BJP Strengthens Grip:ତୃଣମୂଳ ସ୍ତରରୁ ବିଜେଡିକୁ ସଫା କରିଦେବ କି ବିଜେପି ? ୧୪ ମାସରେ ବିଜେପିର ୩୦ ବ୍ଲକ୍ ଦଖଲ
ପଞ୍ଚାୟତ ଏବଂ ବ୍ଲକରେ ସଫା ହୋଇଯିବ କି ବିଜେଡି ? କାହିଁକି ନା ଗୋଟିକ ପରେ ଗୋଟିଏ ବ୍ଲକ ଅଧ୍ୟକ୍ଷ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଏବେ ଦଳ ଛାଡି ବିଜେପିରେ ମିଶୁଛନ୍ତି। ଆଉ କେଉଁଠି ଅନାସ୍ଥା ଆଣି ବ୍ଲକ୍ ଦଖଲ କରୁଛି ବିଜେପି। ସରକାରକୁ ଆସିବାର
ପଞ୍ଚାୟତ ଏବଂ ବ୍ଲକରେ ସଫା ହୋଇଯିବ କି ବିଜେଡି ? କାହିଁକି ନା ଗୋଟିକ ପରେ ଗୋଟିଏ ବ୍ଲକ ଅଧ୍ୟକ୍ଷ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଏବେ ଦଳ ଛାଡି ବିଜେପିରେ ମିଶୁଛନ୍ତି। ଆଉ କେଉଁଠି ଅନାସ୍ଥା ଆଣି ବ୍ଲକ୍ ଦଖଲ କରୁଛି ବିଜେପି। ସରକାରକୁ ଆସିବାର ୧୪ ମାସରେ ଏମିତି ପ୍ରାୟ ୩୦ ବ୍ଲକ୍ ଦଖଲ କଲାଣି ଶାସକ ଦଳ। ଏମିତି ସ୍ଥିତିରେ କାହିଁକି ବିଜେଡିର ପଞ୍ଚାୟତ ପ୍ରତିନିଧି ଦଳଠାରୁ ମୁହଁ ଫେରାଉଛନ୍ତି ତାକୁ ନେଇ ବଢିଛି ଚର୍ଚ୍ଚା।...
ବିନା ନିର୍ବାଚନରେ ବିଜେପି ଦଖଲ କରୁଛି ଗୋଟିକ ପରେ ଗୋଟିଏ ବ୍ଲକ୍ । ବିଜେଡି ଛାଡ଼ି ବିଜେପି ମୁହାଁ ପଞ୍ଚାୟତ ବ୍ଲକ୍ ପ୍ରତିନିଧି । ଦଳ ଜିତିଥିବା ବିଧାନସଭା ସିଟରେ ବି ବ୍ଲକ୍ ବଞ୍ଚାଇ ପାରୁନି ବିଜେଡି । କେନ୍ଦ୍ରାପଡାରୁ କଳାହାଣ୍ଡି, ବଡ଼ଚଣାରୁ ବ୍ରହ୍ମପୁର, ସବୁଠି ସମାନ ଟ୍ରେଣ୍ଡ। ଏ ଚିତ୍ର ୨୭ ତାରିଖର। ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଧର୍ମଗଡ଼ ବ୍ଲକ୍ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାଙ୍ଗରେ ୨୪ ଜଣ ସମିତି ସଭ୍ୟଙ୍କୁ ଧରି ବିଜେପି ହାତ ଧରିଛନ୍ତି ବବିତା।
ସବୁଠୁ ବଡ଼ କଥା ହେଲା ଏକଦା ବିଜେଡି ଗଡ଼ ଥିବା ଗଞ୍ଜାମ ଏବଂ ଯାଜପୁରରେ ସ୍ଥିତି ବେଶି ଜଟିଳ। କେଉଁଠି ଅନାସ୍ଥା ତ କେଉଁଠି ଦଳରେ ସାମିଲ କରି ବ୍ଲକ୍ ଦଖଲ କରୁଛି ଦଳ। ନିକଟରେ ଧର୍ମଶାଳା ବ୍ଲକ୍ ପଦରୁ ପ୍ରଣବଙ୍କ ଭାଇ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ପରେ ବ୍ଲକ୍ ଏକ ପ୍ରକାର କବଜାକୁ ନେଇଯାଇଛି ବିଜେପି। ୨୪ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି। ବିଜେଡି କହିଛି ଭୟ ଆଉ ଲୋଭ ଦେଖାଇ ନିର୍ବାଚିତ ପ୍ରତିନିଧିଙ୍କୁ ଦଳକୁ ନେଉଛି ବିଜେପି। ଜବାବ ରଖି ବିଜେପି କହିଛି ବିକାଶ ପାଇଁ ବିଜେପି ମୁହାଁ ହେଉଛନ୍ତି ନେତା।...
କିନ୍ତୁ ପ୍ରଶ୍ନ ଉଠୁଛି ରାଜନୀତିରେ କାହିଁକି ଏମିତି ଟ୍ରେଣ୍ଡ ? ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡିରେ ନେତୃତ୍ୱକୁ ନେଇ ସନ୍ଦେହରେ ରହିଛନ୍ତି ଗ୍ରାଉଣ୍ଡ ଜିରୋରେ ଥିବା ନେତା। ଦଳର ଭବିଷ୍ୟତ ନେଇ ସ୍ପଷ୍ଟ ସନ୍ଦେଶ ପାଉ ନଥିବାରୁ ଦଳ ଛାଡି ବିଜେପି ମୁହାଁ ହେଉଛନ୍ତି।
୨୦୨୭ର ପଞ୍ଚାୟତ ନିର୍ବାଚନ ପୂର୍ବରୁ ବ୍ଲକ୍ ଦଖଲ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିଛି ବିଜେପି। ଏଭଳି ସ୍ଥିତିରେ ବିଜେଡି କେମିତି ତା' ଗଡ଼ ବଞ୍ଚାଉଛି ତା ଉପରେ ନଜର।...
Disclaimer: This content has been automatically aggregated from television for informational purposes. To read the original article, please visit television.
Home
