Big Decision: ‘ସୁଭଦ୍ରା’ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଶୁଭ ଖବର , ହେବ ଡୋର୍ ଟୁ ଡୋର୍ ସର୍ଭେ
ଆପଣ ପୁଣି ଥରେ ସାମିଲ ହୋଇପାରନ୍ତି ହିତାଧିକାରୀ ତାଲିକାରେ। ସୁଭଦ୍ରା ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ଯୋଡିବାକୁ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ସେମାନଙ୍କୁ ପୁଣି ଥରେ ସାମିଲ କରିବାକୁ ହେବ ଫିଲ୍ଡ ଇନକ୍ୱାରୀ। ଅଭିଯୋଗ ପୋର୍ଟାଲ
ଆପଣ ପୁଣି ଥରେ ସାମିଲ ହୋଇପାରନ୍ତି ହିତାଧିକାରୀ ତାଲିକାରେ। ସୁଭଦ୍ରା ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ଯୋଡିବାକୁ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ସେମାନଙ୍କୁ ପୁଣି ଥରେ ସାମିଲ କରିବାକୁ ହେବ ଫିଲ୍ଡ ଇନକ୍ୱାରୀ। ଅଭିଯୋଗ ପୋର୍ଟାଲରେ ଆବେଦନ କରି ବି ଯୋଡି ହୋଇପାରିବେ ବାଦ୍ ପଡିଥିବା ମହିଳା। ସୁଭଦ୍ରା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ସୁଭଦ୍ରା ଯୋଜନାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ଯୋଡିବାକୁ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ସେମାନଙ୍କୁ ପୁଣି ଥରେ ସାମିଲ କରିବାକୁ ହେବ ଫିଲ୍ଡ ଇନକ୍ୱାରୀ। ଅଭିଯୋଗ ପୋର୍ଟାଲରେ ଆବେଦନ କରି ବି ଯୋଡି ହୋଇପାରିବେ ବାଦ୍ ପଡିଥିବା ମହିଳା। ସୁଭଦ୍ରା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ତୃତୀୟ ପର୍ଯ୍ୟାୟରୁ ବଂଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ। ୧୫ ଦିନ ଭିତରେ ଫିଲଡ଼ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ। ମିଳିଥିବା ତଥ୍ୟରୁ ଜଣାପଡିଛି, ୩୬ ହଜାର ୭୦୨ ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଛନ୍ତି। ସେହିଭଳି ୨୧ ହଜାର ୩୫ ହିତାଧିକାରୀ ଆୟକର ଦେବାରୁ ବାଦ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଧାନ ବିକ୍ରି ଏବଂ ଚାଷୀ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି। ତେବେ ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଏଣେ ୧୫ ହଜାର ୯୮୪ ଜଣ ହିତାଧିକାରୀଙ୍କୁ ମୃତ ଥିବା ଦର୍ଶାଇ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା। ତେବେ ଏମାନଙ୍କ ମଧ୍ୟରୁ ୧୮ ଶହ ୫ ଜଣ ଜୀବିତ ଥିବା ଜଣାପଡିଛି । ଏଇ ଯେମିତି ଜଗତସିଂହପୁର ଇଚ୍ଛାପୁର ଗାଁର ଜୟନ୍ତୀ ସାହୁ। ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ପାଇଥିଲେ ଜୟନ୍ତୀ। ହେଲେ ତୃତୀୟ କିସ୍ତି ଟଙ୍କା ଆକାଉଣ୍ଟକୁ ଗଲାନି। ବୁଝିବାରୁ ମୃତ ବୋଲି ସେ ବାଦ୍ ପଡିଥିବା ଜାଣିବାକୁ ପାଇଥିଲେ । ଜଗତସିଂହପୁର ଜିଲ୍ଲାରୁ ୬ ଜଣ ହିତାଧିକାରୀ ଜୀବିତ ଥିବା ଜଣାପଡିଛି।
ତେବେ ବଞ୍ଚିଥିବା ଏହି ହିତାଧାରୀମାନଙ୍କୁ ପୁଣି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିସହ ହିତାଧିକାରୀ ମୃତ କି ଜୀବିତ ସେ ନେଇ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟକୁ ଚୂଡାନ୍ତ ଭାବେ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ। ପୋର୍ଟାଲ ଜରିଆରେ ବି ଅଭିଯୋଗ କରି କାରଣ ଜାଣିବା ସହ ସମୀକ୍ଷା କରିବାକୁ ବି ଆବେଦନ କରିପାରିବେ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
