Bhadrak Flood ଭଦ୍ରକ ବନ୍ୟା ସ୍ଥିତିରେ ଆସିଛି ସାମାନ୍ୟ ସୁଧାର, ଏବେବି ୩୪୬ ରିଲିଫ୍ କ୍ୟାମ୍ପ୍ରେ ପ୍ରଭାବିତ ଜନତା
"ଭଦ୍ରକ (ହରିହର ନାୟକ): ଭଦ୍ରକରେ ସାଳନ୍ଦୀ ଓ ବୈତରଣୀ ନଦୀ ଦ୍ୱାରା ସୃଷ୍ଠି ହୋଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି।
ତେବେ ଅନେକ ଅଞ୍ଚଳରେ ଜମି ରହିଥିବା ବଢ଼ି ଜଳ ହ୍ରାସ ପାଇନଥିବାରୁ ବନ୍ୟାକ୍ଷତିଗ୍ରସ୍ତଙ୍କୁ ରିଲିଫ୍ କ୍ୟାମ୍ପ୍ରେ ରଖାଯାଇଛି।
ବର୍ତ୍ତମାନ ଜିଲ୍ଲାରେ ୩୪୬ଟି ରିଲିଫ୍ କ୍ୟାମ୍ପ୍ ସକ୍ରିୟ ରହିଛି।
ଏଥିରେ ୨,୦୯,୩୨୮ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି।
Advertisment ଭଦ୍ରକ ବନ୍ୟା: ଉଜୁଡ଼ିଛି ୫ ବ୍ଲକ୍ର ୩୪ ହଜାର ହେକ୍ଟର ଫସଲଆଜି (ରବିବାର) ଭଦ୍ରକର ନୂଆ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାର ବନ୍ୟାସ୍ଥିତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଗଣମାଧ୍ୟମ ସମ୍ପୁଖରେ ତଥ୍ୟରଖିଛନ୍ତି।
ରଖିଥିବା ତଥ୍ୟାନୁସାରେ;ବନ୍ୟା ଦ୍ବାରା ୬ଟି ବ୍ଳକ, ୩ଟି ସହରାଞ୍ଚଳ, ୧୧୧ଟି ଗ୍ରାମ ପଞ୍ଚାୟତ, ୩୧ଟି ୱାର୍ଡ ଏବଂ ୪୨୪ଟି ଗ୍ରାମ ପ୍ରଭାବିତ ହୋଇଛି।
ପ୍ରାୟ ୪,୭୮,୪୪୪ ଜଣ ଲୋକ ଏହି ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ୨,୦୯,୩୨୮ ଜଣଙ୍କୁ ସୁରକ୍ଷିତ ଭାବେ ୩୪୬ଟି ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ମୁଖ୍ୟ ଯନ୍ତ୍ରୀଙ୍କ ଭଦ୍ରକ ବନ୍ୟା ଅଞ୍ଚଳ ପରିଦର୍ଶନ।ଏହି ବନ୍ୟାରେ ୧୦୭ଟି ଘର କ୍ଷତିଗ୍ରସ୍ତ ହୋଇଛି।, କୌଣସି ମାନବ କିମ୍ବା ପଶୁଧନର ମୃତ୍ୟୁ ଘଟିନାହିଁ।
ପ୍ରାୟ ୧,୨୭,୮୦୭ଟି ପଶୁଧନ ପ୍ରଭାବିତ ହୋଇଥିବା ବେଳେ ଫସଲ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଚାଲିଛି I ବନ୍ୟା ଚାରି ଯିବା ପରେ ଏବେ ରିଲିଫ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।
ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୪୬ଟି ମାଗଣା ରନ୍ଧନଶାଳା ଏବଂ ୩୪୬ଟି ରିଲିଫ କ୍ୟାମ୍ପ ପରିଚାଳନା କରାଯାଇଛି।
ବଣ୍ଟନ କରାଯାଇଥିବା ରିଲିଫ ସାମଗ୍ରୀ ମଧ୍ୟରେ ରହିଛି।
୮୫୨.୪୮ କ୍ସିଣ୍ଟାଲ ଚୁଡ଼ା, ୧୧୨.୪୧ କ୍ଲିଣ୍ଟାଲ ଗୁଡ଼, ୧୦୦୫୦୦ ବୋତଲ ପାନୀୟ ଜଳ, ୩୬ ୬୦୦ ପାଣି ପାଉଚ୍, ୮୫୦ଟି ପଲିଥୁନ ସିଟ୍, ୨୩୮ ମେଟ୍ରିକ ଟନ୍ ପଶୁଖାଦ୍ୟ, ୧.୬୫ କ୍ଵିଣ୍ଟାଲ ଶୁଖୁଲା ପଶୁଖାଦ୍ୟ, ୫୧୯ଟି ପଶୁଧନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।୧୪ଟି ମେଡିକାଲ ଟିମ୍ ଏବଂ ୭ଟି ଭେଟେରିନାରୀ ଟିମ୍ ନିୟୋଜିତ ହୋଇଛନ୍ତି।
୭୮ ଜଣ ଅଜଣା ଜୀବ କାମୁଡ଼ାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି, ସେଥ୍ମଧ୍ୟରୁ ୩୬ଟି ସାପ କାମୁଡ଼ା ଘଟଣା ରହିଛି।
୧୩ ଜଣ ସାପ କାମୁଡ଼ା ପୀଡ଼ିତଙ୍କୁ ଆଣ୍ଟି ସ୍ପେକ୍ ଭେନମ୍ (ASV) ପ୍ରଦାନ କରାଯାଇଛି।: ଚିହ୍ନଟ ହୋଇଥିବା ୫,୩୭୪ଟି ନଳକୂପ ମଧ୍ଯରୁ ୩୧୯୭ ଟି ନଳକୂପକୁ ବିଶୋଧନ କରାଯାଇଛି।
ପରିମଳ ବ୍ୟବସ୍ଥା ପାଇଁ ୧୭୫ ପ୍ୟାକେଟ ବ୍ଲିଚିଂ ପାଉଡ୍ର ବ୍ୟବହାର କରାଯାଇଛି।
Bhadrak Flood: ସାଳନ୍ଦୀ ନଦୀର ପ୍ରଥମ ବନ୍ୟା, ଧସିଲା ୬୦ ଫୁଟର ନଦୀବନ୍ଧଗ୍ରାମ୍ୟମାଣ ଜଳ ବିଶୋଧନ ଉପକରଣ - ୩, ଭଦ୍ଧାର ଓ ଜରୁରୀକାଳୀନ ପ୍ରକ୍ରିୟା ବିଭିନ୍ନ ସଂସ୍ଥାମାନଙ୍କ ସହଯୋଗରେ ଉଦ୍ଧାର ଓ ଜରୁରୀକାଳୀନ କାର୍ଯ୍ୟ ସଫଳତାର ସହ କରାଯାଇଛି।
ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍ ଡି ଆର ଏଫ୍ ) ର ୩ଟି ଟିମ୍, ଓଡ଼ିଶା ବିପର୍ଯ୍ୟୟ ତ୍ବରିତ କାର୍ଯ୍ୟ ବାହିନୀ ( ଓ ଡ୍ର ଫା )ର ୭ଟି ଟିମ୍, ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ବାହିନୀ ।
ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଏହି ଉଦ୍ଧାର କାର୍ଯ୍ୟରେ ୬୬ ଜଣ ଅସୁସ୍ଥ ବ୍ୟକ୍ତି, ୨୪ ଜଣ ଶିଶୁ, ୩୬ ଜଣ ସାପ କାମୁଡ଼ା ପୀଡ଼ିତ, ୫୧ ଜଣ ଗର୍ଭବତୀ ମହିଳା ଏବଂ ୨୬ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏନ୍ ଡି ଆର ଏଫ୍ , ଓ ଡ୍ରା ଫ ଓ ଅଗ୍ନିଶମ ବାହିନୀର ସହଯୋଗରେ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।