BCCI Considers IPL Auction Purse Hike: ଫୁଟବଲ୍ ରାସ୍ତାରେ କ୍ରିକେଟ୍, ଆଇପିଏଲ୍ ପାଇଁ BCCIର ବଡ଼ ମାଷ୍ଟରପ୍ଲାନ
ଆଇପିଏଲ୍କୁ ନେଇ BCCIର ବଡ଼ ମାଷ୍ଟରପ୍ଲାନ। ଏବେ ଫ୍ରାଞ୍ଚାଇଜ୍ ଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ଚିନ୍ତା ପାଲଟିଛି ବିଦେଶୀ ଖେଳାଳିଙ୍କ ‘ଉପଲବ୍ଧତା’। ଚଳିତ ସିଜନରେ ଷ୍ଟାର୍କ ଏବଂ ହାଜେଲଉଡ୍ ପ୍ରଥମ ପର୍ଯ୍ୟାୟ ଖେଳିନଥିବା ବେଳେ, ସାମ୍ କୁରାନ ମଝିରୁ ଆଇପିଏଲ୍ ଛାଡ଼ି ନିଜ ଦେଶରେ ଟି-୨୦ ଖେଳିବାକୁ ନେଇ କ୍ଲବ୍ ମାଲିକମାନେ ଫୁଲ୍ ଟେନସନରେ ଥିଲେ। ହେଲେ BCCI ସ୍ପଷ୍ଟ କରିଛି ଯେ, ବୋର୍ଡ ଏଥିରେ ମୁଣ୍ଡ ପୂରାଇବ ନାହିଁ। ପ୍ଲେୟାର ଏବଂ ଫ୍ରାଞ୍ଚାଇଜ୍ ନିଜ ଭିତରେ ମ୍ୟାଟର ସର୍ଟଆଉଟ୍ କରନ୍ତୁ। ଇଞ୍ଜୁରୀ ନଥାଇ ମ୍ୟାଚ୍ ଛାଡ଼ିଲେ ୨ ବର୍ଷର ବ୍ୟାନ୍ ନିୟମ ପୂର୍ବଭଳି ବଳବତ୍ତର ରହିବ।
ତେବେ ୯୪ଟି ମ୍ୟାଚ୍ ପାଇଁ ମାର୍ଚ୍ଚ ପ୍ରଥମ ସପ୍ତାହ ହିଁ ସବୁଠାରୁ ବେଷ୍ଟ ୱିଣ୍ଡୋ। କାରଣ ମେ’ ଶେଷକୁ ମନସୁନ୍ ଆସିଯାଉଥିବାରୁ ମ୍ୟାଚ୍ ପ୍ରଭାବିତ ହେଉଛି। ସେପଟେ ଫ୍ୟାନ୍ସଙ୍କ ଭିତରେ ମ୍ୟାଚ୍ ଦେଖିବାର ବିରକ୍ତିଭାବକୁ ରୋକିବା ପାଇଁ ଦ୍ୱିପାକ୍ଷିକ ସିରିଜ୍ ସଂଖ୍ୟା କମାଯାଇପାରେ। କାରଣ ବ୍ରଡକାଷ୍ଟରମାନେ ମଧ୍ୟ ଏବେ ସାଧାରଣ ଦ୍ୱିପାକ୍ଷିକ ସିରିଜ୍ରେ ଆଉ ପୂର୍ବଭଳି ଫାଇଦା ଦେଖୁନାହାନ୍ତି। ତେଣୁ କ୍ରିକେଟ୍ ଏବେ ଫୁଟବଲ୍ ମଡେଲ ଆଡ଼କୁ ଗତି କରୁଛି, ଯେଉଁଠି ଦେଶ ଭିତରେ ଲିଗ୍କୁ ବେଶୀ ପ୍ରାଧାନ୍ୟ ଦିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।