Bhubaneswar: ଚୋର ଦେଉଥିଲା ପ୍ରବଚନ, କହୁଥିଲା ଚେଞ୍ଜ୍ ୟୋର୍ ଲାଇଫ୍...ଭୁବନେଶ୍ବର ଭରତପୁର ଅଞ୍ଚଳରେ ଲୁଟ୍ ଅଭିଯୋଗରେ ଗିରଫ
ଚୋର ଦେଉଥିଲା ପ୍ରବଚନ। ବୁଝାଉଥିଲା ଜୀବନର ମନ୍ତ୍ର। ୟୁଟ୍ୟୁବ୍ ଚ୍ୟାନେଲରେ ନୀତି ନୈତିକତାର କଥା କହି, ଲୋକଙ୍କୁ ଚୋରି ବୃତ୍ତି ଛାଡ଼ିବାକୁ ବୁଝାଉଥିବା ପ୍ରବଚକ, ନିଜେ କିନ୍ତୁ ଛାଡ଼ିପାରୁନଥିଲା ନିଜର ପୁରୁଣା ପ୍ରବୃତ୍ତି। ଏଭଳି ଏକ ରୋଚକ ଘଟଣା
ଚୋର ଦେଉଥିଲା ପ୍ରବଚନ। ବୁଝାଉଥିଲା ଜୀବନର ମନ୍ତ୍ର। ୟୁଟ୍ୟୁବ୍ ଚ୍ୟାନେଲରେ ନୀତି ନୈତିକତାର କଥା କହି, ଲୋକଙ୍କୁ ଚୋରି ବୃତ୍ତି ଛାଡ଼ିବାକୁ ବୁଝାଉଥିବା ପ୍ରବଚକ, ନିଜେ କିନ୍ତୁ ଛାଡ଼ିପାରୁନଥିଲା ନିଜର ପୁରୁଣା ପ୍ରବୃତ୍ତି। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ। ଗୋଟିଏ ଘରୁ ୫ ଲକ୍ଷ ଟଙ୍କା ଓ ୩ଶହ ଗ୍ରାମ୍ ସୁନା ଲୁଟ୍ ଅଭିଯୋଗରେ ଗିରଫ ହୋଇଛି ଜଣେ ପେଶାଦାର ଲୁଟେରା।
ଚୋରିରେ ପିଏଚଡି କରି, ଚୋରି ରୋକିବା ଉପରେ ଦେଉଥିଲା ପ୍ରବଚନ। ଦିନ ହେଲେ ଘରେ ପଶି ଚୋରି କରୁଥିଲା, ଆଉ ସଞ୍ଜବେଳା କ୍ୟାମେରା ଆଗରେ କହୁଥିଲା 'ଚେଞ୍ଜ୍ ୟୋର୍ ଲାଇଫ୍'। ପେଶାଦାର ଚୋର ଦେଖିଥିବେ, ହେଲେ ୟା ଭଳି ନୁହେଁ। ଜାଣିରଖନ୍ତୁ ଏ ସାତିର୍ ଲୁଟେରାକୁ। ନାଁ- ମନୋଜ ସିଂହ, ଘର- କଟକ ଜିଲା ବୈଦେଶ୍ବର ଥାନା ଖଜୁରୀପଦା। ପେଶାରେ କୁଖ୍ୟାତ ଚୋର।... ଆଉ ରୋଚକ କଥା ହେଉଛି, ଅପରାଧୀଙ୍କୁ ବଦଳିବାକୁ ୟୁଟ୍ୟୁବରେ ଯିଏ ଏତେ ବାର୍ତ୍ତା ଦେଉଥିଲା... ସେ ନିଜେ ଛାଡ଼ିପାରୁନଥିଲା ନିଜର ଚୋରି ପ୍ରବୃତ୍ତି।... ଆଉ ପରିଣାମ, ଜଣଙ୍କ ଘରୁ ଟଙ୍କା ଓ ସୁନା ଲୁଟ୍ କରି ପୋଲିସ ଜାଲରେ ଧରାପଡ଼ିଛି ଏହି ପ୍ରବଚକ ଚୋର। ....
ଏଥିସହ ତା ଠୁ ୧ ଲକ୍ଷ ଟଙ୍କା, ୨ଶହ ଗ୍ରାମ୍ ସୁନା, ଗୋଟିଏ ଟୁ-ହ୍ବିଲର୍ ଓ ଆଇରନ୍ ରଡ୍ ଜବତ ହୋଇଛି । ଖାଲି ଏତିକି ନୁହେଁ, ୟୁନିଗୋଲ୍ଡ ନୟାଗଡ଼ ବ୍ରାଞ୍ଚରେ ୮୨ ଗ୍ରାମ୍ ଚୋରି ସୁନା ବନ୍ଧକ ରଖି ସେ ୪ ଲକ୍ଷ ୭୩ ହଜାର ଟଙ୍କା ସୁନାଋଣ ନେଇଥିବା ବି ଜାଣିବାକୁ ପାଇଛି କମିଶନରେଟ୍ ପୋଲିସ ।...
ମଣିଷ ଜନ୍ମରୁ ଅପରାଧୀ ନଥାଏ। ପରିସ୍ଥିତିରେ ପଡ଼ି ଅପରାଧ ଘଟାଇଥାଏ। ଏଭଳି ପ୍ରବଚନ ଦେଉଥିବା ପେଶାଦାର ଚୋର ମନୋଜ ସିଂର ଟ୍ରାକ୍ ରେକର୍ଡ ବହୁତ ପୁରୁଣା। ୧୪ ବର୍ଷ ହେଲା ଚୋରି ଡକାୟତି ଦୁନିଆରେ ଆକ୍ଟିଭ୍ ଅଛି ମନୋଜ।
ସେ ପ୍ରଥମେ ଧରାପଡ଼ିଥିଲା ୨୦୧୧ ମସିହାରେ, ଲାପଟପ ଚୋରି ଅଭିଯୋଗରେ। ସେବେଠୁ ରାଜଧାନୀର ବିଭିନ୍ନ ଥାନାରେ ତା ନାଁରେ ରହିଛି ୧୦ରୁ ଅଧିକ ମାମଲା। ଆଉ ତାର ମୋଡସ୍ ଅପରେଣ୍ଡି ବା ଚୋରିର ତରିକା କଣ ଜାଣିଛନ୍ତି ? ରାତିର ଅନ୍ଧାରରେ ନୁହେଁ, ସ୍ପଷ୍ଟ ଦିବାଲୋକରେ ଚୋରି କରୁଥିଲା ମନୋଜ। ଟାର୍ଗେଟ୍ କରୁଥିଲା ତାଲା ପଡ଼ିଥିବା, ଅର୍ଥାତ୍ କେହି ଲୋକ ନଥିବା ଘରକୁ। ହେଲେ ଏବେ ପୁଣି ପୋଲିସ ଜାଲରେ ପଡ଼ିଥିବା ଏହି ପୁରୁଣା ଚୋର-କମ୍-ନୂଆ ପ୍ରବଚକ ଜେଲରେ ଯାଇ ଅନ୍ୟ ଚୋରଙ୍କୁ ପ୍ରବଚନ ଦେବ ବୋଲି କହିଛି ପୋଲିସ ।.
Disclaimer: This content has been automatically aggregated from television for informational purposes. To read the original article, please visit television.
Home
