BCCI: କିଏ ହେବ ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ? କଡ଼ା ସର୍ତ୍ତ ଲାଗୁ କଲା ବିସିସିଆଇ
୨୦୨୩ ଜୁଲାଇରେ ୩ ବର୍ଷ ପାଇଁ ଡ୍ରିମ ୧୧ ମୋଟ ୩୫୮ କୋଟିରେ ପ୍ରାୟୋଜକ ଦାୟିତ୍ୱ ପାଇଥିଲା। ଏହାପୂର୍ବରୁ Byju ଭାରତୀୟ କ୍ରିକେଟର ମୁଖ୍ୟ ପ୍ରାୟୋଜକ ରହିଥିଲା। ଏବେ ପୁଣି ଗୋଟିଏ ନୂଆ ସଂସ୍ଥା ଭାରତୀୟ କ୍ରିକେଟ ଟିମର ପ୍ରାୟୋଜକ ସାଜିବ। ,
୨୦୨୩ ଜୁଲାଇରେ ୩ ବର୍ଷ ପାଇଁ ଡ୍ରିମ ୧୧ ମୋଟ ୩୫୮ କୋଟିରେ ପ୍ରାୟୋଜକ ଦାୟିତ୍ୱ ପାଇଥିଲା। ଏହାପୂର୍ବରୁ Byju ଭାରତୀୟ କ୍ରିକେଟର ମୁଖ୍ୟ ପ୍ରାୟୋଜକ ରହିଥିଲା। ଏବେ ପୁଣି ଗୋଟିଏ ନୂଆ ସଂସ୍ଥା ଭାରତୀୟ କ୍ରିକେଟ ଟିମର ପ୍ରାୟୋଜକ ସାଜିବ। ,
ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରାୟୋଜକ ହେବାକୁ ଚାହୁଁଥିବା ସଂସ୍ଥାଗୁଡ଼ିକ ଠାରୁ ଦରଖାସ୍ତ ଆହ୍ୱାନ କରିଛି ବିସିସିଆଇ। ଇନଭିଟେନ ଫର ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ (ଆଇଓଆଇ)ରେ ଆବେଦନ ଦାଖଲ କରିବା ପାଇଁ ସବୁ ପ୍ରକାରର ସର୍ତ୍ତ ରହିଥିବା ବିସିସିଆଇ କହିଛି। ଆଇଇଓଆଇ କିଣିବାର ଶେଷ ତାରିଖ ସେପ୍ଟେମ୍ବର ୧୨ ରହିଥିବା ବେଳେ ଆବେଦନ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୬ ରହିଛି।
ପୂର୍ବରୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରାୟୋଜକ ଡ୍ରିମ ୧୧ ରହିଥିଲା। କିନ୍ତୁ ସଂସଦରେ ପ୍ରମୋସନ ଓ ରେଗୁଲେସନ ଅଫ ଅନଲାଇନ ଗେମିଂ ବିଲ ୨୦୨୫ ପାରିତ ହେବା ପରେ ଡ୍ରିମ ୧୧ ସହ ବିସିସିଆଇ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲା। ଏହାପରେ ବିସିସିଆଇ ନୂଆ ପ୍ରାୟୋଜକ ସନ୍ଧାନରେ ରହିଥିବା ଗତ ମାସରେ ବୋର୍ଡର ସମ୍ପାଦକ ଦେବଜିତ ସାଇକିଆ କହିଥିଲେ।
୨୦୨୩ ଜୁଲାଇରେ ୩ ବର୍ଷ ପାଇଁ ଡ୍ରିମ ୧୧ ମୋଟ ୩୫୮ କୋଟିରେ ପ୍ରାୟୋଜକ ଦାୟିତ୍ୱ ପାଇଥିଲା। ଏହାପୂର୍ବରୁ Byju ଭାରତୀୟ କ୍ରିକେଟର ମୁଖ୍ୟ ପ୍ରାୟୋଜକ ରହିଥିଲା। ଏବେ ପୁଣି ଗୋଟିଏ ନୂଆ ସଂସ୍ଥା ଭାରତୀୟ କ୍ରିକେଟ ଟିମର ପ୍ରାୟୋଜକ ସାଜିବ।
ବିସିସିଆଇ କହିଛି ଯେ ୫ ଲକ୍ଷ ଟଙ୍କା ସହ ଆବଶ୍ୟକ ଜିଏସ୍ଟି ବଳରେ ଆଇଇଓଆଇ ଉପଲବ୍ଧ ହେବ। ଏହି ୫ ଲକ୍ଷ ଟଙ୍କା ଫେରସ୍ତ ହେବନି। ବିଡର୍ସମାନେ ଆଇଇଓଆଇ ପାଇଁ ଦେଇଥିବା ଟଙ୍କାର ତଥ୍ୟକୁ sponsorship@bcci.tvକୁ ଇ-ମେଲ କରିବେ। ଆବଶ୍ୟକ ଫି’ ମିଳିବା ପରେ ହିଁ ଆଇଇଓଆଇ ଦସ୍ତାବିଜ ବିଡର୍ସଙ୍କୁ ଉପଲବ୍ଧ କରାଯିବ।
ବିଡ ଲଗାଇବାକୁ ଚାହୁଁଥିବା ଯେକୌଣସି ବିଡର୍ସଙ୍କୁ ଆଇଇଓଆଇ କିଣିବାକୁ ପଡ଼ିବ। କିନ୍ତୁ ଆଇଇଓଆଇରେ ଥିବା ନିୟମ ଓ ସର୍ତ୍ତକୁ ପୂରଣ କରୁଥିବା ସଂସ୍ଥା ହିଁ ଆବେଦନ ଦାଖଲ କରିବେ। ଆଇଇଓଆଇ କିଣି ଦେବାର ଅର୍ଥ ନୁହେଁ ଯେ ଗୋଟିଏ ସଂସ୍ଥା ବିଡ ଲଗାଇବାକୁ ଯୋଗ୍ୟତା ଅର୍ଜନ କରିନେବେ। ସଂସ୍ଥାକୁ ପ୍ରଥମେ ନିୟମ ଓ ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ବିସିସିଆଇ ଯେକୌଣସି ସମୟରେ ଆଇଇଓଆଇ ପ୍ରକ୍ରିୟାକୁ ବାତିଲ କିମ୍ବା ସଂଶୋଧନ କରିବାର ଅଧିକାର ରଖିଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି। ଏହାର କାରଣ କହିବାକୁ ମଧ୍ୟ ବିସିସିଆଇ ବାଧ୍ୟ ନୁହେଁ।
ପ୍ରାୟୋଜକ ହେବା ପାଇଁ ପ୍ରତିଟି ବିଡରଙ୍କ ଆୟ ଗଲା ୩ ବର୍ଷ ମଧ୍ୟରେ ୩୦୦ କୋଟିରୁ ଅଧିକ ଥିବା ଦରକାର କିମ୍ବା ପ୍ରତିଟି ବିଡରଙ୍କ ହାରାହାରି ସମ୍ପତ୍ତି ଗଲା ୩ ବର୍ଷ ମଧ୍ୟରେ ୩ଶହ କୋଟି ହୋଇଥିବା ଦରକାର।
ବିଡର କୌଣସି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନଥିବେ କିମ୍ବା ଅର୍ଥନୀତିକ ଅପରାଧ କିମ୍ବା ଠକେଇ କରି ନଥିବେ। ବିସିସିଆଇର ଦ୍ୱୈତ ସ୍ୱାର୍ଥ ନିୟମ ଅନୁସାରେ ବିଡର୍ସ ଯୁଗ୍ମ ପଦପଦବୀରେ ନ ରହିଥିବା ଦରକାର।
ଅନଲାଇନ ମନି ଗେମିଂ, ବେଟିଂ କିମ୍ବା ସେଭଳି କୌଣସି ସେବାରେ ନିୟୋଜିତ ଥିବା ସଂସ୍ଥା କିମ୍ବା ସଂସ୍ଥା ଅଧୀନରେ ଥିବା କୌଣସି କମ୍ପାନୀ ବିଡ ଲଗାଇ ପାରିବେ ନାହିଁ। ଭାରତ କିମ୍ବା ବିଶ୍ୱର କୌଣସି ସ୍ଥାନରେ ଏପରି ସେବା ଯୋଗାଉଥିବା କମ୍ପାନୀ ବିଡ ପାଇଁ ଯୋଗ୍ୟ ବିବେଚିତ ହେବେନି।
ବିଡର କିମ୍ବା ତାଙ୍କ ଅଧୀନରେ ଥିବା କମ୍ପାନୀ ସିଧାସଳଖ କ୍ରିପ୍ଟୋ ଟ୍ରେଡିଂ କିମ୍ବା କ୍ରିପ୍ଟୋ ଏକ୍ସଚେଞ୍ଜ କିମ୍ବା କ୍ରିପ୍ଟୋ ଟୋକନ କିମ୍ବା ସେଭଳି ବ୍ୟବସାୟରେ ସାମିଲ ହୋଇ ନଥିବା ଦରକାର। ଚ୍ଛାୟା ବ୍ରାଣ୍ଡ ଜରିଆରେ କୌଣସି ବିଡର ଆବେଦନ କରିପାରିବେ ନାହିଁ। ଯଦି କୌଣସି ବିଡର ଏକାଧିକ ବ୍ରାଣ୍ଡ କିମ୍ବା ଦ୍ରବ୍ୟର ବ୍ୟବସାୟ କରୁଛନ୍ତି ଓ ତାଙ୍କର କୌଣସି ବ୍ରାଣ୍ଡ କିମ୍ବା ଦ୍ରବ୍ୟ ବ୍ଲକ ବା ବ୍ୟାନ ବର୍ଗରେ ଆସୁଥିବ, ତା’ହେଲେ ସେ ପ୍ରାୟୋଜକ ପାଇଁ ଆବେଦନ କରିପାରିବେ ନାହିଁ।
ମଦ, ବେଟିଂ, କ୍ରିପ୍ଟୋ, ଅନଲାଇନ ମନି ଗେମିଂ. ତମ୍ବାକୁ ଓ ପର୍ଣ୍ଣୋଗ୍ରାଫି ଭଳି ବ୍ୟବସାୟରେ ସାମିଲ ଥିଲେ ବିଡ ଲଗାଇବାକୁ ଅନୁମତି ମିଳିବ ନାହିଁ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
