Bharat 6G Mission: 6G ଆଡକୁ ଆଗକୁ ବଢୁଛି ଭାରତ, ଖୁବଶୀଘ୍ର ଲଞ୍ଚ ହେବ

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ 6G ନେଟୱାର୍କ। 6G ନେଟୱାର୍କ ଆସିଲେ ସୁପରଫାଷ୍ଟ ସ୍ପିଡ୍ ଇଣ୍ଟରନେଟ୍ ମିଳବ।

27 August 2025 05:34 AM IST
Bharat 6G Mission: 6G ଆଡକୁ ଆଗକୁ ବଢୁଛି ଭାରତ, ଖୁବଶୀଘ୍ର ଲଞ୍ଚ ହେବ

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ 6G ନେଟୱାର୍କ। 6G ନେଟୱାର୍କ ଆସିଲେ ସୁପରଫାଷ୍ଟ ସ୍ପିଡ୍ ଇଣ୍ଟରନେଟ୍ ମିଳବ।

ଭାରତରେ ଦ୍ରୁତଗତିରେ ସଭିଙ୍କ ପାଖରେ ପହଞ୍ଚିଲାଣି ଇଣ୍ଟରନେଟ୍। ଆଉ ଲୋକମାନେ ମଧ୍ୟ 5G ନେଟଓ୍ବାର୍କର ମଜା ଉଠାଉଛନ୍ତି। ସେଭଳି ସ୍ଥଳେ ସଭିଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର। କାରଣ ବିଶ୍ୱର ଅନେକ ଦେଶ ଏପର୍ଯ୍ୟନ୍ତ 5G ସେବା ଆରମ୍ଭ କରିପାରି ନଥିବା ବେଳେ, ଭାରତ 6G ଆଡକୁ ଏକ ପାଦ ଆଗକୁ ବଢାଇଛି। ଆଉ ଭାରତରେ କେବେ 6G ସେବା ଲଞ୍ଚ ହେବ ସେନେଇ ବଡ଼ ଅପଡେଟ୍ ଦେଇଛନ୍ତି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ର ଶେଖର ପେମାସାନି। କେନ୍ଦ୍ର ସରକାର 2023 ରେ ଭାରତ 6G ମିଶନ ଆରମ୍ଭ କରିଥିଲେ। ସେଥିପାଇଁ 6G ପ୍ରଯୁକ୍ତିବିଦ୍ୟାର ପରୀକ୍ଷା ପାଇଁ ଟେଷ୍ଟିଂ ବେଡ୍ ବହୁ ବର୍ଷ ପୂର୍ବରୁ ନିର୍ମାଣ ହୋଇସାରିଛି। ତେଣୁ ଟାର୍ଗେଟ ଅଛି ୨୦୩୦ ସୁଦ୍ଧା ଭାରତରେ 6G ସେବା ଆରମ୍ଭ ହେବ। ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ପ୍ରଯୁକ୍ତିର ଡିଜାଇନ୍, ବିକାଶ ଏବଂ ନିୟୋଜନରେ ଅଗ୍ରଣୀ ହେବ ଭାରତ ।

୨୦୨୨ ମସିହାରେ ଭାରତରେ ୫ଜି ସେବା ଆରମ୍ଭ ହୋଇଥିଲା। ମାତ୍ର ଦୁଇ ବର୍ଷ ମଧ୍ୟରେ ସାରା ଭାରତରେ ୫ଜି ନେଟୱାର୍କ ବିସ୍ତାରିତ ହୋଇଛି। ଦେଶର ୭୫୦ ଜିଲ୍ଲା ମଧ୍ୟରୁ ୯୮ ପ୍ରତିଶତରେ ୫ଜି ନେଟୱାର୍କ ଯୋଗାଇ ଦିଆଯାଇଛି। ଏୟାରଟେଲ୍ ଏବଂ ଜିଓ ପରେ, ଭି ଏହାର ୫ଜି ସେବା ଆରମ୍ଭ କରିଥିଲା। ପ୍ରାରମ୍ଭରେ 5Gରେ ଅନଲିମିଟେଡ୍ ଇଣ୍ଟରନେଟ୍ ସେବାକୁ ଯୋଗାଇ ଦେଉଥିଲେ କମ୍ପାନୀ। ତେଣୁ ଆଶା କରାଯାଉଛି 6Gରେ ମଧ୍ୟ ସମାନ କଥା ଦେଖିବାକୁ ମିଳିବ।

6G ଟେକ୍ନୋଲଜିରେ ୟୁଜର୍ସଙ୍କୁ ସୁପରଫାଷ୍ଟ ସ୍ପିଡ୍ ଇଣ୍ଟରନେଟ୍ ମିଳବ। ଯାହାର ସ୍ପିଡ୍ 1TB ପ୍ରତି ସେକେଣ୍ଡ ରହିବ ବୋଲି ଆଶା କରାଯାଉଛି। ଏହାସହ AI ନେଟୱାର୍କ ସହିତ ସାଟେଲାଇଟ୍ ବେଷ୍ଟ କନେକ୍ଟିଭିଟି ମିଳିବ। ହାଇ ବ୍ୟାଣ୍ଡୱିଡ୍ଥ ଏବଂ ସ୍ପିଡ୍ ପାଇଁ 6G ଟେକ୍ନୋଲଜିରେ ଟେରାହର୍ଟଜ ସ୍ପେକ୍ଟ୍ରୋମର ବ୍ୟବହାର ହେବ।

ଭାରତରେ 6G ର ବିକାଶ ପାଇଁ ସରକାର ପୂର୍ଣ୍ଣ ପ୍ରସ୍ତୁତି କରିଛି। କେନ୍ଦ୍ରର ମୋଦି ସରକାର ଏଥିପାଇଁ ଭାରତ 6G ମିଶନ ଘୋଷଣା କରିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସାର୍ବଜନୀନ ମଞ୍ଚରେ ଅନେକ ଥର 6G ମିଶନର ଉଲ୍ଲେଖ କରିଛନ୍ତି। ତେଣୁ ଆଶା କରାଯାଉଛି ଖୁବଶୀଘ୍ର ଦେଶରେ ଧମାଲ ମଚାଇବ 6G ।

Disclaimer: This content has been automatically aggregated from television for informational purposes. To read the original article, please visit television.