BJD Crisis: ବିଜେଡିକୁ ଚେତାବନୀ ଦେଲେ ପ୍ରଫୁଲ୍ଲ ମଲ୍ଲିକ, କହିଲେ ମୁଁ ଦଳ ଛାଡ଼ିଦେବି..
ଯଦି ଦଳ ଆଗକୁ ଠିକ ଢଙ୍ଗରେ ନଚାଲେ, ଭୁଲ୍ ନସୁଧାରେ ତାହେଲେ ଦଳଠୁ ଦୂରେଇ ଯିବି ବୋଲି କହି ବିଜେଡିକୁ କଡା ଚେତାବନୀ ଶୁଣାଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକ। ସେପଟେ କଟକରେ ଦଳ ଛାଡି ସିଧା ସିଧା ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଛାତ୍ର
ଯଦି ଦଳ ଆଗକୁ ଠିକ ଢଙ୍ଗରେ ନଚାଲେ, ଭୁଲ୍ ନସୁଧାରେ ତାହେଲେ ଦଳଠୁ ଦୂରେଇ ଯିବି ବୋଲି କହି ବିଜେଡିକୁ କଡା ଚେତାବନୀ ଶୁଣାଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକ। ସେପଟେ କଟକରେ ଦଳ ଛାଡି ସିଧା ସିଧା ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ।
ବିଜେଡିରେ ଅଣନିଶ୍ୱାସୀ ହେଲେଣି ବରିଷ୍ଠ। ଦଳ ଛାଡୁଛନ୍ତି ଯୁବ ନେତୃତ୍ୱ। ଦଳ ବିଚାରଧାରା ଠାରୁ ଦୂରେଇ ଯାଇଥିବା ଅଭିଯୋଗ। ଯଦି ଦଳ ଆଗକୁ ଠିକ ଢଙ୍ଗରେ ନଚାଲେ, ଭୁଲ୍ ନସୁଧାରେ ତାହେଲେ ଦଳଠୁ ଦୂରେଇ ଯିବି ବୋଲି କହି ବିଜେଡିକୁ କଡା ଚେତାବନୀ ଶୁଣାଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକ। ସେପଟେ କଟକରେ ଦଳ ଛାଡି ସିଧା ସିଧା ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ।
ବିଜେଡି ବନାମ ବରିଷ୍ଠ ତାଲିକାରେ ଆଜି ଯୋଡି ହୋଇଛି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାମ। ଦଳକୁ ବଡ ଚେତାବନୀ ଶୁଣାଇଛନ୍ତି ଭେଟେରାନ୍ ପ୍ରଫୁଲ୍ଲ। କହିଛନ୍ତି, ମୁଁ ଏବେ ବିଜେଡ଼ିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଯଦି ଦଳ ଠିକ ଢଙ୍ଗରେ ନଚାଲେ ଦଳଠୁ ଦୂରେଇ ଯିବି। ଆହୁରି କହିଛନ୍ତି ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୂର୍ବ ବିଚାର ଧାରାରେ ଦଳ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ଦୁଇଟିକୁ ଛାଡିଦେଲେ ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି। ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ।
ଏଣେ ଦଳୀୟ ନେତୃତ୍ବକୁ ଟାର୍ଗେଟ୍ କରିବାର ୨ ଦିନ ପରେ ବିଜେଡି ଛାଡିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ। କଟକରେ ସାମ୍ବାଦିକ ସମ୍ମିଳନୀ କରି ନିଜ ମନର କ୍ଷୋଭକୁ ପ୍ରକାଶ କରି ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ହରିଶଙ୍କର। କହିଛନ୍ତି ଯିଏ ପାଣ୍ଡିଆନଙ୍କ ଚାଟୁକାରିତା କଲା, ସେମାନଙ୍କୁ ଦଳରେ ପଦପଦବୀ ମିଳିବ। ଯେଉଁମାନେ ତାଙ୍କ ସହ ସାଲିସ କରିବେ ନାହିଁ, ତାଙ୍କୁ କଣଠେସା କରାଯାଉଛି। ନବୀନ ପଟ୍ଟନାୟକ ଦଳକୁ ଆଉଟସୋର୍ସିଂ କରି ପାଣ୍ଡିଆନଙ୍କ ହାତରେ ଟେକି ଦେଇଛନ୍ତି। କୋଟେରୀ ଗ୍ରୁପ ଦଳକୁ ବରବାଦ କରୁଛି। ଏହା ସହ ବିଧାୟକ ବ୍ୟମୋକେଶ ରାୟ, ପାଣ୍ଡିଆନଙ୍କ ଚାମଚା ସାଜି ଦଳର ଛାତ୍ର ଓ ଯୁବ ନେତାଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ହରିଶଙ୍କର। ତେବେ ଏ ନେଇ ବ୍ୟମୋକେଶଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ହେଲେ ଦେବାଶିଷ ସାମନ୍ତରାୟ, ରାଜା ସ୍ୱାଇଁ, ବଦ୍ରି ପାତ୍ର, ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ଅରୁଣ ସାହୁଙ୍କ ପରେ ଏବେ ପ୍ରଫୁଲ୍ଲ ମଲ୍ଲିକଙ୍କ ନିଶାନା ଦଳ ଭିତରେ ପାଣ୍ଡିଆନ ବିରୋଧୀ ଅସନ୍ତୋଷ ବଢିଥିବା ସ୍ପଷ୍ଟ କରୁଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
