BJD Conflict: ପୁଣି ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରଣ, ନବୀନଙ୍କ ଅସୁସ୍ଥତା ନେଇ ପାଣ୍ଡିଆନଙ୍କୁ ନିଶାନା

ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବିଜେଡି ନେତା କି ରାଜ୍ୟବାସୀଙ୍କୁ କାହିଁକି ଜଣାଇ ନଥିଲେ ପାଣ୍ଡିଆନ୍। ନଜଣାଇବା ବଡ ଭୁଲ, ଆଉ ଦଳ ପାଇଁ ବି କ୍ଷତି। ଏମିତି କିଛି କହିବା ସହ ପୁଣି ଥରେ ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ବିଜେଡ

24 August 2025 08:40 PM IST
BJD Conflict: ପୁଣି ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରଣ, ନବୀନଙ୍କ ଅସୁସ୍ଥତା ନେଇ ପାଣ୍ଡିଆନଙ୍କୁ ନିଶାନା

ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବିଜେଡି ନେତା କି ରାଜ୍ୟବାସୀଙ୍କୁ କାହିଁକି ଜଣାଇ ନଥିଲେ ପାଣ୍ଡିଆନ୍। ନଜଣାଇବା ବଡ ଭୁଲ, ଆଉ ଦଳ ପାଇଁ ବି କ୍ଷତି। ଏମିତି କିଛି କହିବା ସହ ପୁଣି ଥରେ ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଏକ ଦୈନିକ ଓଡ଼ିଆ ଖବରକାଗଜକୁ ସେ ଦେଇଥିବା ସାକ୍ଷାତକାରକୁ ନେଇ ବିଜେଡିରେ କମ୍ପନ ଓ ରାଜ୍ୟ ରାଜନୀତିରେ ବଡ଼ ହଲଚଲ ଦେଖାଦେଇଛି। ଦେବାଶିଷ ବିସ୍ଫୋରକ ବୟାନ ପରେ ପାଣ୍ଡିଆନଙ୍କ ପାଇଁ ପୁଣି ଥରେ ଓକିଲାତି କରିଛନ୍ତି କିଛି ନେତା। ...

ଦେବାଶିଷ ବିସ୍ଫୋରଣ, ବିଜେଡିରେ କମ୍ପନ। ରାଜ୍ୟ ରାଜନୀତିରେ ବଡ଼ ହଲଚଲ। ପୁଣି ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ନଜଣାଇବାକୁ ନେଇ କଡ଼ା ନିଶାନା। ଦୈନିକ ଖବରକାଗଜକୁ ସାକ୍ଷାତକାରରେ ଦେବାଶିଷ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ରାଜ୍ୟବାସୀ କି ନେତାଙ୍କୁ ନଜଣାଇବା ପାଣ୍ଡିଆନଙ୍କ ବଡ ଭୁଲ। ଦଳ ପାଇଁ ବି କ୍ଷତି। ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦଳୀୟ ନେତା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିଲେ। ଘରେ ଅସୁସ୍ଥ ହେବା ସମୟରେ କାହିଁକି ପାଣ୍ଡିଆନ୍ ଜଣାଇଲେ ନାହିଁ। ନବୀନ ବାବୁ ଓଡ଼ିଶାର ନେତା। ତାଙ୍କର ସବୁ ଖବର ରାଜ୍ୟବାସୀ ଓ ଦଳ ନେତା ଜାଣିବା ଦରକାର। ସେହିପରି ହସ୍ପିଟାଲରେ ନବୀନଙ୍କୁ ଭେଟିବା ପାଇଁ ଦଳୀୟ ନେତାଙ୍କୁ ନଛାଡିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି ପାଣ୍ଡିଆନ୍ ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍' ବୋଲି କହିଥିବା ସତ ହୋଇଥିଲେ ଏହା ଅହଂକାରର ପରିଚାୟକ। ସେ ଜାଣିବା ଦରକାର ଓଡ଼ିଶା ପ୍ରତି ତାଙ୍କର ଅବଦାନ କି ସ୍ବପ୍ନ କିଛି ନାହିଁ। ଖବରକାଗଜକୁ ଦେଇଥିବା ଏହି ସାକ୍ଷାତକାରରେ ପାଣ୍ଡିଆନଙ୍କୁ ଦେବାଶିଷ ଭୈରବବାବୁ ବୋଲି ଉଲ୍ଲେଖ କରିଛନ୍ତି । ଏହି ଇଣ୍ଟରଭ୍ୟୁକୁ ନିଜ ସୋସିଆଲ୍ ମିଡିଆ ଏକ୍ସରେ ବି ସେୟାର କରିଛନ୍ତି ଦେବାଶିଷ ସାମନ୍ତରାୟ। ...



Disclaimer: This content has been automatically aggregated from television for informational purposes. To read the original article, please visit television.