BCCI: ଦୟନୀୟ ପ୍ରଦର୍ଶନର ସମୀକ୍ଷା କରିବ ବିସିସିଆଇ: ବଦଳିବ ଗମ୍ଭୀରଙ୍କ ପ୍ରଶିକ୍ଷଣ ଦଳ!

Jul 12, 2026 - 04:41
BCCI: ଦୟନୀୟ ପ୍ରଦର୍ଶନର ସମୀକ୍ଷା କରିବ ବିସିସିଆଇ: ବଦଳିବ ଗମ୍ଭୀରଙ୍କ ପ୍ରଶିକ୍ଷଣ ଦଳ!

"ମୁମ୍ବାଇ: ନୈରାଶ୍ୟଜନକ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପରେ ଭାରତର ପ୍ରଶିକ୍ଷକ ଦଳରେ କେତେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଭାରତୀୟ ପ୍ରଶିକ୍ଷକ ଦଳର ଜଣେ ପ୍ରମୁଖ ସଦସ୍ୟ ନିଜ ପଦ ଛାଡ଼ିପାରନ୍ତି।

ତେବେ ସେ ନିଜର ଅସନ୍ତୋଷ ଯୋଗୁଁ  କିମ୍ବା ଅନ୍ୟ ଏକ ଦାୟିତ୍ବ ଗ୍ରହଣ କରିବାକୁ ପଦ ଛାଡ଼ିବେ ତାହା ସ୍ପଷ୍ଟ ହୋଇନାହିଁ।

ସେ ବିସିସିଆଇ ସହ ୨+୧ ବର୍ଷିଆ ଚୁକ୍ତି କରିଥିଲେ, ଅର୍ଥାତ୍‌ ୨ ବର୍ଷ ପରେ ସେ ଚାହିଁଲେ ଆଉ ୧ ବର୍ଷ ବଢାଇପାରିବେ।

କିନ୍ତୁ ସେ ଏକ ଆଇପିଏଲ୍‌ ଦଳର ପ୍ରଶିକ୍ଷକ ଦାୟିତ୍ବ ପାଇଁ ଆଲୋଚନା ଚଳାଇଥିବାରୁ ଭାରତୀୟ ଦଳ ସହିତ ନିଜର ଚୁକ୍ତି ବଢାଇବାକୁ ଚାହୁଁ ନାହାନ୍ତି।

କେବଳ ସେ ନୁହେଁ, ଆଉ ଜଣେ ସହାୟକ କର୍ମଚାରୀ ମଧ୍ୟ ପଦ ଛାଡ଼ିବାର ସମ୍ଭାବନା ରହିଛି।

Advertisment Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା ଅନ୍ୟପକ୍ଷରେ ଗସ୍ତ ସାରି ଭାରତ ଫେରିବା ପରେ ଦଳୀୟ ପ୍ରଦର୍ଶନର ସମୀକ୍ଷା କରିବାକୁ ବିସିସିଆଇ ସଂକେତ ଦେଇଛି।

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ନଜର ରଖାଯାଇଛି।

ଜୁଲାଇ ୧୯ରେ ଗସ୍ତ ସମାପ୍ତି କରି ଦଳ ଫେରିବା ପରେ ଏହି ଖରାପ ପ୍ରଦର୍ଶନର ସମୀକ୍ଷା କରାଯିବ।

ଦଳର କେତେକ ପ୍ରମୁଖ ସଦସ୍ୟଙ୍କୁ ନେଇ ସମୀକ୍ଷା କରାଯିବ।

ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ଏକ ମୋଟାମୋଟି ସମୀକ୍ଷା ହେବ ଓ ତରବରିଆ ଭାବେ କୌଣସି କଠୋର ପଦକ୍ଷେପ ନିଆଯିବ ନାହିଁ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏପରି ଘଟିଥାଏ ଏବଂ ଏହା ଏକ ସ୍ବାଭାବିକ କଥା।

ଆମେ ଏହାକୁ ଏକ ଖରାପ ସମୟଭାବେ ଦେଖୁଛୁ।

ତେବେ ଦିନିକିଆ ଶୃଙ୍ଖଳାରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି।

ଆୟର୍ଲାଣ୍ଡ ଠାରୁ ଭାରତ ୦-୨ରେ ଶୃଙ୍ଖଳା ହାରିଥିବାବେଳେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୦-୩ରେ ପଛୁଆ ଅଛି।

ଏପରିକି ଏହି ଶୃଙ୍ଖଳାରେ ଭାରତର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ପ୍ରଭାବହୀନ ପ୍ରଦର୍ଶନ କରିଛି।

Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।