BJD: ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ, ଗତକାଲି ଚେତାବନୀ ଦେଇଥିଲେ...ଦଳଠୁ ଦୂରେଇ ଯିବି

ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ।

12 September 2025 11:05 AM IST

ଗତକାଲି ବିଜେଡିକୁ ଚେତାବନୀ ଦେଇଥିଲେ ପ୍ରଫୁଲ୍ଲ । ଠିକ ଢଙ୍ଗରେ ନ ଚାଲିଲେ ଦଳରୁ ଦୂରେଇଯିବ କହିଥିଲେ । ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରୁନି କହିଥିଲେ ପ୍ରଫୁଲ୍ଲ । ପୂର୍ବ ବିଚାର ଧାରାରେ ଦଳ ନାହିଁ ବୋଲି କହିଥିଲେ ପୂର୍ବତନ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ । ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଫୁଲ୍ଲ । 

ପୂର୍ବରୁ ଦଳକୁ ବଡ ଚେତାବନୀ ଶୁଣାଇଥିଲେ ଭେଟେରାନ୍ ପ୍ରଫୁଲ୍ଲ। କହିଥିଲେ ମୁଁ ଏବେ ବିଜେଡ଼ିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଯଦି ଦଳ ଠିକ ଢଙ୍ଗରେ ନଚାଲେ ଦଳଠୁ ଦୂରେଇ ଯିବି। ଆହୁରି କହିଥିଲେ ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୂର୍ବ ବିଚାର ଧାରାରେ ଦଳ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ଦୁଇଟିକୁ ଛାଡିଦେଲେ ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି। ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ।

Disclaimer: This content has been automatically aggregated from television for informational purposes. To read the original article, please visit television.