Bangladesh: ବାଂଲାଦେଶରେ ଜମି ବିବାଦକୁ ନେଇ ହିନ୍ଦୁ ପରିବାର ଉପରେ ବର୍ବର ଆକ୍ରମଣ

Jul 30, 2026 - 12:43
Bangladesh: ବାଂଲାଦେଶରେ ଜମି ବିବାଦକୁ ନେଇ ହିନ୍ଦୁ ପରିବାର ଉପରେ ବର୍ବର ଆକ୍ରମଣ

"ଢାକା: ବାଂଲାଦେଶର ଭୋଲା ଜିଲ୍ଲା ଅନ୍ତର୍ଗତ ଲାଲମୋନିରହାଟ ଉପଜିଲ୍ଲାରେ ଏକ ହିନ୍ଦୁ ପରିବାର ଉପରେ ଦିନଦ୍ୱିପ୍ରହରରେ ଆକ୍ରମଣ ଓ ଲୁଟପାଟ୍ ହୋଇଥିବା ଗୁରୁବାର ଅଭିଯୋଗ ହୋଇଛି।

ଜମି ବିବାଦ ସମ୍ପର୍କିତ ଏକ ମାମଲାରେ ଅଦାଲତ ଗୋପାଳ କୃଷ୍ଣ ଦାସଙ୍କ ପରିବାର ପକ୍ଷରେ ରାୟ ଦେଇଥିବା ସତ୍ତ୍ୱେ ଜମି ଜବରଦଖଲ ଉଦ୍ଦେଶ୍ୟରେ କେତେକ ଦୁର୍ବୃତ୍ତ ସେମାନଙ୍କ ଘରେ ପଶି ଆକ୍ରମଣ କରିଛନ୍ତି।

ଦୁର୍ବୃତ୍ତମାନେ ଗୋପାଳ କୃଷ୍ଣ, ତାଙ୍କ ସ୍ତ୍ରୀ ଆଖି ରାଣୀ ଦାସ ଓ ଦୁଇ ଝିଅଙ୍କୁ ମାଡ଼ ମାରିବା ସହ ପରିବାରର ଜଣେ ବୃଦ୍ଧ ସଦସ୍ୟଙ୍କୁ ପାଣିରେ ବୁଡ଼ାଇ ନିର୍ଯାତନା ଦେଇଥିବା ଜଣାପଡ଼ିଛି।

ଏହାସହ ଘରର ଆସବାବପତ୍ର ଭାଙ୍ଗରୁଜା କରି ସମ୍ପତ୍ତି ଲୁଟି ନେଇଛନ୍ତି।Advertisment ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୭୮ରେ ପହଞ୍ଚିଲା ଏହି ଘଟଣାକୁ ବିରୋଧୀ ଦଳ ''ଆୱାମୀ ଲିଗ୍'' ଦୃଢ଼ ନିନ୍ଦା କରିବା ସହ ବିଏନପି ନେତୃତ୍ୱାଧୀନ ସରକାର ଧର୍ମୀୟ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛି।

ଗତବର୍ଷ ମୈମନସିଂହଠାରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଯୁବକଙ୍କୁ ହତ୍ୟା ପରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମଗ୍ର ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମାନବାଧିକାର ସଂଗଠନଗୁଡ଼ିକ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।