Bhadrak Tipper Owners ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲା ବିକାଶ ପରିଷଦ ଓ ଜିଲା ଟିପର ମାଲିକ ସଂଘର ବିକ୍ଷୋଭ

Jul 23, 2026 - 16:42
Bhadrak Tipper Owners ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲା ବିକାଶ ପରିଷଦ ଓ ଜିଲା ଟିପର ମାଲିକ ସଂଘର ବିକ୍ଷୋଭ

"ଭଦ୍ରକ(ହରିହର ନାୟକ): ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଆଜି (ଗୁରୁବାର) ଭଦ୍ରକ ଜିଲା ବିକାଶ ପରିଷଦ ଓ ଜିଲା  ଟିପର ମାଲିକ ସଂଘ ପକ୍ଷରୁ ଅନଶନ କରାଯାଇଥିଲା।

Advertisment Proposed Dhamara Shipyard ଧାମରାରେ ନିର୍ମାଣ ହେବ ୧୪ଶହ କୋଟି ଟଙ୍କାର ଜାହାଜ ନିର୍ମାଣ କାରଖାନା ଧାମରା ପୋର୍ଟ ର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାର ଶହ ଶହ ଟିପର ମାଲିକ ଆନ୍ଦୋଳନକୁ ଉଠାଇଛନ୍ତି ।

ଧାମରା ବନ୍ଦର ଭଦ୍ରକ ଜିଲ୍ଲାରେ ହୋଇଥିବା ବେକେ ବନ୍ଦର କମ୍ପାନୀ କେବଳ ଧାମରା ଅଞ୍ଚଳର କିଛି ଟିପର ମାଲିକଙ୍କ ର ଗାଡ଼ିକୁ ଭଡ଼ାରେ ଲଗାଇ ଥିବା ବେକେ ଜିଲ୍ଲାର ଅନ୍ୟ ବ୍ଲକ ର ଟିପର ମାଲିକମାନେ ସେମାନଙ୍କ ଟିପର  ଭଡା ନଲଗାଇ ହାତ ବାନ୍ଧି ବସିଛନ୍ତି।

ସେମାନେ ବ୍ୟାଙ୍କ କିସ୍ତି ଦୁଝୁ ପାରୁ ନାହାନ୍ତି।

ବ୍ୟାଙ୍କ ରୁ ଋଣ ଆଣି ଟିପର କିଣୁଥିବା ମାଲିକମାନେ ଏବେ ଦୁଃଖରେ ଦିନ ଯାଉଛନ୍ତି।

କେତେକ ମାଲିକଙ୍କ ଟିପରକୁ ମଧ୍ୟ ବ୍ୟାଙ୍କ ନିଲାମ କରିବାକୁ ବସିଲାଣି ।

ଏଭଳି ପରିସ୍ଥିତିରେ ଭଦ୍ରକ ଜିଲ୍ଲାର ଅନେକ ଟିପର ମାଲିକ ଧାମରା ପୋର୍ଟରେ ସେମାନଙ୍କ ର ଟିପର ଭଡ଼ାରେ ଲଗାଇବା ପାଇଁ ଯୋଜନା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ।

ଗତ ଏକ ବର୍ଷ ହେଲା ଟିପର ମାଲିକ ମାନେ ଧାମରା ପୋର୍ଟରେ ସେମାନଙ୍କର ଟିପର ଲଗାଇବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବି ଅଣଶୁଣା ହୋଇ ରହିଛି।

Dhamra port: ଧାମରା ବନ୍ଦର ଅଞ୍ଚଳରେ ହେବ ଶିଳ୍ପ: ରାଜ୍ୟରେ "ଲ୍ୟାବ୍‌ ଗ୍ରୋନ୍‌ ହୀରା" ତିଆରି କରାଯିବ ଶେଷରେ ସେମାନେ ଏ  ସମ୍ପର୍କରେ ଜିଲ୍ଲାପାଳଙ୍କ  ଦୃଷ୍ଟିକୁ ଆଣିଥିଲେ ।

ତେବେ କିଛି ସମାଧାନର ସୂତ୍ର ନ ବାହାରିବାରୁ ଆଜି ଶତାଧିକ ଟିପର ମାଲିକ  ଯୁବ ନେତା ଶୁଭେନ୍ଦୁ ରାୟ ମହାପାତ୍ର ଓ ଯୁବ ନେତା ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିଥିଲେ।

ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଉଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।