Bills To Remove PM, CM: ସଂସଦରେ ଆସିବ ବଡ଼ ବିଲ୍; ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ବି ବାଦ ପଡ଼ିବେନି, ଜାଣନ୍ତୁ କ’ଣ

୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଥିଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ପଦରୁ ବହିଷ୍କାର କରିବା ସମ୍ପର୍କିତ ବିଲ୍ ଆଜି ଲୋକସଭାରେ ଆଗତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର।

20 August 2025 01:16 PM IST
Bills To Remove PM, CM: ସଂସଦରେ ଆସିବ ବଡ଼ ବିଲ୍; ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ବି ବାଦ ପଡ଼ିବେନି, ଜାଣନ୍ତୁ କ’ଣ

୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଥିଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ପଦରୁ ବହିଷ୍କାର କରିବା ସମ୍ପର୍କିତ ବିଲ୍ ଆଜି ଲୋକସଭାରେ ଆଗତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର।

ଆଇନ ଆଗରେ ସମସ୍ତେ ସମାନ । ଏହାକୁ ପ୍ରମାଣିତ କରିବାକୁ ଆଜି ସଂସଦରେ ଆସିବ ବଡ଼ ବିଲ । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସେ ଏବଂ ସେମାନେ ଗିରଫ ହୁଅନ୍ତି ତେବେ ହେବ ଆକ୍ସନ । ମାମଲାରେ ଯଦି ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ଥାଏ ତେବେ ଗିରଫ ହେବାର ୩୦ ଦିନ ପରେ ତାଙ୍କ ପଦ ରଦ୍ଦ ହୋଇଯିବ । ଆଜି ସଂସଦରେ ଏହି ବିଲ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ଏହି ଆଇନ ଅଧିନରେ ଆସିବେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ । ସାଂଘାତିକ ଅଭିଯୋଗରେ ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ସଂପୃକ୍ତ ବ୍ୟକ୍ତି ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିବ ନଚେତ ତାଙ୍କ ପଦ ସ୍ବତଃ ରଦ୍ଦ ହୋଇଯିବ ।

ସାଂଘାତିକ ଅପରାଧିକ ମାମଲାରେ ଗିରଫ କିମ୍ବା ଅଟକ ହେଉଥିବା ନିର୍ବାଚିତ ପ୍ରତିନିଧିଙ୍କ ପଦ ରଦ୍ଦ ପାଇଁ ଏହି ବିଲ୍ ସଂସଦରେ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ମନ୍ତ୍ରୀ ସାଂଘାତିକ ଅପରାଧରେ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡ ଭୋଗିବେ କିମ୍ବା ୩୦ ଦିନ ଜେଲରେ ରହନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ରାଷ୍ଟ୍ରପତି ତାଙ୍କୁ ପଦରୁ ବହିଷ୍କାର କରିବେ। ଯଦି ପ୍ରଧାନମନ୍ତ୍ରୀ ପରାମର୍ଶ ନ ଦିଅନ୍ତି, ତେବେ ୩୦ ଦିନ ପରେ ଅର୍ଥାତ୍ ୩୧ ଦିନ ସୁଦ୍ଧା ମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବେ ନଚେତ୍ ତାଙ୍କ ପଦ ରଦ୍ଦ ହୋଇଯିବ।

ଯଦି ପ୍ରଧାନମନ୍ତ୍ରୀ ନିଜେ ଏପରି ଅଭିଯୋଗରେ ୩୦ ଦିନ ପାଇଁ ଜେଲରେ ଅଛନ୍ତି, ତେବେ ସେ ମଧ୍ୟ ୩୦ ଦିନ ପରେ ଅର୍ଥାତ୍ ୩୧ ଦିନ ସୁଦ୍ଧା ଇସ୍ତଫା ଦେବାକୁ ପଡିବ, ନଚେତ୍ ତାଙ୍କ ପଦ ରଦ୍ଦ ହୋଇଯିବ। ସେହିପରି, ରାଜ୍ୟର ମନ୍ତ୍ରୀ ୩୦ ଦିନ ପାଇଁ ଜେଲରେ ରହିଲେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ତାଙ୍କୁ ବହିଷ୍କାର କରିବେ।

ଏହାଛଡ଼ା ଅନ୍ୟ ୨ ଗୁରୁତ୍ବପୂର୍ଣ୍ଣ ବିଲ ମଧ୍ୟ ସଂସଦରେ ଆସିବ । ଏହି ଦୁଇ ବିଲ୍ ହେଲା ଗମେଣ୍ଟ ଅଫ ୟୁନିଅନ୍ ଟେରିଟୋରିଜ୍ ଆମେଣ୍ଡମେଣ୍ଟ ବିଲ୍ ୨୦୨୫ ଓ ଜାମ୍ମୁ ଆଣ୍ଡ କାଶ୍ମୀର ରିଅର୍ଗାନାଇଜେସନ ଆମେଣ୍ଡମେଣ୍ଟ ବିଲ୍ ୨୦୨୫ ।

Disclaimer: This content has been automatically aggregated from television for informational purposes. To read the original article, please visit television.