Block administration: ସହଯୋଗ କରୁନି ବ୍ଲକ୍‌ ପ୍ରଶାସନ: ଧାରଣାରେ ବସିଲେ ବିଧାୟକ, ଖର୍ଚ୍ଚ ହୋଇପାରୁନି ଅନୁଦାନ

Jul 19, 2026 - 08:05
Block administration: ସହଯୋଗ କରୁନି ବ୍ଲକ୍‌ ପ୍ରଶାସନ: ଧାରଣାରେ ବସିଲେ ବିଧାୟକ, ଖର୍ଚ୍ଚ ହୋଇପାରୁନି ଅନୁଦାନ

"ବରୀ: ବିଧାୟକଙ୍କ କଥା ଶୁଣୁ ନାହାନ୍ତି ବିଡିଓ।

ବୈଠକ ଡାକିଲେ ବି ଯୋଗ ଦେଉନାହାନ୍ତି।

କୌଣସି କାମରେ ବ୍ଲକ୍‌ ପ୍ରଶାସନ ତାଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରି ଯାଜପୁର ଜିଲ୍ଲା ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଆଜି ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି।Advertisment Weekly Horoscope 2026 July 19 to 25: ଜାଣନ୍ତୁ ଏ ସପ୍ତାହର ରାଶିଫଳ ରାଜ୍ୟରେ ବିଜେପି ସରକାର ରହିଛି।

ସେ ବିଜେଡି ଟିକେଟ୍ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଏଣୁ ବ୍ଲକ୍‌ ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଅସହଯୋଗ କରୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଦୁଇବର୍ଷ ହେଲା ବରୀର ବିକାଶମୂଳକ କାର୍ଯ୍ୟ ହେଉନାହିଁ।

ବିଡିଓ ମିନତି ଜଗଦେବ ଶାସକ ଦଳକୁ ଅଧିକ ଗୁରୁତ୍ବ ଦେଉଛନ୍ତି।

ବ୍ଲକ୍‌ କାର୍ଯ୍ୟାଳୟ ବିଜେପି ନେତାଙ୍କ ଆଡ଼ାସ୍ଥଳୀ ପାଲଟିଛି।

ଗତ ମେ ମାସ ୩୦ ତାରିଖରେ ସେ ସମୀକ୍ଷା ବୈଠକ ଡାକିଥିଲେ।

ବିଡିଓ ସମସ୍ତ ବ୍ଲକ୍‌ କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ ଚିଠି କରିଥିଲେ।

ମାତ୍ର ଶାସକ ଦଳର ଚାପରେ ସେଦିନ ସନ୍ଧ୍ୟାରେ ଉକ୍ତ ଚିଠିକୁ ବାତିଲ କରି ବୈଠକ ହେବନାହିଁ ବୋଲି ପୁନଃ ଚିଠି କରିଥିଲେ।

ଆଜି ସମୀକ୍ଷା ବୈଠକ କରିବା ପାଇଁ ପୂର୍ବରୁ ସେ ବିଡିଓଙ୍କୁ ସୂଚନା ଦେଇଥିଲେ।

ଖର୍ଚ୍ଚ ହୋଇପାରୁନି ଅନୁଦାନ୨ ବର୍ଷ ହେଲା ବିକାଶ ଠପ୍ ତଦନୁଯାୟୀ ଆଜି ନିର୍ଦ୍ଧାରିତ ସମୟରେ ସେ ବ୍ଲକ୍‌ରେ ପହଞ୍ଚିଥିଲେ ମଧ୍ୟ ଅଧିକାଂଶ କର୍ମଚାରୀ ଉପସ୍ଥିତ ନଥିଲେ।

ଏଥିରେ ଅସନ୍ତୋଷ ପ୍ରକାଶ କରି ବିଡିଓଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଆଗରେ ବିଧାୟକ ଶ୍ରୀ ମଲ୍ଲିକ ଧାରଣାରେ ବସିଥିଲେ।

ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ବସିବା ପରେ ତାଙ୍କ ସମର୍ଥକମାନଙ୍କ ଭିଡ଼ ଜମିଥିଲା।

ଶେଷରେ ବିଡିଓ ନିଜ ଭୁଲ୍‌ ସ୍ବୀକାର କରିବାରୁ ବିଧାୟକ ଧାରଣାରୁ ଉଠି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ହାତଗଣତି କର୍ମଚାରୀ ଓ ବିଡିଓଙ୍କ ଉପସ୍ଥିତିରେ ବିଧାୟକ ନିଜର କେତେକ ସମର୍ଥକଙ୍କୁ ନେଇ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ।

୧୫ ଦିନ ମଧ୍ୟରେ ଫାଇଲ୍‌ ଚୋରି ଘଟଣା ତଥା ଅନ୍ୟ ସମସ୍ୟାର ସମାଧାନ ନ ହେଲେ ସେ ପୁଣି ବ୍ଲକ୍‌ ମୁଖ୍ୟଫାଟକ ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ରୀ ମଲ୍ଲିକ ଚେତାବନୀ ଦେଇଛନ୍ତି।

Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍‌ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ଏ ସଂପର୍କରେ ବିଡିଓକହିଛନ୍ତି ଯେ ବିଧାୟକ ସମୀକ୍ଷା ବୈଠକ ପାଇଁ ତାଙ୍କୁ କହିଥିଲେ।

ମାତ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗ୍ରାମସଭା, ପଲ୍ଲୀସଭା ଥିବାରୁ କିଛି କର୍ମଚାରୀ କ୍ଷେତ୍ରରେ ରହିଛନ୍ତି।

ସମସ୍ତ କର୍ମଚାରୀ ଉପସ୍ଥିତ ନଥିବାରୁ ବିଧାୟକ ଟିକିଏ ଅସନ୍ତୋଷ ପ୍ରକାଶ କରିଥିଲେ।

ସେ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ଆମେ ସମାଧାନ ଓ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛୁ।

ସୂଚନାଯୋଗ୍ୟ, ବରୀ ବ୍ଲକ୍‌ କାର୍ଯ୍ୟାଳୟରୁ ୨୦ରୁ ୨୫ଟି ସରକାରୀ ଫାଇଲ୍‌ ଚୋରି ହୋଇଥିବାରୁ ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ଅଥଚ ୨ ବର୍ଷ ପରେ ଫାଇଲ୍‌ ଫେରିଲା ନାହିଁ କି ଚୋରି କରିଥିବା ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ।

ବ୍ଲକ୍‌ରେ କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ଖର୍ଚ୍ଚ ନ ହୋଇ ପଡ଼ିରହିଛି ବୋଲି ବିଧାୟକ ଅଭିଯୋଗ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।