପୂଜା କରାଯିବ। ସୂର୍ଯ୍ୟୋଦୟ ପରେ ଦେବପୂଜା ଓ ପାକକର୍ମ ସାରି ଅନ୍ନ ଆଦି ଭୋଜନ କରାଯିବ। ଆଜି ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହେବ ।

ଚନ୍ଦ୍ର ଗ୍ରହଣକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କାରଣ ଏହା ଭାରତରେ ସବୁଠି ଦୃଶ୍ୟମାନ ହେବ, ଚନ୍ଦ୍ରର ବର୍ଣ୍ଣ ଲାଲ ହୋଇଯିବ, ଯାହାକୁ ବ୍ଲଡ୍ ମୁନ୍ ବୋଲି କୁହାଯିବ। ଅନେକ ବର୍ଷର ବ୍ୟବଧାନରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଦୀର୍ଘ ସାଢ଼େ ୩ଘଣ୍ଟା ଧରି ଛାଇ ଆଲୁଅର ଖେଳ ଚାଲିବ। 

Disclaimer: This content has been automatically aggregated from television for informational purposes. To read the original article, please visit television.