Bay of Bengal Depression Intensifies: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବାଲେଶ୍ବର ଠାରୁ ୧୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ବାଲେଶ୍ବର ଠାରୁ ୧୮୦ ଏବଂ ଚାନ୍ଦବାଲି ଠାରୁ ୧୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ରହିଛି। ଏହା ପରେ ଆସନ୍ତାକାଲି ପୂର୍ବାହ୍ନରୁ ମଧ୍ୟାହ୍ନ ମଧ୍ୟରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଅବପାତ ପ୍ରଭାବରେ ରାଜ୍ୟରେ ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି। ଏଥି ସହିତ ଆଗାମୀ ଦୁଇଦିନ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ...
ରାଜ୍ୟବ୍ୟାପୀ ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। କେଉଁଠି ଲଗାଣ କେଉଁଠି ତୁହାକୁ ତୁହା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ୫ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଆଜି କେନ୍ଦୁଝର ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂରେ ରହିଛି। ବାକି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ...
ସୃଷ୍ଟି ହେଲା ଅବପାତ
ବାଲେଶ୍ବର ଠାରୁ ୧୮୦, ଚାନ୍ଦବାଲି ଠାରୁ ୧୭୦ କିମି ଦୂରରେ କେନ୍ଦ୍ରୀଭୂତ
ଅଧିକ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ
ଆଗାମୀ ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା
ଗଭୀର ଅବପାତ ହୋଇ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ
ରାଜ୍ୟରେ ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷିବ
ଆଗାମୀ ଦୁଇଦିନ ପାଇଁ ରେଡ୍ ଆଲର୍ଟ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।