Bihar Murder: ତେଜସ୍ୱୀ ଯାଦବଙ୍କ ବିରୋଧରେ ଲଢ଼ିଥାଆନ୍ତେ, ଗୁଳି କରି ମାରିଦେଲେ

ବିହାରର ରାଜଧାନୀ ପାଟନାରେ ଜମି ବ୍ୟବସାୟୀ ରାଜକୁମାର ରାୟ ଓରଫ ଆଲା ରାୟଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ସେ ପୂର୍ବରୁ ଆରଜେଡି ସହ ଜଡ଼ିତ ଥିଲେ ଏବଂ ଏଥର ରାଘୋପୁର ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ

11 September 2025 02:15 PM IST
Bihar Murder: ତେଜସ୍ୱୀ ଯାଦବଙ୍କ ବିରୋଧରେ ଲଢ଼ିଥାଆନ୍ତେ, ଗୁଳି କରି ମାରିଦେଲେ

ବିହାରର ରାଜଧାନୀ ପାଟନାରେ ଜମି ବ୍ୟବସାୟୀ ରାଜକୁମାର ରାୟ ଓରଫ ଆଲା ରାୟଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ସେ ପୂର୍ବରୁ ଆରଜେଡି ସହ ଜଡ଼ିତ ଥିଲେ ଏବଂ ଏଥର ରାଘୋପୁର ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଥିଲେ । ସେଠାରେ ବର୍ତ୍ତମାନ ଆରଜେଡି ନେତା ତେଜସ୍ୱୀ ଯାଦବ ବିଧାୟକ ଅଛନ୍ତି।

ସେପ୍ଟେମ୍ବର ୧୦ ରାତିରେ ପାଟନାର ଚିତ୍ରଗୁପ୍ତ ନଗର ଥାନା ଅଞ୍ଚଳର ମୁନ୍ନାଚକରେ ଘଟିଛି । ରାଜକୁମାର ରାୟ ନିଜ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଅପରାଧୀମାନେ ତାଙ୍କ ଉପରେ ଗୁଳିଚାଳନା କରିଥିଲେ। ଗୁଳି ବାଜିବା ପରେ ସେ ଜୀବନ ବଞ୍ଚାଇବା ପାଇଁ ନିକଟସ୍ଥ ଏକ ହୋଟେଲ ଭିତରକୁ ପଶିଯାଇଥିଲେ । କିନ୍ତୁ ଅପରାଧୀମାନେ ତାଙ୍କୁ ପିଛା କରି ହୋଟେଲ ଭିତରେ ମଧ୍ୟ ଗୁଳି ଚଳାଇଥିଲେ। ସତେ ଯେମିତି ତାଙ୍କୁ ମାରିବା ପାଇଁ ପଣ କରି ଆସିଥିଲେ ଦୁର୍ବୃତ୍ତ । ଏମିତ ଗୁଳି ଚଳାଇଥିଲେ ଯେ ହୋଟେଲର ଫ୍ରିଜରେ ଗୁଳି ଲାଗି କାଚ ଭାଙ୍ଗିଯାଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ରାଜକୁମାରଙ୍କୁ PMCHରେ ଭର୍ତ୍ତି କରିଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରୁ ୬ଟି ଖୋକା ଉଦ୍ଧାର କରିଛି। ପାଟନା ପୂର୍ବର ଏସପି ପରିଚୟ କୁମାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେ କହିଛନ୍ତି ଯେ ରାଜକୁମାର ରାୟ ରାଜନୈତିକ ଦଳ ସହ ଜଡ଼ିତ ଥିଲେ ଏବଂ ଜମି ବ୍ୟବସାୟ ମଧ୍ୟ କରୁଥିଲେ।

ରାଜକୁମାରଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେ ପୂର୍ବରୁ ଆରଜେଡିରେ ଥିଲେ, କିନ୍ତୁ କୌଣସି କାରଣରୁ ଦଳ ଛାଡ଼ିଥିଲେ ଏବଂ ରାଘୋପୁରରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ରାୟ ପାଟନାରେ ବିବାଦୀୟ ଜମି କ୍ରୟ-ବିକ୍ରୟ କରୁଥିଲେ। ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରି ଅପରାଧୀଙ୍କୁ ଧରିବା ପାଇଁ ଖାନତଲାସୀ ଆରମ୍ଭ କରିଛି। ଘଟଣାସ୍ଥଳ ନିକଟରେ ଥିବା ସିସିଟିଭି କ୍ୟାମେରାର ଡିଭିଆର ଜବତ କରାଯାଇଛି ଏବଂ FSL ଟିମ୍‌କୁ ତଦନ୍ତ ପାଇଁ ଡକାଯାଇଛି। ଏସପି ପରିଚୟ କୁମାର କହିଛନ୍ତି ଯେ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ନା ଜମି ବିବାଦ ଅଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Disclaimer: This content has been automatically aggregated from television for informational purposes. To read the original article, please visit television.