Bhubaneswar DCP: ଭୁବନେଶ୍ବର ଡିସିପି ଜଗମୋହନଙ୍କ ଇସ୍ତଫା; ଚାପ କି ବିମୁଖ ନୁହେଁ, ବ୍ୟକ୍ତିଗତ: ମୀନା
"ଭୁବନେଶ୍ବର: ଭୁବନେଶ୍ବର ଡିସିପି ତଥା ଯୁବ ଆଇପିଏସ୍ ଅଫିସର ଜଗମୋହନ ମୀନା ପୁଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି।
ପୁଲିସ ଡିଜି ୱାଇ ବି ଖୁରାନିଆ ଏହାକୁ ଆଜି ସ୍ପଷ୍ଟ କରିଥିବା ବେଳେ ଖୋଦ୍ ଶ୍ରୀ ମୀନା ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି।
ବ୍ୟକ୍ତିଗତ କାରଣ ପାଇଁ ସେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ପ୍ରଦାନ କରିଥବା କହିଛନ୍ତି।
ଅବଶ୍ୟ ତାଙ୍କ ଇସ୍ତଫାକୁ ଏଯାବତ୍ ରାଜ୍ୟ ସରକାର ମଞ୍ଜୁର କରିନାହାନ୍ତି।
ତେବେ ସେ ପ୍ରାୟ ୪ ସପ୍ତାହ ପୂର୍ବେ ଇସ୍ତଫା ପାଇଁ ଆବେଦନ କରିଥିବା ସୂଚନା ମିଳିଛି।
ଏଣେ ଆଇପିଏସ୍ ଅଧିକାରୀ ଶ୍ରୀ ମୀନାଙ୍କ ଆକସ୍ମିକ ନିଷ୍ପତ୍ତିକୁ ନେଇ ପୁଲିସ ବିଭାଗରେ ହଟଚମଟ ହୋଇଛି।
ସବୁ ଯଦି ଠିକ୍ଠାକ୍ ଚାଲିଥାଏ, ତେବେ କେଉଁ ପରିସ୍ଥିତିରେ ଭୁବନେଶ୍ବର ଡିସିପି ଶ୍ରୀ ମୀନା ପୁଲିସ ଚାକିରିରୁ ଇସ୍ତଫା ପାଇଁ ଆବେଦନ କଲେ, ତାହା ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।Advertisment Celebrate failure: ବିଫଳତାକୁ ଉତ୍ସବ ଭାବେ ପାଳିଲେ ସଫଳତା ତୁମ ପଛରେ ଦୌଡ଼ିବ: ଅଶୋକ ବାସା ଅପରପକ୍ଷେ ଏ ପ୍ରସଙ୍ଗରେ ଆଲୋଚନା ବେଳେ ଶ୍ରୀ ମୀନା ମୁହଁ ଖୋଲିଛନ୍ତି।
ସେ କହିଛନ୍ତି, ବହୁଦିନ ହେବ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଚାକିରି ଛାଡ଼ିବା ନେଇ ଆଲୋଚନା କରୁଥିଲି।
ଆଲୋଚନାରୁ ଏକ ନିଷ୍କର୍ଷ ବାହାରିବା ପରେ ମୁଁ ଇସ୍ତଫାପତ୍ର ପଠାଇଛି।
ମୋ ଉପରେ କୌଣସି କାମ ଚାପ ବା ସରକାରଙ୍କ ପ୍ରତି ଅସନ୍ତୋଷ କି ବିମୁଖ ନୁହେଁ।
ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ।
ବରଂ ଓଡ଼ିଶା ଲୋକଙ୍କ ଭଲପାଇବା, ଆଶୀର୍ବାଦ ଏବଂ ସରକାରଙ୍କ ମୋ ପ୍ରତି ବିଶ୍ବାସ ପାଇଁ ୧୩ବର୍ଷ କାଳ ପୁଲିସ ବିଭାଗର ବିଭିନ୍ନ ପଦ ପଦବିରେ କାର୍ଯ୍ୟ କରିଆସୁଛି।
ପ୍ରଥମେ ଗଂଜାମ ଜିଲ୍ଲାରୁ ତାଲିମ ଆରମ୍ଭ କରି ଭୁବନେଶ୍ବର ଡିସିପି ପର୍ଯ୍ୟନ୍ତ କାମ କରିବା ପଛରେ ସେ କେବେ ହେଲେ ଥକି ପଡ଼ିନାହାନ୍ତି, ବରଂ ଲୋକଙ୍କ ସେବା କରି ଖୁବ୍ ଆନନ୍ଦିତ।
ସେ ରାଜନୀତିକୁ ଓହ୍ଲାଇବା ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି।
ବରଂ ଜୀବିକା ନିର୍ବାହ ପାଇଁ ଅନ୍ୟ କୌଣସି କାର୍ଯ୍ୟ କରିବେ, ଯାହା ପରବର୍ତ୍ତୀ କାଳରେ ଲୋକଲୋଚନକୁ ଆସିବ ବୋଲି ଶ୍ରୀ ମୀନା କହିଛନ୍ତି।
Increasing trade relations with 5 states: ୫ ରାଜ୍ୟ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ରାସ୍ତା ଖୋଲିଲା: ସୁରତକୁ ଗଡ଼ିଲା ସବୁଦିନିଆ ଟ୍ରେନ୍ ସୂଚନାଯୋଗ୍ୟ, ୨୦୧୩ ବ୍ୟାଚ୍ର ଆଇପିଏସ୍ ଜଗମୋହନ ମୀନା ଗଂଜାମରେ ପ୍ରୋବେସନାରି ଅଫିସର ଭାବେ କ୍ୟାରିଅର୍ ଆରମ୍ଭ କରି ପରେ କଳାହାଣ୍ଡି ଏସ୍ଡିପିଓ ଏବଂ ପରେ ମାଲକାନଗିରି, ଅନୁଗୁଳ, ଗଞ୍ଜାମରେ ଏସ୍ପି ଭାବେ କାର୍ଯ୍ୟ କରିଥିଲେ।
୨୦୨୩ ରାଜ୍ୟପାଳ ମେଡାଲ୍ ପାଇଥିଲେ।
ପରେ ଅନୁଗୁଳ ଏସ୍ପି ଭାବେ କାର୍ଯ୍ୟ କରିବା ସମୟରେ ତାଙ୍କ ତତ୍ତ୍ବାବଧାନରେ ଜିଲ୍ଲା ପୁଲିସ୍ ପ୍ରଗତି ଡ୍ୟାସ୍ବୋର୍ଡ ତାଲିକାରେ ସଫଳତା ହାସଲ କରିଥିଲା।
ଏହା ପରେ ସେ ସରକାରଙ୍କ ବିଶ୍ବାସ ଜିଣି ପ୍ରଥମେ କମିସନରେଟ୍ ପୁଲିସର କଟକ ୟୁପିଡି ଓ ପରେ ଭୁବନେଶ୍ବର ୟୁପିଡିର ଡିସିପି ଭାବେ କାର୍ଯ୍ୟ କରି ଆସିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।