Bhadrak News:ବିଦ୍ୟାଳୟ ଛାତରୁ ଅତଡା ଖସି ୩ ଶିଶୁ ଆହାତ

Bhadrak News:ବିଦ୍ୟାଳୟ ଛାତରୁ ଅତଡା ଖସି ୩ ଶିଶୁ ଆହାତ

05 September 2025 03:00 PM IST
Bhadrak News:ବିଦ୍ୟାଳୟ ଛାତରୁ ଅତଡା ଖସି ୩ ଶିଶୁ ଆହାତ

Bhadrak News:ବିଦ୍ୟାଳୟ ଛାତରୁ ଅତଡା ଖସି ୩ ଶିଶୁ ଆହାତ

ହସ ଖୁସିରେ ସମସ୍ତେ ଗୁରୁ ଦିବସ ଉତ୍ସବକୁ ଅତି ଉତ୍ସାହର ସହ ଆଜି ପାଳନ କରୁଛନ୍ତି । ଏହି ଖୁସିର ମୁହୁର୍ତ୍ତରେ କିନ୍ତୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାରୁ ଏକ ଅଘଟଣର ଖବର ଆସିଛି ଯାହା ଅଭିଭାବକମାନଙ୍କ ପାଇଁ ଚିନ୍ତା ବଢ଼ାଇଛି । ଗୁରୁ ଦିବସରେ ବିଦ୍ୟାଳୟକୁ ଆସିଥିବା ବେଳେ ମଧ୍ୟାହ୍ନ ଭୋଜନ ଖାଇ ସାରି ହାତ ଧୋଇବା ସମୟରେ ଛାତରୁ ଅତଡ଼ା ଖସି ପଡ଼ିବାରୁ ୩ ଛାତ୍ରୀ ଆହତ ହୋଇଛନ୍ତି ।

 

ଖବର ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୋହୁମା ଘେରୀରେ ଏହି ଅଘଟଣ ଘଟିଛି । ଅଘଟଣ ଯୋଗୁଁ ୩ ଶିଶୁ ବାଟିକା ଛାତ୍ରୀ ଆହାତ ହୋଇଛନ୍ତି । ଛାତ୍ରୀଙ୍କ ମୁଣ୍ତରେ ଘାତ ଲାଗିଛି । ସମସ୍ତ ଆହତ ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକମାନେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।

ଗୁରୁ ଦିବସରେ ବିଦ୍ୟାଳୟ ପରିସରରେ ଏମିତି ଏକ ଅଭାବନୀୟ ଘଟଣ ଘଟିଥିବାରୁ ଘଟଣାସ୍ଥଳରେ ଅଭିଭାବକ ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ବିପଦସଙ୍କୁଳ ଅବସ୍ଥାରେ ଗୄହ ଥିଲା ବୋଲି ସ୍କୁଲ କତ୍ତୃପକ୍ଷ କହୁଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ଦେଉଥିଲେ ମଧ୍ୟ ପ୍ରଶାସନ ନିରବ ରହୁଥିବାରୁ ଏହାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଉଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.