BCCI Plans Stricter Fitness Rule: ଟିମ୍ ଇଣ୍ଡିଆ ଫିଟନେସ୍ ପାଇଁ ଚିନ୍ତାରେ BCCI, ଖେଳାଳିଙ୍କ ପାଇଁ କଠୋର ହେବ ନିୟମ

Aug 06, 2026 - 17:42
BCCI Plans Stricter Fitness Rule: ଟିମ୍ ଇଣ୍ଡିଆ ଫିଟନେସ୍ ପାଇଁ ଚିନ୍ତାରେ BCCI, ଖେଳାଳିଙ୍କ ପାଇଁ କଠୋର ହେବ ନିୟମ

ଟିମ୍ ଇଣ୍ଡିଆର ଫିଟନେସ୍ ନେଇ ବିସିସିଆଇର ଚିନ୍ତା ବଢିଯାଇଛି। ଖେଳାଳିଙ୍କ ବାରମ୍ବାର ଆହତ ଓ ଫିଲ୍ଡିଂ ସମୟରେ ଫିଟନେସ୍ ସମସ୍ୟାକୁ ନେଇ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ ନୂଆ ଫିଟନେସ୍ ପ୍ରୋଗ୍ରାମ୍ ତିଆରି କରୁଛି। 

ରିପୋର୍ଟ ଅନୁସାରେ, ଅଲଗା ଅଲଗା ଖେଳାଳିଙ୍କ ପାଇଁ ଭିନ୍ନ ମାନଦଣ୍ଡ ବଦଳରେ ଏବେ ସମସ୍ତଙ୍କ ପାଇଁ ଗୋଟିଏ ଫିଟନେସ୍ ପାରାମିଟର ରଖିବା ଯୋଜନା ହୋଇଛି। ୟୋ-ୟୋ ଟେଷ୍ଟ ବଦଳରେ ବ୍ରୋଙ୍କୋ ଟେଷ୍ଟକୁ ମୁଖ୍ୟ ଫିଟନେସ୍ ଟେଷ୍ଟ କରାଯାଇଛି। 

ବିସିସିଆଇ ମେଡିକାଲ ଟିମ୍ ଫିଟନେସ୍ ପାଇଁ ୫ ମିନିଟ୍ ୧୫ରୁ ୨୦ ସେକେଣ୍ଡ ମଧ୍ୟରେ ଡ୍ରିଲ୍ ସମ୍ପୂର୍ଣ୍ଣ କରିବା ଏବଂ ୨ କିଲୋମିଟର ଦୌଡ଼ ପାଇଁ ୯ରୁ ୧୦ ମିନିଟ୍‌ର ସମୟ ସୀମା ଧାର୍ଯ୍ୟ କରିଥିବା ଖବର ରହିଛି।

ସୂତ୍ର ଅନୁସାରେ, କିଛି ଖେଳାଳିଙ୍କ ଫିଟନେସ୍ ମାନ ନେଇ ଟିମ୍ ମ୍ୟାନେଜମେଣ୍ଟ ଅସନ୍ତୋଷ ପ୍ରକାଶ କରିଛି। ଭାରତୀୟ ଦଳର ଫିଜିଓ କମଲେଶ ଜୈନଙ୍କୁ ମଧ୍ୟ ଏନେଇ ପ୍ରଶ୍ନ କରାଯାଇଥିବା ଜଣାପଡ଼ିଛି।

ଇଂଲଣ୍ଡ ଗସ୍ତ ସମୟରେ ଖେଳାଳିଙ୍କ ବାରମ୍ବାର କ୍ରାମ୍ପ ଓ ଫିଲ୍ଡିଂରେ ଧିମା ଗତି ନେଇ ଚିନ୍ତା ପ୍ରକାଶ ପାଇଛି। ଫିଜିଓଙ୍କୁ କୌଣସି ଖେଳାଳିଙ୍କ ନାମ ଦେଖି ନୁହେଁ, ବରଂ ଫିଟନେସ୍ ଆଧାରରେ ନିଷ୍ପତ୍ତି ନେବାକୁ କୁହାଯାଇଛି।

ସେପଟେ ହର୍ଷିତ ରାଣାଙ୍କୁ ତୃତୀୟ ଟି-୨୦ ପରେ ବାଦ ଦେବାର କାରଣ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ତାଙ୍କ ଓଜନ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲା। ବର୍ତ୍ତମାନ ତାଙ୍କ ଓଜନ କମିଥିବା ଏବଂ ଶୀଘ୍ର ଫିଟନେସ୍ କ୍ଲିୟରାନ୍ସ ମିଳିବା ଆଶା କରାଯାଉଛି। ଟିମ୍ ଇଣ୍ଡିଆରେ ଏବେ ଫିଟନେସ୍ ନିୟମକୁ ଆହୁରି କଠୋର କରିବା ଉପରେ ବିସିସିଆଇ ଗୁରୁତ୍ୱ ଦେଉଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।