Bird Flu:କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଛନକା, ଗୋଟିଏ ଫାର୍ମରେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ
ପୁଣି କୁକୁଡ଼ା ମଡ଼କ। ବଢିଲା ବାର୍ଡ ଫ୍ଲୁ ଛନକା। ଜଗତସିଂହପୁର ଜିଲ୍ଲା ନିମାପଡା ଗାଁରେ ଏକ ଫାର୍ମରେ ଏକ ସଙ୍ଗେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ମୃତ କୁକୁଡ଼ାଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।
ପୁଣି କୁକୁଡ଼ା ମଡ଼କ। ବଢିଲା ବାର୍ଡ ଫ୍ଲୁ ଛନକା। ଜଗତସିଂହପୁର ଜିଲ୍ଲା ନିମାପଡା ଗାଁରେ ଏକ ଫାର୍ମରେ ଏକ ସଙ୍ଗେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ମୃତ କୁକୁଡ଼ାଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।
ପୁଣି କୁକୁଡ଼ା ମଡ଼କ। ବଢିଲା ବାର୍ଡ ଫ୍ଲୁ ଛନକା। ଜଗତସିଂହପୁର ଜିଲ୍ଲା ସାଁପୁର ପଞ୍ଚାୟତ ନିମାପଡା ଗାଁରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। କୁକୁଡା ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ବାର୍ଡ ଫ୍ଲୁ ସନ୍ଦେହ କରାଯାଉଛି। ନିମାପଡା ଗ୍ରାମର ନିହାର ରଞ୍ଜନ ପତିଙ୍କ କୁକୁଡ଼ା ଫାର୍ମରେ ଏକ ସଙ୍ଗେ ୩୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ଏନେଇ ସେ ଜିଲ୍ଲା ପଶୁ ସମ୍ପଦ ବିଭାଗକୁ ଜଣାଇଛନ୍ତି।
ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ ସମ୍ପୃକ୍ତ କୁକୁଡ଼ା ଫାର୍ମକୁ ଯାଇ ଯାଞ୍ଚ କରିବା ସହ ମୃତ କୁକୁଡ଼ାଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ମୃତ କୁକୁଡ଼ାଙ୍କୁ ଗାତ ଖୋଳି ପୋତି ଦିଆଯାଇଛି। ରିପୋର୍ଟ ଆସିବା ପରେ କୁକୁଡ଼ା ମଡ଼କର କାରଣ ସ୍ପଷ୍ଟ ହେବ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
