Berhampur Admin Launches Eviction: ପୂଜା ପୂର୍ବରୁ ଅପରାଧ ମୁକ୍ତ ହେବ ବ୍ରହ୍ମପୁର; ସହରରେ ବୁଲିଲା ବୁଲଡୋଜର୍...

ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ସାବାଡ଼ ହେବେ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭର । ଯାହାର ଆଜି ପ୍ରାରମ୍ଭ ହୋଇଛି।

08 September 2025 07:35 PM IST
Berhampur Admin Launches Eviction: ପୂଜା ପୂର୍ବରୁ ଅପରାଧ ମୁକ୍ତ ହେବ ବ୍ରହ୍ମପୁର; ସହରରେ ବୁଲିଲା ବୁଲଡୋଜର୍...

ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ସାବାଡ଼ ହେବେ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭର । ଯାହାର ଆଜି ପ୍ରାରମ୍ଭ ହୋଇଛି।

ଆଗକୁ ପୂଜା। ବ୍ରହ୍ମପୁର ସହରରେ ଯେଭଳି ଲୋକେ ଶାନ୍ତି ଶୃଙ୍ଖଳାରେ ପୂଜା ପାଳିବେ ସେଥିପାଇଁ ପ୍ରଶାସନ ଏବେ ଆକ୍ସନ ମୁଡରେ। ସରକାରୀ ଜାଗାରେ ଜବରଦଖଲକୁ ଉଚ୍ଛେଦ ସହ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭରଙ୍କୁ ସାବଡ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି। ସେପଟେ ଲୋକେ ବି ଏହାକୁ ସ୍ବାଗତ କରିଛନ୍ତି ।

ପୂଜା ପୂର୍ବରୁ ଅପରାଧ ମୁକ୍ତ ହେବ ବ୍ରହ୍ମପୁର ସହର। ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ। ସାବାଡ଼ ହେବେ ପୁରୁଣା ଦାଗୀ ଓ ମଦୁଆ ଡ୍ରାଇଭର । ଯାହାର ଆଜି ପ୍ରାରମ୍ଭ ହୋଇଛି। ସହରର ବ୍ୟସ୍ତ ବହୁଳ ରାସ୍ତା କମାପଲି ଠାରୁ ଟାଟାବେଞ୍ଜ ଛକ ଯାଏ ଜବରଦଖଲ ଉଚ୍ଛେଦ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଲଡୋଜର ବୁଲିଛି।

ସରକାରୀ ଜାଗାକୁ ମାଡି ବସିଥିବା ଦୋକାନ ଓ ଘରକୁ ଭାଙ୍ଗିଛି। ଟ୍ରାଫିକ ଜାମରେ ସନ୍ତୁଳି ହେଉଥିବା ଲୋକେ ଜବରଦଖଲ ଉଚ୍ଛେଦକୁ ପ୍ରଶଂସା କରିଥିବା ବେଳେ କିଛି ବ୍ୟବସାୟୀ ଏହାକୁ ବିରୋଧ କରିଛନ୍ତି । ବ୍ୟବସାୟୀଙ୍କ କହିବା କଥା ଦୁଇ ଦିନ ତଳେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନେଇ ସୂଚନା ଦେଇ ଆଜି ହଠାତ୍ ଭାଙ୍ଗିଦେବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ବ୍ୟବସାୟୀଙ୍କ ଅସନ୍ତୋଷ ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ତହସିଲଦାର । କହିଛନ୍ତି ପୂର୍ବରୁ ସୂଚନା ଦିଆଯାଇଥିଲେ ବି ସେମାନେ ନ ଶୁଣିବାରୁ ଆଜି ଉଚ୍ଛେଦ କରାଯାଇଛି । ସହରର ସରକାରୀ ଜାଗାକୁ ମାଡ଼ି ଜବରଦଖଲ କରି ରଖିଥିବା ସ୍ଥାନରୁ ଦୋକାନ ଓ ଘରକୁ ଭଙ୍ଗାଯିବ। ଅନ୍ୟପଟେ ପୂଜା ପୂର୍ବରୁ ପୋଲିସ ପ୍ରଶାସନ ପୁରୁଣା ଦାଗୀଙ୍କୁ ଧରିବା ସହ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଧରପଗଡକୁ ଜୋରଦାର କରାଯାଇଛି । ବ୍ରହ୍ମପୁର ଏସପି କହିଛନ୍ତି ପୂଜାରେ ଲୋକଙ୍କ ସୁରକ୍ଷା ପାଇଁ ସାଧା ପୋଷାକଧାରୀ ବି ବୁଲିବେ ।

 

Disclaimer: This content has been automatically aggregated from television for informational purposes. To read the original article, please visit television.